ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଏଯାଏଁ ସରିନି ରତ୍ନଭଣ୍ଡାର ମରାମତି କାମ, ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି

Published By : Rasmita Pradhan | February 24, 2025 12:31 PM

ଭୁବନେଶ୍ଵର, ୨୪/୦୨ : ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମରେ ହେଉଛି ବିଳମ୍ବ। ଡେଡଲାଇନ୍ ପୂର୍ବରୁ ସରିବନି କାମ। ମରାମତି ପାଇଁ ଆହୁରି ଲାଗିବ ମାସେ କିମ୍ଵା ଦୁଇ ମାସ ସମୟ। ଏହାପରେ ଆରମ୍ଭ ହେବ ଗଣତି ମଣତି ପ୍ରକ୍ରିୟା। ତେଣୁ ମାର୍ଚ୍ଚ ସୁଦ୍ଧା ସରିବନି ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା। ତେବେ ରଥଯାତ୍ରା ପୂର୍ବରୁ ଶେଷ ହେବ ଗଣତି ମଣତି। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ଏଏସଆଇକୁ ମନ୍ଦିର ପ୍ରଶାସନ ମରାମତି ପାଇଁ ସମୟ ଦେଉନଥିବା ଅଭିଯୋଗ ନେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ରୀତିନୀତି ସହିତ ମରାମତି ଚାଲୁଛି। ରୀତିନୀତିରୁ ଚାରିରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି। ପ୍ରଶାସନ ସମୟ ଦେଉନାହିଁ ଭୁଲ କଥା, ଏଏସଆଇର ସହମତିରେ କାମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। 


ଏହି ଖବରଟିକୁ ପଢନ୍ତୁ-ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ବାଲେଶ୍ଵର ସାଂସଦ, ମୁଖ୍ୟମନ୍ତ୍ରୀଙ୍କ ସହ ହେଲେ ଭେଟ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.