PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ରଥଖଳା ହାଲ୍‌ଚାଲ୍‌…କାଳବୈଶାଖୀରେ ରଥ ଖଳା ଅସ୍ତବ୍ୟସ୍ତ, କଳସା ଚାଲିଛି ଦଣ୍ଡା

ପୁରୀ,୨୬/୦୫: ବଡ଼ଦାଣ୍ଡରେ ତିନି ରଥର ଦଣ୍ଡା ଫ୍ରେମ୍‌ ପ୍ରସ୍ତୁତ ପରେ ଗୁରୁବାର ନମ୍ବରିଂ କରାଯାଇ ଖୋଲାଗଲା । ସମସ୍ତ ଅଂଶ ମାପଚୁପ ହୋଇ ଦାଗ ଦିଆଯିବାପରେ ବର୍ତ୍ତମାନ କଳସା ଚାଲିଛି । ଗୁଜ ଗୁଡ଼ିକ ଦଣ୍ଡାରେ ଠିକ୍‌ରେ ଫିଟିଂ ପାଇଁ କଳସା ଚାଲିଛି । ଅର୍ଥାତ୍‌ ଅସମାନ ଅଂଶକୁ କାଟି ସାଇଜ୍‌ କରିବାରେ ଲାଗିଛନ୍ତି ତିନି ରଥର ବିଶ୍ୱକର୍ମା । କଳସା ପରେ ନିରାଡ଼ିକୁ ଗୁଜ ପୁରା ଫିଟିଂ ହୋଇ ସଂଯୁକ୍ତ ହେବ ।

ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହଠାତ୍‌ ପବନ ବର୍ଷା ଆରମ୍ଭ ହୋଇଥିଲା । ଫଳରେ ରଥ ଖଳାରେ ପ୍ରାୟ ଏକ ଘଣ୍ଟା ଧରି ନାଳ ଓ ବର୍ଷା ପାଣି ଲହଡ଼ା ମାରିଥିଲା । ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ୪୫ ମିନିଟ୍‌ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ରଥ ଖଳା ପରିଭ୍ରମଣ କରି ନିର୍ମାଣକାରୀଙ୍କ ସଙ୍ଗେ ଆଲୋଚନା କରିଥିଲେ । ଚାରି ନାହାକା ହଣା ସରିଛି । ରଥ ଚାଳିରେ ଗୟଳ ହଣା ଚାଲିଛି । ଭୋଇ ସେବକମାନେ ଚାଳିକୁ ପୋଟଳପାରେଣୀ କାଠ ଯୋଗାଇଛନ୍ତି । ଏହାର ନିର୍ମାଣ ପାଇଁ ସୂତା ବାଡ଼ିଆ ହୋଇଛି । ଏହା ହେଉଛି ରଥ ଉପରିଭାଗର କାର୍ଯ୍ୟ । ସ୍ନାନପୂର୍ଣ୍ଣିମାକୁ ଚାହିଁ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବା କହିଛନ୍ତି ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ।

ଚାଳିରେ ରୁପକାର ସେବକମାନେ ସମସ୍ତ ସାଲ ଗୁଜ ଓ ତୀଖ ଗୁଜ ଖୋଦେଇ ସାରିଛନ୍ତି । ଗୁରୁବାର ତିନି ରଥର ସିଂହାସନ କାର୍ଯ୍ୟ ଆରମ୍ଭ ହୋଇଛି । ଠାକୁରଙ୍କ ସିଂହାସନରେ ପୂର୍ଣ୍ଣ କୁମ୍ଭ, ପଦ୍ମ, ଗଜ ମାଳ, ଡାଳି ଲତା ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ମୁଖ୍ୟ କରତି ସେବକ ରଣଜିତ୍‌ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଦେବଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି । ଓଝା ସେବକମାନେ ଯୋକା କଣ୍ଟା ଓ ନାହାକା କଣ୍ଟା ପ୍ରସ୍ତୁତ କରୁଛନ୍ତି ।