PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ମଙ୍ଗଳବାର ଏହି ରାଶିର ଲୋକଙ୍କ ପାଇଁ ରହିଛି ଭଲ ଖବର, ଦାମ୍ପତ୍ୟ ଜୀବନ ମଧୁର ହେବ

pic-internet

ମେଷ: ନବମ ଚନ୍ଦ୍ର ମଙ୍ଗଳବାର ଯୋଗୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ଭାଗ୍ୟରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଉଚ୍ଚ ସମ୍ମାନ, ଉଚ୍ଚପଦବୀ ପ୍ରାପ୍ତ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ପଦସ୍ଥ ଅଧିକାରୀଙ୍କ ସହାୟତା ଓ ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ଦ୍ୱିଜା ଓ କୃତ୍ତିକା ମେଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ-ଧଳା, ସଂଖ୍ୟା: ୬, ଆରାଧନା: ପ୍ରଭୁ ହନୁମାନ ।

ବୃଷ: ଅଷ୍ଟମ ଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ  ବିବାଦ, ଆର୍ଥିକ ଠକାମି ଏବଂ ଚାଲିଚଳନ ବ୍ୟବହାର ବିବାଦୀୟ ହେବ । ବିନା କାରଣରେ ବହୁତ ବ୍ୟସ୍ତ ରହିବେ ଏବଂ ନିଶ୍ଚିତତାକୁ ଛାଡ଼ି ଅନିଶ୍ଚିତତା ପଛରେ ପଶ୍ଚାତଧାବନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା, ବାଧାବିଘ୍ନ ଓ ସହକର୍ମୀଙ୍କ ସହ ବିବାଦ ହେବ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ସତର୍କ ହେବେ । ଶୁଭରଙ୍ଗ: କଫି, ସଂଖ୍ୟା: ୪, ଆରାଧନା: ପ୍ରଭୁ ଶ୍ରୀରାମ ।

ମିଥୁନ: ମାନସିକ, ପାରିବାରିକ ଶାନ୍ତି, ସ୍ତ୍ରୀସୌଖ୍ୟ, ସ୍ତ୍ରୀହେତୁକ ଧନପ୍ରାପ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । ଆମୋଦପ୍ରମୋଦ ଓ ମଉଜ ମସ୍ତିରେ ଅଧିକ ଆଗ୍ରହ ରହିବ ଏବଂ ପରିବାର ସଦସ୍ୟଙ୍କ ପ୍ରତି ଆନ୍ତରିକତା ଅଧିକ ରହିବ । କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କର ସହାୟତା ପ୍ରାପ୍ତ କରିବେ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୮, ଆରାଧନା: ପ୍ରଭୁ ନାରାୟଣ ।

କର୍କଟ: ପୁରାତନ ରୋଗରୁ ଆରୋଗ୍ୟ ହେବାର ସହଜ ବାଟ ମିଳିବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଋଣମୁକ୍ତ ହେବା ପାଇଁ ଉଦ୍ୟମ ଜାରି ରଖିବେ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣେଇବେ । ପରୋପକାର ଓ ସମାଜ ସେବାରେ ନିଜକୁ ନିୟୋଜିତ କରିବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ସହକର୍ମୀଙ୍କ ସହାୟତା, ଉଚ୍ଚ ସମ୍ମାନ ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୧, ଆରାଧନା: ମା’ ଭୁବନେଶ୍ୱରୀ ।

ସିଂହ: ପଞ୍ଚମ ଚନ୍ଦ୍ର ଓ ଘାତ ନକ୍ଷତ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଉପୁଜିବ । ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ପିତାମାତାଙ୍କ କୃପାଲାଭ କରିବେ । ନୂତନ ବିଦ୍ୟା, କଳା ଓ ସଂସ୍କୃତି ପ୍ରତି ମନରେ ଅହେତୁକ ଦୁର୍ବଳତା ପ୍ରକାଶ ପାଇବ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ୍‌, ସଂଖ୍ୟା: ୬, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା: ଚତୁର୍ଥ ଚନ୍ଦ୍ର, ଦ୍ୱାଦଶୀ ତିଥି ଓ ମଙ୍ଗଳବାର ହେତୁ ମନରେ ଅସ୍ଥିରତା, ପରିବାରରେ ବିବାଦ, ଅଥା ଖର୍ଚ୍ଚ, ସ୍ୱଜନରେ ମତାନ୍ତର, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ପରିବହନ ବ୍ୟବସାୟରେ କ୍ଷତି ଅଧିକ ହେବ । ଆର୍ଥିକ ସ୍ଥିତି ବିଗିଡ଼ିିବ । ଶାରୀରିକ ପୀଡ଼ା ଭୋଗିବେ । କର୍ମରେ ବିଫଳତା, ସହକର୍ମୀଙ୍କ ସହ ବିବାଦ ଏବଂ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ଦୁର୍ଘଟଣା ପ୍ରତି ସତର୍କ ହେବେ । ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା: ୮, ଆରାଧନା: ମା’ ତ୍ରିପୁରସୁନ୍ଦରୀ ।

ତୁଳା: ଘାତଚନ୍ଦ୍ର, ଘାତତିଥି ଓ ମଙ୍ଗଳବାର ଅଶୁଭ ହେତୁ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ଚାଲିଚଳନ ବ୍ୟବହାର ବିବାଦୀୟ ହେବ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ପରିବାରରେ ବିବାଦ, ଭାଇଭଉଣୀଙ୍କ ସହ ତିକ୍ତତା ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେବ, ତା’ଠାରୁ ଅଧିକ ବଦ୍‌ଖର୍ଚ୍ଚ ହେବ । କର୍ମରେ ବିଫଳତା, କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ସ୍ୱାତୀ ତୁଳା ସେମାନେ ସତର୍କ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୧୨, ଆରାଧନା: ମା’ ଗାୟତ୍ରୀ ।

ବିଛା: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଓ ମଙ୍ଗଳବାର ହେତୁ ଆର୍ଥିକ ସ୍ଥିତିରେ ଉନ୍ନତି ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ଆକସ୍ମିକ ଧନଲାଭ ଏବଂ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରହିବ ଏବଂ ଆୟର କିଛି ଅଂଶ ସ୍ଥାୟୀ ଜମା ରଖିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଯେଉଁମାନଙ୍କର ବିଶାଖା ଓ ଜ୍ୟେ । ବିଛା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୩, ଆରାଧନା: ପ୍ରଭୁ ସ୍କନ୍ଦ ।

ଧନୁ: ଶ୍ରୀଚନ୍ଦ୍ର ହେତୁ ଧନ, ମାନ, ସମ୍ମାନ, ପ୍ରତ୍ୟୁତ୍ପନ୍ନମତି ବୃଦ୍ଧି ପାଇବ । ଚାଲିଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ । ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା ଏବଂ ସ୍ୱଜନ, ପରିଜନଙ୍କ ସହିତ ବନ୍ଧୁତା ସ୍ଥାପିତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ପ୍ରସନ୍ନତା ଭାବ ପ୍ରକାଶ ପାଇବ । କର୍ମରେ ସଫଳତା ମିଳିଲେ ମଧ୍ୟ ଘାତତିଥି ହେତୁ ଆତ୍ମସନ୍ତୋଷ ମିଳିବ ନାହିଁ । ଯେଉଁମାନଙ୍କର ଉତ୍ତରାଷାଢ଼ା ଧନୁ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଲାଲ୍‌, ସଂଖ୍ୟା: ୨, ଆରାଧନା: ମା’ ତାରା ।

ମକର: ଘାତବାର, ଘାତତିଥି ଓ ଦ୍ୱାଦଶ ଚନ୍ଦ୍ର ହେତୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ । ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ବଢ଼ି ଚାଲିବ ଏବଂ ଖର୍ଚ୍ଚଭାରରେ ଅତି  ହୋଇ ଋଣ କରିବାକୁ ପଡ଼ିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ ଅଧିକ ରହିବ ଏବଂ କର୍ମରେ ବିଫଳତା, କର୍ମ ପ୍ରତି ଆଳସ୍ୟତା ଓ ଅନାଗ୍ରହ ଭାବ ଅଧିକ ରହିବ । ଯେଉଁମାନଙ୍କର ଶ୍ରବଣା ଓ ଧନି । ମକର ସେମାନେ ସତର୍କ ହେବେ । ଶୁଭରଙ୍ଗ: ଇନ୍ଦ୍ରନୀଳ, ସଂଖ୍ୟା: ୩, ଆରାଧନା : ମା’ ଭୈରବୀ ।

କୁମ୍ଭ: ଘାତଚନ୍ଦ୍ର, ଦ୍ୱାଦଶୀ ତିଥି ଓ ମଙ୍ଗଳବାର ହେତୁ କର୍ମରେ, ଆର୍ଥିକ ଅବସ୍ଥାରେ ବିପର୍ଯ୍ୟୟ ଆସିବ । ଆର୍ଥିକ ସ୍ଥିିତି ଭୁଶୁଡ଼ି ପଡ଼ିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ ବ୍ୟବସାୟ ବିପଜ୍ଜନକ ସ୍ଥିତିରେ ପହଞ୍ଚିବ । ଆର୍ଥିକ ଠକାମିରେ ପଡ଼ିପାରନ୍ତି । କର୍ମରେ ବାଧାବିଘ୍ନ ଓ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ଧନି । କୁମ୍ଭ ସେମାନେ ସ୍ୱାସ୍ଥ୍ୟ ପ୍ରତି ସତର୍କ ହେବେ । ଶୁଭରଙ୍ଗ: କଫି, ସଂଖ୍ୟା : ୬, ଆରାଧନା: ମା’ ଚଣ୍ଡୀ ।

ମୀନ: ଦଶମ ଚନ୍ଦ୍ର ହେତୁ କର୍ମରେ ଉନ୍ନତି, କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ମନରେ ପ୍ରସନ୍ନତା ଓ ଆତ୍ମସନ୍ତୋଷ ରହିବ । ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌କର୍ମ ପ୍ରତି ଅଧିକ ଆଗ୍ରହ ରହିବ । ଯେଉଁମାନଙ୍କ ଉତ୍ତରଭାଦ୍ର ମୀନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା : ୫, ଆରାଧନା: ପ୍ରଭୁ ଗଜାନନ ।