ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ରଥଖଳା ହାଲ୍‌ଚାଲ୍‌... ପ୍ରଥମ ଭୂଇଁ କାମ ଆରମ୍ଭ, ଶାଳରେ ପଡ଼ିଲା ପନ୍ଦାରି ଚାବି

ପୁରୀ,୨୧/୦୫: ରଥଖଳାରେ ରଥକାମ ଜୋରସୋରରେ ଚାଲିଛି। ଶୁକ୍ରବାର ସନ୍ଧ୍ୟ ସୁଦ୍ଧା ତିନି ରଥର ୪୨ ଚକ ମଧ୍ୟରୁ ୧୮ଟି ଚକ ସମ୍ପୂର୍ଣ୍ଣ ହୋଇଛି । ଶୁକ୍ରବାର ରଥର ଉପରିଭାଗ ଭୂଇଁ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ଭୂଇଁ ଛଅ କାଠ ପଡ଼ିଛି ରଥ ଖଳାରେ । ରଥ ଅମିନଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକମାନେ ଭୂଇଁ କାଠ ଯୋଗାଇଥିଲେ । ବିଶ୍ୱକର୍ମାମାନେ ବାରିସି ଚଳାଇ ପ୍ରଥମ ଭୂଇଁ ନିର୍ମାଣ ଆରମ୍ଭ କରିଛନ୍ତି । ଧଉରା ଓ ଅସନ କାଠରେ ତିଆରି ହେଉଛି ଭୂଇଁ । ରଥର ସମସ୍ତ ଯୋକା ନିର୍ମାଣ ଶେଷ ହୋଇଛି । ଏଥିସହ ଶାଳରେ କମାର ସେବକମାନେ ପନ୍ଦାରି ଚାବି ନିର୍ମାଣ ଆରମ୍ଭ କରିଛନ୍ତି ।

{"id":418840,"sizeSlug":"large","linkDestination":"none"}

ରଥ ଖଳାରେ ଚକ ଫିଟିଂ ଜାରି ରହିଛି । ଚକ ପାଇଁ ଆବଶ୍ୟକ ହେଉଛି ଅର କଣ୍ଟା, ପନ୍ଦାରି ଓ ବଳା । ଏସବୁକୁ ଦୋଳବେଦି ଶାଳରେ ତିଆର କମାର ସେବକମାନେ ବିଶ୍ୱକର୍ମାଙ୍କୁ ଯୋଗାଉଛନ୍ତି । ଯନ୍ତା ଗାଡ଼ରେ ସିଙ୍ଗଡ଼ା ବାଡ଼ିଆ ପଦ୍ଧତିରେ ତୁମ୍ବ ସହ ଅର ଯୋଡ଼ି ରଥଖଳାକୁ ବୋହି ନେଉଛନ୍ତି ଭୋଇ ସେବକ । ରଥଖଳାରେ ବିଲେଇ ବାଡ଼ିଆ ପଦ୍ଧତିରେ ଚକ ପ୍ରସ୍ତୁତ ହେଉଛି । ଇତି ମଧ୍ୟରେ ତାଳଧ୍ୱଜର ୧୪ ଚକରୁ ୬ଟି, ଦେବୀ ରଥର ୧୨ ଚକରୁ ୫ଟି ଓ ନନ୍ଦିଘୋଷର ୧୬ ଚକରୁ ୭ଟି ଚକ କାମ ଶେଷ ହୋଇଛି ।

ସାଲଗୁଜ, ତୀଖଗୁଜ, ଜଳଯନ୍ତ୍ର ଚଉପଟ ଚାଲିଛି । ବିଶ୍ୱକର୍ମାମାନେ ଧଉରା କାଠ ଚଉପଟ କରି ଯୋଗାଉଛନ୍ତି । ରୂପକାର ସେଥିରେ ସିଂହବିରାଳ ଓ ଗଜବିରାଳ ମୂର୍ତ୍ତି ତିଆରିରେ ବ୍ୟସ୍ତ । ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୧୬ଟି ଲେଖାଏଁ ଯୋକା ଓ ଦେବୀ ରଥରେ ୧୨ଟି ଯୋକା ନିର୍ମାଣ ଶେଷ ହୋଇଛି । ରଥ କୋଣରେ ଏସବୁ ସ୍ଥାପନ ହେଲେ ଚାରିପଟେ ଠେକରା ବାଡ଼ ବୁଲିବ ।

wp:heading

ଚକକୁ ସୁରକ୍ଷା ଦିଏ ‘ପନ୍ଦାରି ଚାବି’

/wp:heading

ଚକକୁ ସୁରକ୍ଷା ଦିଏ ‘ପନ୍ଦାରି ଚାବି’ । ପୁରା ରଥର ଓଜନ ସମ୍ଭାଳେ ଚକର ତୁମ୍ବ । ତୁମ୍ବ ମଜଭୁତି ପାଇଁ ଭିତର ବିନ୍ଧରେ ଲାଗେ ପନ୍ଦାରି । ସେଥିରେ ଅଖ ଭୁଞ୍ଜାଯାଏ । ରଥ ଚାଳନାବେଳେ ତୁମ୍ବରୁ ପନ୍ଦାରି ନବାହାରିବା ପାଇଁ ଲାଗିବ ପନ୍ଦାରି ଚାବି । ଗୋଟିଏ ପନ୍ଦାରିରେ ଦୁଇଟି ଚାବି ଲାଗେ । ମୋଟ ୪୨ ଚକର ତୁମ୍ବରେ ଲାଗିଥାଏ ୮୪ ପନ୍ଦାରି । ପ୍ରତି ପନ୍ଦାରିରେ ୨ଟି କରି ଲାଗିଥାଏ ୧୬୮ ଗୋଟି ପନ୍ଦାରି ଚାବି । ତୁମ୍ବର ମାପ ବିଶ୍ୱର୍କମା ଦେବା ପରେ ଓଝା ତଥା କମାର ସେବକମାନେ ଦୋଳବେଦି ସ୍ଥିତ ତିନୋଟି ସ୍ୱତନ୍ତ୍ର ଶାଳରେ ପନ୍ଦାରି, ବଳା ଓ ପନ୍ଦାରି ଚାବି ନିର୍ମାଣ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.