ପୁରୀ,୧୮/୦୭: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ରଥରୂଢ଼ ଦାରୁବ୍ରହ୍ମ। ଏଥିପାଇଁ ରଥ ଉପରେ ସମସ୍ତ ନୀତିକାନ୍ତି ସୁର ସୁରୁଖୁରୁରେ ଠିକ୍ ଠାକ୍ ଚାଲିଛି । ସମସ୍ତ ଶ୍ରୀଜିଉ ରାତିସାରା ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ରାତିସାରା ଲକ୍ଷାଧିକ ଶ୍ରଦ୍ଧାଳୁ ଭଗବାନଙ୍କ ଦିବ୍ୟ ଦର୍ଶନ ପାଉଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ :- Ratha yatra 2026: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ରଥରୂଢ଼ ଦାରୁବ୍ରହ୍ମ, ରବିବାରଠୁ ମିଳିବ ଆଡ଼ପ ଦର୍ଶନ, ଅବଢ଼ା
ସେ ଆହୁରି କହିଛନ୍ତି ଯେ, ଆଜି ଆଡ଼ପ ବିଜେ ଅଛି ତେଣୁ ଗୁଣ୍ଡିଚା ମନ୍ଦିର ଓ ଶରଧାବାଲିରେ ସୁରକ୍ଷା ବ୍ୟବସ୍ଥା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆଉ କିଛି ସମୟ ପରେ ଚାରମାଳ ଖଞ୍ଜା ଯିବ। ଏ ବର୍ଷ ଦୁଇଟି ସେଟ୍ ଚାରମାଳ ପ୍ରସ୍ତୁତ ହୋଇଛି । ଗୋଟିଏ ଶ୍ରୀମନ୍ଦିର ଓ ଅନ୍ୟ ସେଟ୍ ଗୁଣ୍ଡିଚା ମନ୍ଦିରରେ ଅଛି । ସମସ୍ତ ନୀତିକାନ୍ତି ସମାପ୍ତ ହେବା ପରେ ସନ୍ଧ୍ୟା ୭ରୁ ସାଢ଼େ ୭ଟା ଭିତରେ ଗୋଟି ପହଣ୍ଡି ମାଧ୍ୟମରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବ ।