ନୂଆଦିଲ୍ଲୀ, ୨୬/୨ : ଗୁରୁବାର ଅହମ୍ମଦାବାଦରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ୍-ଦକ୍ଷିଣଆଫ୍ରିକା ମ୍ୟାଚ ଭାରତ ପାଇଁ ସେମି ରାସ୍ତା ଫିଟାଇଛି । ଏବେ ଅନ୍ୟ ଦଳ ନୁହେଁ ନିଜର ଦମ୍ ଦେଖାଇବାକୁ ପଡ଼ିବ । ଓ୍ବେଷ୍ଟଇଣ୍ଡିଜକୁ ୯ ଓ୍ବିକେଟରେ ହରାଇଛି ଦକ୍ଷିଣଆଫ୍ରିକା । ୧୬ ଓଭର ଗୋଟିଏ ବଲରେ ୧୭୭ ରନର ବିଜୟ ଲକ୍ଷ୍ୟକୁ ହାସଲ କରିଛି ଦକ୍ଷିଣଆଫ୍ରିକା । ବଡ଼ ରନ୍ ବ୍ୟବଧାନରେ ଓ୍ବେଷ୍ଟଇଣ୍ଡିଜ୍ ହାରିବା ପରେ ଏବେ ନେଟ ରନରେଟ୍ କମିଯାଇଛି ।
ଦୁଇ ମ୍ୟାଚରୁ ଦକ୍ଷିଣଆଫ୍ରିକା ଦୁଇଟି ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚରେ ଭାରତକୁ ହରାଇବା ପରେ ଦ୍ବିତୀୟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି । ଦୁଇଟି ବିଜୟ ସହ ଟେବୁଲ ଟପରେ ରହିଛି । ଶେଷ ମ୍ୟାଚରେ ଜିମ୍ବାଓ୍ବେ ବିପକ୍ଷରେ ଖେଳିବ ଦକ୍ଷିଣଆଫ୍ରିକା । ଭାରତ ଆଜି ଜିମ୍ବାଓ୍ବେ ବିପକ୍ଷ ମ୍ୟାଚରେ ବିଜୟ ହେଲେ ପରବର୍ତ୍ତୀ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ହରାଇବାକୁ ପଡ଼ିବ । ଭାରତ ଯଦି ଦୁଇଟି ଯାକ ମ୍ୟାଚରେ ବିଜୟୀ ହୁଏ ତାହେଲେ ସେମିଫାଇନାଲରେ ପହଞ୍ଚିବ । ଓ୍ବେଷ୍ଟଇଣ୍ଡିଜକୁ ହରାଇ ଭାରତର ଅଧା କାମ କରିଦେଲା ଦକ୍ଷିଣଆଫ୍ରିକା । ଏବେ ଭାରତକୁ ନିଜର ଦମ୍ ଦେଖାଇବା ବାକି ରହିଛି ।
ସେପଟେ ଯଦି ଆଜିର ମ୍ୟାଚ ସମ୍ପର୍କରେ କହିବା ତାହେଲେ ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ୍ ବିନିମୟରେ ୧୭୬ ରନ୍ କରିଥିଲା । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବଡ଼ ପାଳି ଖେଳି ପାରିନଥିଲେ । ସେଫର୍ଡ ୫୨ ରନ କରିତିବାବେଳେ ହୋଲଡର ୪୯ ରନ କରିଥିଲେ । ଦକ୍ଷିଣଆଫ୍ରିକା ପକ୍ଷରୁ ଲୁଙ୍ଗି ନିଙ୍ଗଡ଼ି ୩ ଓ୍ବିକେଟ ଅକ୍ତିଆର କରିଥିବାବେଳେ ରାବାଡ଼ା ଏବଂ ବୋସ ୨ଟି ଲେଖାଏଁ ନେଇଥିଲେ । ସେପଟେ ୧୭୭ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣଆଫ୍ରିକା ୧୬.୧ ବଲରେ ହାସଲ କରିଥିଲା । ମାକ୍ରମ ଅପରାଜିତ ୮୨ ରନ କରିଛନ୍ତି । ମାତ୍ର ଗୋଟିଏ ଓ୍ବିକେଟ ହରାଇ ଦକ୍ଷିଣଆଫ୍ରିକା ମ୍ୟାଚକୁ ଜିତି ନେଇଛି ।
ଏହାସହ ପଢ଼ନ୍ତୁ : ଟସ୍ ଜିତିଲା ଜିମ୍ବାଓ୍ବେ, ପ୍ରଥମେ ବ୍ୟାଟିଂ କରିବ ଭାରତ