PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଶନିବାର ଏହି ରାଶିର ଲୋକଙ୍କ ପାଇଁ ରହିଛି ଭଲ ଦିନ, ସବୁ କାର୍ଯ୍ୟରେ ମିଳିବ ସଫଳତା

ମେଷ: ଦଶମ ଚନ୍ଦ୍ର, ଏକାଦଶୀ ତିଥି ଯୋଗୁ ନୂତନ ଭାବେ କର୍ମାରମ୍ଭ କରିବେ କିମ୍ବା ନୂତନ ନିଯୁକ୍ତି ମିଳିପାରେ। ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌କର୍ମରେ ଅଧିକ ଆଗ୍ରହ ରହିବ। କୁସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗ କରିବେ ଏବଂ ମନରୁ କୁଚିନ୍ତା, କୁଭାବନା ଲୋପ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ। ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ଉପକୃତ ହେବ। ଶୁଭରଙ୍ଗ: ଧଳା, ସଂଖ୍ୟା: ୧୧, ଆରାଧନା: ପ୍ରଭୁ ହନୁମାନ ।

ବୃଷ: ଘାତବାର ଓ କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଅପମାନ, ଅପଯଶ, ଅପନିନ୍ଦା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଯେଉଁମାନଙ୍କର ଓ, ବା, ବି, କୁ ସେମାନେ ସତର୍କ ହେବେ । ଶୁଭରଙ୍ଗ: ସିଲ୍‌ଭର, ସଂଖ୍ୟା: ୧୨, ଆରାଧନା : ମା’ ସମଲେଶ୍ୱରୀ ।

ମିଥୁନ: ଅଷ୍ଟମ ଚନ୍ଦ୍ର ଓ ଶନିବାର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ। ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସଙ୍କଟ ଉପୁଜିବ। କର୍ମରେ ବିଫଳତା, ବାଧାବିଘ୍ନ ଏବଂ ସମସ୍ତ କର୍ମରେ ସମୟାନୁବର୍ତ୍ତିତାର ଅଭାବ ରହିବ। ଯେଉଁମାନଙ୍କର ପୁନର୍ବସୁ ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର ହା, ହି ସେମାନେ ସତର୍କ ହେବେ। ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା : ୮, ଆରାଧନା : ମା’ ତ୍ରିପୁର ସୁନ୍ଦରୀ।

କର୍କଟ: ମାନସିକ, ପାରିବାରିକ ଶାନ୍ତି, ସ୍ତ୍ରୀ ସୌଖ୍ୟ, ସ୍ତ୍ରୀ ହେତୁକ ଧନପ୍ରାପ୍ତି, ସହଧର୍ମିଣୀଙ୍କ ସାହ୍ୟା, ସହଯୋଗ ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ। ମନରେ ଉତ୍ସାହ, ଉଦ୍ଦୀପନା ଏବଂ ଆମୋଦ ପ୍ରମୋଦ, ମଉଜ ମଜଲିସ୍‌ରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ। ଯେଉଁମାନଙ୍କର ପୁଷ୍ୟା କର୍କଟ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ଲାଲ, ସଂଖ୍ୟା: ୨, ଆରାଧନା: ଭଗବାନ ଶିବ।

ସିଂହ: ଘାତବାର ଓ ଘାତଚନ୍ଦ୍ର ଯୋଗୁ ବାକ୍‌ ସଞ୍ଜମତା ଜରୁରୀ ନଚେତ୍‌ ବିପଦରେ ପଡ଼ିପାରନ୍ତି। ବାଦବିବାଦ, ସ୍ୱାସ୍ଥ୍ୟ ଏବଂ ଅନ୍ୟ ସହିତ କଥାବାର୍ତ୍ତା ବେଳେ ସତର୍କ ହେବେ। ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର ବିବାଦୀୟ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ଅଯଥା ଖର୍ଚ୍ଚ ଅଧିକ ହେବ ଏବଂ ଖର୍ଚ୍ଚ ଭାରରେ ଅତିଷ୍ଠ  ହୋଇ  ଋଣ କରିବାକୁ ପଡ଼ିପାରେ। କର୍ମରେ ବହୁବିଧ ସମସ୍ୟା ଓ ବିଘ୍ନ ଦେଖାଦେବ। ଯେଉଁମାନଙ୍କର ପୂର୍ବାଫାଲ୍‌ଗୁନୀ  ସିଂହ ଓ ଯାହାର ପ୍ରଥମ ନାମାକ୍ଷର ମୋ, ଟା, ଟି, ଟୁ ସେମାନେ ସତର୍କ ହେବେ। ଶୁଭରଙ୍ଗ: ଗୋଲାପି, ସଂଖ୍ୟା: ୬, ଆରାଧନା: ପଭୁ ଗଜାନନ।

କନ୍ୟା: ଘାତବାର, ଘାତ ନକ୍ଷତ୍ର ଓ କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର ଏବଂ ଇତର ଜନଠାରୁ ଅପମାନ ମିଳିବ। ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି ଏବଂ ଦୂରଦୃଷ୍ଟି ଲୋପ ପାଇବ ଏବଂ ମନ ବିଷାଦଗ୍ରସ୍ତ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ। ଯେଉଁମାନଙ୍କର ହସ୍ତା କନ୍ୟା ଓ ଯାହାର ପ୍ରଥମ ନାମାକ୍ଷର ପୁ, ଷ, ଗ, ଠ ସେମାନେ ସତର୍କ ହେବେ। ଶୁଭରଙ୍ଗ: ସବୁଜ, ସଂଖ୍ୟା: ୪, ଆରାଧନା : ମା’ ଭୈରବୀ।

ତୁଳା: ଚତୁର୍ଥ ଚନ୍ଦ୍ର, ଶନିବାର ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଯୋଗୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ। କର୍ମରେ ସଫଳତା ଏବଂ ଉଚ୍ଚ ସମ୍ମାନ ଓ ଉଚ୍ଚ ପଦବୀ ମିଳିପାରେ। ଯେଉଁମାନଙ୍କର ଚିତ୍ରା ଓ ସ୍ୱାତୀ ତୁଳା ସେମାନେ ସୁଫଳ ପାଇବେ। ଶୁଭରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ପ୍ରଭୁ ଶ୍ରୀରାମ।

ବିଛା: ତୃତୀୟ ଚନ୍ଦ୍ର ଯୋଗୁ ପରିବାରରେ ସୁଖଶାନ୍ତି, ସମସ୍ତ ସହକର୍ମୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭାଇ, ଭଉଣୀଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧାଭାବ ପ୍ରକାଶ ପାଇବ। ମନରେ ଉନ୍ନତ ଚିନ୍ତାଧାରା ଏବଂ ଉଚ୍ଚାଭିଳାଷ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ କର୍ମ କରିବାର ଶୈଳୀରେ ଉନ୍ନତି ଦେଖାଦେବ। ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସୁଫଳ ପାଇବେ। ଶୁଭରଙ୍ଗ :  ଲାଲ, ସଂଖ୍ୟା : ୩, ଆରାଧନା : ମା’ ବଗଳାମୁଖୀ ।

ଧନୁ: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଓ ଶନିବାର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ ଏବଂ ଆର୍ଥିକ କାରବାର କଲାବେଳେ ସତର୍କ ହେବେ। ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। କର୍ମରେ ବିଫଳତା ଓ କର୍ମପ୍ରତି ଆଳସ୍ୟତା ଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ଓ ଯାହାର ପ୍ରଥମ ନାମାକ୍ଷର ଭୂ, ଧା, ଫା, ତା ସେମାନେ ସତର୍କ ହେବେ। ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

ମକର: ଶ୍ରୀ ଚନ୍ଦ୍ର, ଶନିବାର ଯୋଗୁ ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ। ଚାଲିଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ। ସୁଖାଦ୍ୟ, ସୁବସନ ପ୍ରାପ୍ତି ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତି ରହିବ। କର୍ମରେ ପରିଶ୍ରମ ତୁଳନାରେ ଅଧିକ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନି ମକର ସେମାନେ ଉପକୃତ ହେବେ।  ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୧୧, ଆରାଧନା : ମା’ କାଳୀ ।

କୁମ୍ଭ: ଦ୍ୱାଦଶ ଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ ଏବଂ ଅପଯଶ ମୁକ୍ତ ହେବେ। ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଏବଂ ପରିବାରର ଖର୍ଚ୍ଚ ଭାର ବହୁତ କମ୍‌ ରହିବ ଏବଂ ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ। ଯେଉଁମାନଙ୍କର ଧନି ଓ ଶତଭିଷା କୁମ୍ଭ ସେମାନେ ଉପକୃତ ହେବେ। ଶୁଭରଙ୍ଗ : ଧୂସର, ସଂଖ୍ୟା : ୩, ଆରାଧନା : ମା’ ବିମଳା ।

ମୀନ: ଏକାଦଶ ଚନ୍ଦ୍ର, ଏକାଦଶୀ ତିଥି ଏବଂ ଚନ୍ଦ୍ରଙ୍କ ନକ୍ଷତ୍ର ଯୋଗୁ ଆୟର ମାର୍ଗ ଅତି ଉତ୍ତମ ହେବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ। ଧନ, ସମ୍ପଦ, ପ୍ରାଚୁର୍ଯ୍ୟ ବୃଦ୍ଧି ପାଇବ ଏବଂ ସମସ୍ତ ଆଶା, ଆକାଂକ୍ଷା ଏବଂ ଅଭିଳାଷ ପୂର୍ଣ୍ଣ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା, ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ଉତ୍ତରାଭାଦ୍ର ମୀନ ସେମାନେ ଉପକୃତ ହେବେ। ଶୁଭରଙ୍ଗ ଗୋଲାପି, ସଂଖ୍ୟା : ୯, ଆରାଧନା : ମା’ ଧୂମାବତୀ ।