PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ବିଜୟ ଦେବରାକୋଣ୍ଡାଙ୍କ ସହ କିସିଙ୍ଗ୍ ସିନ୍ ଦେଇ ଟ୍ରୋଲ୍ ହୋଇଥିଲେ ରଶ୍ମିକା, ନିଦରୁ ଉଠି କାନ୍ଦୁଥିଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୦୪/୧୦: ରଶ୍ମିକା ମନ୍ଦନା ସିଲଭର୍ ସ୍କ୍ରିନ୍‌ରେ ଯେତିକି ସୁନ୍ଦର ନଜର ଆସନ୍ତି, ସେତିକି ରିୟଲ୍ ଲାଇଫ୍‌ରେ ବି ସେ ଦେଖାଯାଅନ୍ତି। ତାଙ୍କର ପ୍ରତ୍ୟେକ ଅନ୍ଦାଜରେ ଫ୍ୟାନ୍ସ ଦିୱାନା ଏବଂ ସେଥିପାଇଁ ତାଙ୍କୁ ନେସନାଲ୍ କ୍ରଶ୍ କୁହାଯାଏ। ତାଙ୍କ କ୍ୟୁଟନେସ୍‌ରେ ସେ ସମସ୍ତଙ୍କ ହୃଦୟ ଜିତନ୍ତି। ତେବେ ଏମିତି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ସୋସିଆଲ୍ ମିଡିଆରେ ଲୋକଙ୍କ ଅନେକ କଥା ଏବଂ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା ​।

ରଶ୍ମିକା ଆଜିକାଲି ବଲିଉଡରେ ଡେବ୍ୟୁ ବ୍ୟତୀତ ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ସହ ତାଙ୍କ ଡେଟିଂ ଗୁଜବକୁ ନେଇ ଚର୍ଚ୍ଚାରେ। ଏବେ ସେ ଅନେକ ଇଭେଣ୍ଟରେ ଯୋଗ ଦେଉଛନ୍ତି। ନିକଟରେ ସେ ଏକ ଇଣ୍ଟରଭ୍ୟୁ ସମୟରେ ଅନେକ ବାର୍ତ୍ତାଳାପ କରିଛନ୍ତି । ନେ ନିଜ ସହ ଜଡିତ ଏପରି ଏକ କଥା କହିଛନ୍ତି, ଯେତେବେଳେ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଖରାପ ବୋଲି କହୁଥିଲେ। ଏହା ସେହି ସମୟ ଥିଲା ଯେବେ ଅଭିନେତ୍ରୀ ବିଜୟ ଦେବରାକୋଣ୍ଡାଙ୍କ ସହ ଏକ ଫିଲ୍ମରେ କିସିଙ୍ଗ ସିନ୍ ସୁଟିଂ କରିଥିଲେ।

୨୦୧୯ ରେ ଫିଲ୍ମ ‘ଡିଅର୍ କମରେଡ୍’ ରେ ରଶ୍ମିକା ଏବଂ ବିଜୟଙ୍କ ମଧ୍ୟରେ କିସିଂ ସିନ୍ ଦେଖାଯାଇଥିଲା। ଏହାକୁ ନେଇ ଲୋକମାନେ ଅଶ୍ଳୀଳ ଏବଂ ପ୍ରଚାର ପାଇଁ ଭୋକିଲା ବୋଲି କହିଥିଲେ। ସେହି ସମୟକୁ ମନେ ପକାଇ ଅଭିନେତ୍ରୀ କହିଛନ୍ତି, ‘ଏହି ପ୍ରଚାର ଅନେକ ମାସ ଧରି ଚାଲିଥିଲା। ଦୁଃଖଭରା ମୁହୂର୍ତ୍ତ ଥିଲା, ମୁଁ ପଢିଛି ଏବଂ ଦେଖିଛି । ମୁଁ ଏପରି ସ୍ୱପ୍ନ ଦେଖୁଥିଲି ଯେଉଁଠାରେ ସମସ୍ତେ ମୋ ଆଡୁ ମୁହଁ ଫେରେଇ ନେଉଛନ୍ତି।

ରଶ୍ମିକାଙ୍କ ଅନୁଯାୟୀ, ଯେତେବେଳେ ବି ସେ ସ୍ୱପ୍ନ ଦେଖୁଥିଲେ, ସେ ନିଦରୁ ଉଠି ଘଣ୍ଟା ଘଣ୍ଟା କାନ୍ଦୁଥିଲେ। ସେ କହିଛନ୍ତି, ମୁଁ ମୋ ପରିବାରକୁ କହିପାରୁନଥିଲି ଯେ ମୁଁ କେତେ ଦୁଃଖିତ, କାରଣ ସେହି ସମୟରେ ସେମାନଙ୍କ ପାଇଁ ଏହି ଜିନିଷଗୁଡ଼ିକ ବହୁତ ନୂଆ ଥିଲା ଏବଂ ମୋ ପରିବାର ମୋତେ କେବେ ଦୁଃଖ ଦେଖି ପାରିବେ ନାହିଁ। ୱାର୍କ ଫ୍ରଣ୍ଟରେ ଆଜିକାଲି ଅଭିନେତ୍ରୀ ତାଙ୍କର ଆଗାମୀ ଫିଲ୍ମ ଗୁଡ୍ ବାଏକୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ସହିତ ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମଟି ଅକ୍ଟୋବର ୭ ରେ ରିଲିଜ୍ ହେବାକୁ ଯାଉଛି।