PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ: ୭ ଦିନରେ ସରିବ ଗର୍ଭଗୃହ ମରାମତି, ମୂଷା ସମସ୍ୟା ଦୂର ଲାଗି ଅତିରିକ୍ତ ଜାଲି ଟ୍ରାପ୍‌ ଲଗାଯିବ

ପୁରୀ,୨୭/୦୫: ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଞ୍ଚ କରାଯିବ । ଏଥିପାଇଁ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସକ, ବୈଷୟିକ କମିଟି, କୋର୍‌ କମିଟି ଏବଂ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଶ୍ରୀମନ୍ଦିରକୁ ଯାଇ ଅନୁଧ୍ୟାନ କରିଛନ୍ତି । ଦୀର୍ଘ ସମୟ ଧରି ଏହି ଅନୁଧ୍ୟାନ କରାଯାଇଥିଲା । ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀମନ୍ଦିରର ଯାଞ୍ଚ କରାଯାଇ ମରାମତି କରାଯାଇଥାଏ । ମୁଖ୍ୟ ମନ୍ଦିରର ଯାଞ୍ଚ ଏବଂ ଗର୍ଭଗୃହ ମରାମତି କାମକୁ ୭ ଦିନ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ମନ୍ଦିର ବେଢ଼ା ଏବଂ ପାଶ୍ୱର୍ ଦେବାଦେବୀଙ୍କ ମରାମତି ସାମାନ୍ୟ ବିଳମ୍ବ ହେଲେ ଚଳିବ ।

ଗର୍ଭଗୃହ ଭିତରେ ମୂଷା ଓ ଅସରପା ଆଦି ଦେଖାଯାଉଥିବାରୁ ଏହାକୁ ନେଇ ସେବାୟତମାନେ ଯେଉଁ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି ତାକୁ କିଭଳି ସମାଧାନ କରାଯିବ ସେଥିପାଇଁ ପ୍ରାଥମିକତା ଦିଆଯିବ । ରତ୍ନ ସିଂହାସନ ପାଖରେ କେଉଁଠି ମୂଷା ରହୁଛନ୍ତି, କେଉଁବାଟ ଦେଇ ମୁଷା ଭିତରକୁ ପ୍ରବେଶ କରୁଛନ୍ତି ସେସବୁକୁ ଚିହ୍ନଟ କରାଯିବ । ଗର୍ଭଗୃହ ଭିତରେ ମୂଷାଙ୍କ ପାଇଁ କୌଣସି ଶବ୍ଦ ବା ରସାୟନିକ ଦ୍ରବ୍ୟ ବ୍ୟବହାର କରାଯାଇପାରିବ ନାହିଁ । ତେଣୁ ଏନେଇ ବୈଷୟିକ ଟିମ୍‌ ଅନୁଧ୍ୟାନ କରିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ।

ଜଗମୋହନରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ବଡ଼ ବଡ଼ ପଙ୍ଖା ଲଗାଯାଇଛି । ହେଲେ ଏସବୁରୁ ଶବ୍ଦ ସୃଷ୍ଟି ହେବା ସହିତ ଆଧ୍ୟାତ୍ମିକ ପରିବେଶ ଭଙ୍ଗ ହେଉଛି । ପଙ୍ଖା ଯୋଗୁ କମ୍ପନ ସୃଷ୍ଟି ହେଉଥିବାରୁ ଏହାକୁ ବଦଳାଇବା ଲାଗି ବୈଷୟିକ କମିଟି ସୁପାରିସ କରିଛି । ତେଣୁ ଏସବୁ ସ୍ଥାନରେ ଏସି ଲଗାଯିବାକୁ ସ୍ଥିର କରାଯାଇଛି । ସ୍ୱଳ୍ପ ସମୟ ମଧ୍ୟରେ ମରାମତି କାମ ଶେଷ କରିବାକୁ ଉଦ୍ୟମ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ସ୍ନାନପୂର୍ଣ୍ଣିମା ଲାଗି ପୁରୀକୁ ଆସୁଥିବା ଲକ୍ଷାଧିକ ଭକ୍ତ ଯେପରି ସୁରୁଖୁରୁରେ ଦର୍ଶନ କରିପାରିବେ ସେଥିପାଇଁ ସିଂହଦ୍ୱାର ସାମ୍ନାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାମ ସାରିବାକୁ କୁହାଯାଇଛି । ସେଠାରେ ନିର୍ମାଣ ଲାଗି ରହିଥିବା ଅଗ୍ନିଶମ ଓ ନିର୍ମାଣ କମ୍ପାନୀର ଗାଡ଼ିଗୁଡ଼ିକ ହଟାଯିବ । ସେହିପରି ସାମ୍ନାରେ ବିଛା ଯାଉଥିବା ମାଷ୍ଟିକ ଆସଫାଲ୍ଟ କାମକୁ ତ୍ୱରାନ୍ୱିତ କରାଯିବ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମନ୍ଦିର କୋର୍‌ କମିଟିର ସଦସ୍ୟ ଏନ୍‌ସି ପାଲ୍‌ଙ୍କ କହିବା ଅନୁସାରେ ଜଗମୋହନ ଓ ଗର୍ଭ ଗୃହ ମଧ୍ୟରେ ଅସରପା ଓ ମୂଷା ରହୁଥିବା ସ୍ଥାନକୁ ଚିହ୍ନଟ କରାଯାଇ ସେସବୁକୁ କିଭଳି ବନ୍ଦ କରାଯିବ ସେଥିପାଇଁ କାର୍ଯ୍ୟ କରାଯିବ । ମନ୍ଦିର ଭିତରର ଆଦ୍ରତା ପୂର୍ବ ବର୍ଷ ତୁଳନାରେ ଏବର୍ଷ କମ ରହିଛି । ତାଙ୍କୁ ନିୟନ୍ତ୍ରଣ କରାଯାଇପାରିଥିବା ସେ କହିଛନ୍ତି ।

ପ୍ରତ୍ୟେକ ବର୍ଷ ରଥଯାତ୍ରା ସମୟରେ ମନ୍ଦିର ଭିତର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଥାଏ । ଏହି ପୁରାତନ ଐତିହ୍ୟର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆଇ ହାତରେ ରହିଥିବାରୁ ଏଏସ୍‌ଆଇର ସ୍ୱତନ୍ତ୍ର ଦଳ ନେତୃତ୍ୱରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି । ଏଏସ୍‌ଆଇର ଏଷ୍ଟ୍ରକ୍‌ଚରାଲ୍‌ ହେଲଥ୍‌ ମନିଟରିଂ(ଏସ୍‌ଏଚଏମ୍‌) ବ୍ୟବସ୍ଥା ଅନ୍ତର୍ଭୁକ୍ତ ଶ୍ରୀମନ୍ଦିରର ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଏବଂ ଅନ୍ୟ ପ୍ରମୁଖ ସ୍ଥାନକୁ ଯାଞ୍ଚ କରାଯିବ ବୋଲି ବରିଷ୍ଠ ସଂରକ୍ଷଣ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

ଗତ ବର୍ଷ ରୋଷ ଘର ଭିତରର ଚଟଣାର ଅର୍ଦ୍ଧ ଭାଗ ମରାମତି କରାଯାଇଥିଲା । ତେବେ ଅନ୍ୟ ଅର୍ଦ୍ଧ ଭାଗକୁ ଏଥର ମରାମତି କରାଯିବ ବୋଲି ଜଣାପଡ଼ିଛି । ବର୍ଷ ତମାମ ଠାକୁରଙ୍କ ଅଖଣ୍ଡ ଏବଂ ଆଳତୀ ଯୋଗୁ ଗର୍ଭଗୃହ ଭିତରେ ଉପର ପଥର ଗୁଡ଼ିକରେ କଳା ଧୂଆଁର ଏକ ପ୍ରଲେପ ଲାଗି ଯାଇଥାଏ । ଏ ସବୁକୁ ଏକ ସ୍ୱତନ୍ତ୍ର ତରଳ ପଦାର୍ଥ ମାଧ୍ୟମରେ ଏଏସ୍‌ଆଇର ବୈଜ୍ଞାନିକମାନେ ଏହାକୁ ସଫା କରିଥାନ୍ତି ।

ସମ୍ବନ୍ଧିତ ଖବର