ରବିବାର ଏହି ରାଶିର ଲୋକଙ୍କ ପାଇଁ ରହିଛି ଭଲ ଦିନ, ସବୁ କାର୍ଯ୍ୟରେ ମିଳିବ ସଫଳତା

ମେଷ: ଅଷ୍ଟମ ଚନ୍ଦ୍ର ତଥା ବ୍ୟାଘାତ ଯୋଗ ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ କମ୍ ବ୍ୟୟ ଅଧିକ ରହିବ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ କମ୍ର୍ରେ ଆଗ୍ରହ ରଖିବେ । ବିନା କାରଣରେ ବହୁତ ବ୍ୟସ୍ତ ରହିବେ। କର୍ମରେ ବିଫଳତା ଓ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର କୃତ୍ତିକା ମେଷ ଓ ଯାହାର ପ୍ରଥମ ନାମାକ୍ଷର ଆ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଧଳା, ସଂଖ୍ୟା: ୨, ଆରାଧନା: ମା’ ଚଣ୍ଡୀ।
ବୃଷ: ସ୍ତ୍ରୀସୌଖ୍ୟ, ସ୍ତ୍ରୀହେତୁକ ଧନପ୍ରାପ୍ତି ଏବଂ ମଉଜ, ମସ୍ତିରେ ଅଧିକ ଆଗ୍ରହ ରହିବ। ପରିବାର ପ୍ରତି ଏବଂ ପରିବାରର ସଦସ୍ୟଙ୍କ ପ୍ରତି ମନରେ ଆନ୍ତରିକତା ଅଧିକ ରହିବ ଏବଂ ସହଧର୍ମିଣୀଙ୍କ ପ୍ରତି ସ୍ନେହ, ପ୍ରେମ, ଭଲପାଇବା ଗଭୀର ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମର ସଫଳତା ଓ ମହିଳା ସହକର୍ମୀଙ୍କ ସାହ୍ୟା, ସହୋଗ ପ୍ରାପ୍ତ କରିବେ। ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସିଲ୍ଭର, ସଂଖ୍ୟା: ୪, ଆରାଧନା: ପ୍ରଭୁ ଶ୍ରୀରାମ ।
ମିଥୁନ: ମନରେ ପ୍ରସନ୍ନତା, ରୋଗରେ ସୁସ୍ଥତା, ସମସ୍ତଙ୍କ ସହ ବନ୍ଧୁତା, ପରିବାରରେ ମିତ୍ରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ। ଆପଣଙ୍କର ପ୍ରଗଳ୍ଭତା ଓ ବାକ୍ ବିଚକ୍ଷଣତା ବୃଦ୍ଧି ପାଇବ ଏବଂ ପରୋପକାର ଓ ସମାଜ ସେବାରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ। ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: କଫି, ସଂଖ୍ୟା: ୧୨, ଆରାଧନା : ପ୍ରଭୁ ନାରାୟଣ ।
କର୍କଟ: ଘାତବାର ଓ କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ପାଞ୍ଚଟି କର୍ମରେ ଅଶୁଭ ଫଳ ମିଳିବ । ବିଦ୍ୟାରେ ଅସଫଳ, ସନ୍ତାନମାନଙ୍କ ବିଶୃଙ୍ଖଳତା, ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା, ମାନ ସମ୍ମାନ ହାନି ଘଟିବ । ମନ ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ ଏବଂ ପରିବାରରେ ମନୋମାଳିନ୍ୟ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁମାନଙ୍କର ଅଶ୍ଳେଷା କର୍କଟ ଓ ଯାହାର ପ୍ରଥମ ନାମାକ୍ଷର ଡୁ, ଡେ, ଡୋ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା : ୧, ଆରାଧନା : ମା’ ସମଲେଶ୍ୱରୀ ।
ସିଂହ: କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ଧନ, ସମ୍ପଦ, ପ୍ରାର୍ଚ୍ୟୁ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବାଣିଜ୍ୟ, ବ୍ୟବସାୟ ଉତ୍ତମ ହେବ ଏବଂ ପରିବାରରେ ଆୟ ଅତି ଉତ୍ତମ ହେବ। ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ମିଳିବ। କର୍ମରେ ସଫଳତା ଏବଂ ଉଚ୍ଚ ସମ୍ମାନ ଓ ଉଚ୍ଚ ପଦବୀ ମିଳିବ । ଯେଉଁମାନଙ୍କର ମଘା ଓ ପୂର୍ବା ଫାଲଗୁନୀ ସିଂହ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୩, ଆରାଧନା : ପ୍ରଭୁ ଗଜାନନ ।
କନ୍ୟା: ତୃତୀୟ ଚନ୍ଦ୍ର, ବୁଧବାର, ବୁଧଙ୍କ ନକ୍ଷତ୍ର, ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ ଏବଂ ସମସ୍ତ ଈପ୍ସିତ ପଦାର୍ଥ ହାତପାଆନ୍ତାରେ ଉପଲବ୍ଧ ହେବ । ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଭାଇଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧାଭାବ ପ୍ରକାଶ ପାଇବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ହସ୍ତା ଓ ଚିତ୍ରା କନ୍ୟା ସେମାନେ ଉପକୃତ ହେବେ। ଶୁଭରଙ୍ଗ: ମେରୁନ୍, ସଂଖ୍ୟା: ୮, ଆରାଧନା: ମା’ ଭୈରବୀ ।
ତୁଳା: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିିବ । କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ବିଶାଖା ତୁଳା ଓ ଯାହାର ପ୍ରଥମ ନାମାକ୍ଷର ତ, ତୁ,ତେ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୬, ଆରାଧନା: ମା’ କମଳା ।
ବିଛା: ଶ୍ରୀଚନ୍ଦ୍ର, ଘାତ ତିଥି ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ। କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୧୧, ଆରାଧନା : ମା’ ବଗଳାମୁଖୀ ।
ଧନୁ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ବହୁତ କମ୍ ରହିବ ଏବଂ ଆର୍ଥିକ ସ୍ଥତିରେ ସୁଧାର ଆସିବ । ମନରୁ ଅସତ୍ ଚିନ୍ତା, ଅସତ୍ ଭାବନା, ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଏବଂ ଦୁଶ୍ଚିନ୍ତା ଲୋପ ପାଇବ ଏବଂ ମନରେ ସତ୍ଚିନ୍ତା, ସତ୍ଭାବନା ପ୍ରକାଶ ପାଇବ । କର୍ମରେ ସଫଳତା ଏବଂ ସମସ୍ତ କଷ୍ଟସାଧ୍ୟ କାମ ଆପଣଙ୍କ ପାଇଁ ସହଜ ହେବ । ଯେଉଁମାନଙ୍କର ମୂଳା ଓ ପୂର୍ବାଷାଢ଼ା ଧନୁ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୫, ଆରାଧନା : ମା’ ତାରା ।
ମକର: ଏକାଦଶ ଚନ୍ଦ୍ର, ବୁଧବାର ଏବଂ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆର୍ଥିକ ସ୍ଥିତିରେ ଉନ୍ନତି, ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ ଏବଂ ମନରେ ଉଚ୍ଚାଭିଳାଷ ପ୍ରକାଶ ପାଇବ । କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ଉପକୃତ ହେବେ । ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୧୧, ଆରାଧନା : ମା’ ଦୁର୍ଗା ।
କୁମ୍ଭ: ଦଶମ ଚନ୍ଦ୍ର, ଦଶମୀ ତିଥି, ବୁଧବାର ଯୋଗୁ କର୍ମରେ ଉନ୍ନତି, ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ। ଆଜି କୌଣସି କର୍ମ ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ମନରେ ସତ୍ଚିନ୍ତା, ସତ୍ଭାବନା ପ୍ରକାଶ ପାଇବ ଏବଂ ସତ୍ କର୍ମରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଦେହ, ମନ ସୁସ୍ଥ ରହିବ । ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ଉପକୃତ ହେବେ । ଶୁଭରଙ୍ଗ : କଳା, ସଂଖ୍ୟା : ୬, ଆରାଧନା : ମା’ କାଳୀ ।