PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣା: ଥାନାରେ ହାଜର ହେଲେ ଦ୍ବିତୀୟ ପ୍ରେମିକ ସନ୍ତୋଷ ପାତ୍ର, ଜେରା କରୁଛି ପୋଲିସ

ଭୁବନେଶ୍ୱର,୨୪/୦୬: ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌ର ତଦନ୍ତ ଆଉ ଗୋଟିଏ ପାଦ ଆଗେଇଛି । ରଶ୍ମିରେଖା ଓଝ ଆତ୍ମହତ୍ୟା ମାମଲାରେ ନୟାପଲ୍ଳୀ ଥାନାରେ ହାଜର ହେଲେ ଦ୍ବିତୀୟ ପ୍ରେମିକ ସନ୍ତୋଷ ପାତ୍ର। ରଶ୍ମିରେଖା ନିଜକୁ ସନ୍ତୋଷଙ୍କ ପତ୍ନୀ ବୋଲି ପରିଚୟ ଦେଇ ନୟାପଲ୍ଲୀରେ ଏକାଠି ଲିଭ୍‌ ଇନ୍‌ରେ ରହୁଥିଲେ।ଏହି ମାମଲା ଉପର ପରଦା ହଟାଇବା ପାଇଁ ସନ୍ତୋଷକୁ ଜେରା କରୁଛି ନୟାପଲ୍ଳୀ ପୋଲିସ। ଏଥିସହିତ ପୁଣି ନୟାପଲ୍ଲୀ ଥାନା ହାଜର ହୋଇଛି ପ୍ରଥମ ପ୍ରେମିକା ରାଜା।

ସୂଚନା ମୁତାବକ, ଗୁରୁବାରଦ ଦିନ ପ୍ରଥମ ପ୍ରେମିକ ବଡ଼ଗଡ଼ ଝରଣା ସାହିରେ ରହୁଥିବା ବିରିଡିର ଜ୍ୟୋତିରଞ୍ଜନ ନାଥ ଓରଫ ରାଜାକୁ ପୁଲିସ୍‌ ଦେଢ଼ ଘଣ୍ଟା ଧରି ଜେରା କରିଥିଲା। ଜେରା ସମୟରେ ରାଜା ଠାରୁ ସନ୍ତୋଷଜନଜ ଉତ୍ତର ପାଇ ନଥିବା ପୁଲିସ୍‌ କହିଛି । ସେପଟେ ଦ୍ୱିତୀୟ ପ୍ରେମିକ ସନ୍ତୋଷ ପାତ୍ରଙ୍କୁ ୨୫ ତାରିଖ ମଧ୍ୟରେ ହାଜର ହେବାକୁ ପୁଲିସ୍‌ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ଫଳରେ ଆଜି ନୟାପଲ୍ଳୀ ଥାନାରେ ଦ୍ବିତୀୟ ପ୍ରେମିକ ସନ୍ତୋଷ ପାତ୍ର ହାଜର ହୋଇଛନ୍ତିି। ମାମଲାର ଉପରୁ ପରଦା ହଟାଇବା ପାଇଁ ପୋଲିସ ଜେରା ଚଲାଇଛି।

ଉଲ୍ଲେମଖ ଯୋଗ୍ୟ, ରଶ୍ମିରେଖା ଆତ୍ମହତ୍ୟା କରିବା ଦିନ ଠାରୁ ରାଜା କଥା ସାମନାକୁ ଆସିଥିଲା । ହେଲେ ସେ ତଦନ୍ତରେ ସହଯୋଗ କରୁନଥିଲେ । ଗତ ମଙ୍ଗଳବାର ପୁଲିସ୍‌ ରାଜାଙ୍କୁ ଚେତାବନୀ ଦେଇଥିଲା । ଦୁଇ ଦିନ ମଧ୍ୟରେ ହାଜର ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଦେଇଥିଲା ପୁଲିସ । ଚେତାବନୀ ପରେ ଗୁରୁବାର ପୂର୍ବାହ୍ନରେ ନୟାପଲ୍ଲୀ ଥାନାରେ ପହଞ୍ଚିଥିଲେ ରାଜା । ରଶ୍ମିରେଖାଙ୍କ ସହ ଦେଖାହେବା ଦିନଠାରୁ ଆରମ୍ଭ କରି ଉଭୟଙ୍କ ମଧ୍ୟରେ ପ୍ରେମ, ବିବାହ, ବିଚ୍ଛେଦ ଓ ସନ୍ତୋଷଙ୍କ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲା ପୁଲିସ୍‌ । ହେଲେ ରାଜାଙ୍କ ଠାରୁ ପୁଲିସ୍‌ ସେମିତି କିଛି ସନ୍ତୋଷଜନକ ଉତ୍ତର ପାଇ ନଥିଲା । ତାଙ୍କୁ ପୁଣି ଜେରା ପାଇଁ ହାଜର ହୋଇଛନ୍ତି ରାଜା।ରଶ୍ମିରୋଖାଙ୍କ ଫଟୋ ଭାଇରାଲ ମାମଲାରେ ରାଜାକୁ ଜେରା କରିବ ପୋଲିସ।

ସେ ସବୁ ଦୋଷ ଗଣମାଧ୍ୟମକୁ ଦେଇ କହିଛନ୍ତି ଯେ ଗଣମାଧ୍ୟମ ପାଇଁ ଆଜି ସେ ଥାନାରେ ହାଜର ହୋଇଛନ୍ତି । ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ପରିବେଷଣ କରାଯାଉଥିବାରୁ ପୁଲିସ ତାଙ୍କୁ ଜେରା କରୁଛି । ସେ ତଦନ୍ତରେ ପୁଲିସ୍‌କୁ ସବୁ ପ୍ରକାରର ସହଯୋଗ କରୁଛନ୍ତି । ତେବେ ତଦନ୍ତ ଚାଲିଥିବାରୁ କିଛି କହିବେ ନାହିଁ ବୋଲି ରାଜା କହିଛନ୍ତି । ସେପଟେ ଡିସିପି ପ୍ରତୀପକ ସିଂହ କହିଛନ୍ତି, ରଶ୍ମିରେଖା ଆତ୍ମହତ୍ୟା କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ତେବେ କ’ଣ ପାଇଁ ସେ ଆତ୍ମହତ୍ୟା କଲେ ତାର ତଦନ୍ତ ଚାଲିଛି ବୋଲି ସେ କହିଥିଲେ।