ରଥଯାତ୍ରା ପୂର୍ବରୁ ଯାଞ୍ଚ୍ ହେଲା ୩ ରଥ, ସମ୍ପୂର୍ଣ୍ଣ ଫିଟ୍ ଥିବା କହିଲେ ବୈଷୟିକ ଯାଞ୍ଚ୍ କମିଟି

ପୁରୀ, ୩୦/୦୬ : ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ତିନି ରଥରେ ବିରାଜମାନ ହୋଇ ନବଦିନାତ୍ମକ ଯାତ୍ରାରେ ବାହାରିବେ ଶ୍ରୀଜିଉ। ଏହା ପୂର୍ବରୁ ୩ ରଥ ଯାଞ୍ଚ୍ କଲେ ରଥ ବୈଷୟିକ କମିଟି। ୩ ରଥ ସମ୍ପୂର୍ଣ୍ଣ ରୂପରେ ଫିଟ୍ ଅଛନ୍ତି। ଆସନ୍ତା ୩ ତାରିଖରୁ ଶ୍ରୀମନ୍ଦିର ଗର୍ଭଗୃହ କାର୍ଯ୍ୟ କରାଯିବ। ଏହା ସହ କଳାହାଟ ଦ୍ଵାରର ରୂପା ଛାଉଣୀ କରାଯିବ। ଏନେଇ ବୈଷୟିକ କମିଟିର ସଦସ୍ୟ ଏନ୍.ସି ପାଲ୍ ସୂଚନା ଦେଇଛନ୍ତି।
ଆଉ ଦିନକ ପରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ଶ୍ରୀକ୍ଷେତ୍ର। ନବଦିନାତ୍ମକ ଯାତ୍ରାରେ ବାହାରିବେ ଶ୍ରୀଜିଉ। ଦୀର୍ଘ ଦୁଇ ବର୍ଷର କରୋନା କଟକଣା ପରେ ଏଥର ଚର୍ମଚକ୍ଷୁରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ଶ୍ରଦ୍ଧାଳୁ।