ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ‘ମୋ ବସ୍’ ବ୍ୟବସ୍ଥା, ଏସି ଓ ନନ୍ ଏସି ଭଡ଼ା ଧାର୍ଯ୍ୟ

ଭୁବନେଶ୍ୱର ୩୦/୦୬: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ଚାଲିବ । ଭୁବନେଶ୍ୱରରୁ ପୁରୀକୁ ଏହି ସେବା ଯୋଗାଇଦେବ କ୍ରୁଟ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ଦିନ ମୋ ବସ ମାଷ୍ଟରକ୍ୟାଣ୍ଟିନ୍ ଏବଂ ବରମୁଣ୍ଡାରୁ ବାହାରି ପୁରୀ ତାଳବଣିଆ ପର୍ଯ୍ୟନ୍ତ ଯିବ ।
ଏସି ବସ୍ ପିଛା ଭଡ଼ା ୧୦୦ ଟଙ୍କା ଏବଂ ନନ୍ ଏସି ପ୍ରତି ଭଡ଼ା ୮୦ ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି ପୁରୀ ଭିତରେ ମାଳତୀପାଟପୁର ବସ୍ଷ୍ଟାଣ୍ଡରୁ ତାଳବଣିଆ ଯାଏ ମୋ ବସ୍ ଚାଲିବ । ଏଥିପାଇଁ ବସ୍ ଭଡ଼ା ୨୦ ଟଙ୍କା ଧାର୍ଯ୍ୟ ହୋଇଛି । ରଥଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସିବେ । ଏଥିପାଇଁ କ୍ରୁଟ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଉଛି ।