ହାଇଦ୍ରାବାଦ, ୨୬/୨ : ସାଉଥ ଫିଲ୍ମ ଜଗତର ଚର୍ଚ୍ଚିତ ଯୋଡ଼ି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମାନ୍ଧନାଙ୍କ ବିବାହ ସମ୍ପନ୍ନ ହୋଇଛି । ଉଦୟପୁରରେ ତେଲୁଗୁ ରୀତିନୀତି ଅନୁସାରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ଫ୍ୟାନ୍ସଙ୍କ ପାଇଁ ପ୍ରଥମ ଫଟୋ ସେୟାର କରିଛନ୍ତି ଏହି ଷ୍ଟାର କପଲ୍ । ଯାହାକୁ ଫ୍ୟାନ୍ସମାନେ ସେୟାର କରିବା ସହ କମେଣ୍ଟରେ ଶୁଭେଚ୍ଛା ଜଣାଉଛନ୍ତି । ବିବାହ ପୋଷାକରେ ଉଭୟଙ୍କ ଭଲ ପାଉଥିବାର ଫଟୋ ସେୟାର କରିଛନ୍ତି ।
ରଶ୍ମିକା ଫଟୋ ସେୟାର କରିବା ସହ କ୍ୟାପସନରେ ନିଜର ପ୍ରେମ ପ୍ରକାଶ କରିଛନ୍ତି । ମିଷ୍ଟର ହଜବେଣ୍ଡ କହିଛନ୍ତି । ମୁଁ ଏବେ ମୋ ସ୍ବାମୀ ବିଜୟଙ୍କୁ ଆପଣଙ୍କ ସହ ପରିଚିତ କରୁଛି । ଇଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ମୋତେ ପ୍ରକୃତ ପ୍ରେମ କିପରି ଅନୁଭବ ହୁଏତାହା ଶିଖାଇଥିଲେ । ଏହାସହ ଶାନ୍ତିରେ କେମିତି ରହିହେବ ଏବଂ ବଡ଼ ସ୍ବପ୍ନ ଦେଖାଇଛନ୍ତି । "ସେହି ବ୍ୟକ୍ତି ଯିଏ ମୋତେ କେବେ ନାଚିବା ପାଇଁ ବାରଣ କରିନଥିଲେ ଯେପରି କେହି ଦେଖୁନାହାଁନ୍ତି। ସେହି ବ୍ୟକ୍ତି ଯିଏ ମୋତେ ଦେଖାଇଥିଲେ ଯେ ବନ୍ଧୁମାନଙ୍କ ସହିତ ସମୟ ବିତାଇବା ହେଉଛି। ସେପଟେ ବିଜୟ ମଧ୍ୟ ନିଜର ପ୍ରେମ ପ୍ରକାଶ କରି ଏକ ପୋଷ୍ଟ କରିଛନ୍ତି । ଯାହାକୁ ଏବେ ଫ୍ୟାନ୍ସମାନେ ବହୁଳ ମାତ୍ରାରେ ସେୟାର କରୁଛନ୍ତି ।
୨୦୧୭ ମସିହାରେ ଉଭୟ ଏକ ଫିଲ୍ମର ସୁଟିଂ ସେଟରେ ପ୍ରଥମେ ଭେଟ ହୋଇଥିଲେ । ପ୍ରଥମେ ବନ୍ଧୁତା ଆଉ ପ୍ରେମରେ ପରିଣତ ହେଲା । ଆଉ ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଯୋଡ଼ି ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ମୋହିଛନ୍ତି ।
ଏହାସହ ପଢ଼ନ୍ତୁ : ଭାରତ ପାଇଁ ସେମି ରାସ୍ତା ଫିଟାଇଲା ଦକ୍ଷିଣଆଫ୍ରିକା, ଏବେ ଦେଖାଇବାକୁ ପଡ଼ିବ ଅସଲ ଖେଳ