PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନନ୍ତନାଗ : ଜମ୍ମୁ-କଶ୍ମୀରର ଅନନ୍ତାଗରେ ପୁଲିସ୍ ଓ ସିଆରପିଏଫ ଯବାନଙ୍କ ମଳିତ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଆହତ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ଦଳ ମାଲେସିଆ ଗସ୍ତରେ ଯାଇଛନ୍ତି, ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗ ନେବେ
  • ||
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ରଥଯାତ୍ରାରେ ସ୍ୱାସ୍ଥ୍ୟସେବା ପ୍ରସ୍ତୁତି: ବାହାର ଜିଲ୍ଲାରୁ ଆସିବେ ୨୨୩ ଡାକ୍ତର

ପୁରୀ,୨୪/୦୬: ଦୁଇ ବର୍ଷ ଅନ୍ତରରେ ମହାପ୍ରଭୁ ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ଦାଣ୍ଡକୁ ଓହ୍ଲାଇବେ । ରଥଯାତ୍ରାରେ ଚଳିତ ବର୍ଷ ଅଧିକ ଭିଡ଼ ହେବାର ଆକଳନ କରାଯାଇଛି । ପାଖାପାଖି ୧୫ ଲକ୍ଷ ଭକ୍ତ ପୁରୀରେ ପହଞ୍ଚିବେ । ଏମାନଙ୍କୁ ଜରୁରିକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଏକ ଚାଲେଞ୍ଜ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଘୋଷଣା ହୋଇଛି । ସ୍ୱାସ୍ଥ୍ୟସେବାରେ ଅବହେଳା ନକରିବାକୁ ଅଫିସରଙ୍କୁ ଆଦେଶ ଜାରି ହୋଇଛି । ବାହାର ଜିଲ୍ଲାରୁ ୨ଶହରୁ ଅଧିକ ଡାକ୍ତରଙ୍କୁ ରଥଯାତ୍ରା ଡ୍ୟୁଟି ଦିଆଯାଇଛି ।

ରଥଯାତ୍ରାର ସ୍ୱାସ୍ଥ୍ୟସେବା ପ୍ରସ୍ତୁତି ମୁତାବକ ରଥଯାତ୍ରା ନିମନ୍ତେ ବାହାର ଜିଲ୍ଲାର ୨୨୩ ଜଣ ଡାକ୍ତର ସ୍ୱତନ୍ତ୍ର ଭାବେ ନିୟୋଜିତ ରହିବେ । ବଡ଼ଦାଣ୍ଡ, ସହର ତଳି ଅଞ୍ଚଳରେ ୩୫ଟି ଆଶ୍ରୟସ୍ଥଳ ଖୋଲାଯିବ । ଆଶ୍ରୟ କେନ୍ଦ୍ରଗୁଡ଼ିକରେ ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯିବ । ତାବ୍ୟତୀତ ଡାକ୍ତରଖାନାଗୁଡ଼ିକରେ ଅତିରିକ୍ତ ଡାକ୍ତର, ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ, ଖାଦ୍ୟ ସୁରକ୍ଷା ଅଧିକାରୀ, ରେଡିଓ ଗ୍ରାଫର ନିୟୋଜିତ ହେବେ । ରୋଗୀ ସଂଖ୍ୟା ବଢ଼ିବା ଆଶଙ୍କା ରହିଥିବାରୁ ସହରାଞ୍ଚଳ ଡାକ୍ତରଖାନାଗୁଡିକରେ ୧୫୫ ଏବଂ ଗ୍ରାମାଞ୍ଚଳ ଚିକିତ୍ସା କେନ୍ଦ୍ରଗୁଡିକରେ ୫୨ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯାଉଛି । ରଥଯାତ୍ରା, ଗୁଣ୍ଡିଚା ମନ୍ଦିର ଓ ସୁନାବେଶରେ ମାଳତୀପାଟପୁର ବସଷ୍ଟାଣ୍ଡରେ ସର୍ଜରୀ ସ୍ପେସାଲିଷ୍ଟ ସେବା ପ୍ରଦାନ କରିବେ ।

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଭାବେ ୨୨୩ ଡାକ୍ତରଙ୍କ ସହ ୩୯ ଷ୍ଟାଫ୍‌ ନର୍ସ, ୧୬୦ ଫାର୍ମାସିଷ୍ଟ, ୪ ଜଣ ରେଡିଓ ଗ୍ରାଫର, ୧୩୯ ଆଟେଣ୍ଡାଣ୍ଟ, ୧୦ ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ଜିଲ୍ଲା ବାହାରୁ ପୁରୀ ଆସିବେ । ପୁରୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ୧୦ଟି ହୋର୍ଡିଂ ଲାଗିବ । ଏଥିରେ ସ୍ୱାସ୍ଥ୍ୟସେବାର ସଂକ୍ଷିପ୍ତ ସୂଚନା ରହିବ । ଆମ୍ବୁଲାନ୍ସ ଓ ଚିକିତ୍ସାଳୟ ସ୍ଥିତି ସମ୍ପର୍କରେ ବି ଏଥିରେ ତଥ୍ୟ ରହିବ । ଏହାଦ୍ୱାରା ରଥଯାତ୍ରାରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇ ପାରିବ ବୋଲି ଆଶା କରାଯାଇଛି ।