PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ଲଗାତାର ୩ୟ ସ୍ବର୍ଣ୍ଣ ପଦକ ଜିତିଲେ କୁସ୍ତି ଯୋଦ୍ଧା ରବି ଦାହିଆ: ବଜରଙ୍ଗ ପୁନିଆଙ୍କୁ ରୌପ୍ୟ, ବ୍ରୋଞ୍ଜ ଜିତିଲେ ନବୀନ

ନୂଆଦିଲ୍ଲୀ ୨୩/ ୦୪ : ଟୋକିଓ ଅଲମ୍ପିକରେ ସିଲଭର୍‌ ମେଡାଲ ଜିତିଥିବା ରବି ଦାହିଆ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି । ମଙ୍ଗୋଲିୟାର ଉଲାନବଟାରରେ ଆୟୋଜିତ ଏସୀୟ କୁସ୍ତି ଚାମ୍ପିୟନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ରବି ଦାହିଆ । ଏହା ସହିତ ଅନ୍ୟତମ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ରୌପ୍ୟ ଏବଂ ନବୀନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।


୫୭ କେଜି ବର୍ଗରେ କାଜାକିସ୍ତାନର କଲଜାନ ରାଖତଙ୍କୁ ହରାଇ ପୁରୁଷ ଫ୍ରିଷ୍ଟାଇଲ୍‌ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ରବି ଦାହିଆ । କଣ୍ଟେନଣ୍ଟେବଲ ଇଭେଣ୍ଟରେ ରବି ଦାହିଆଙ୍କ ଏହା ଲଗାତାର ତୃତୀୟ ସ୍ବର୍ଣ୍ଣ ପଦକ ବିଜୟ । ସେହିଭଳି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିବା ବଜରଙ୍ଗ ପୁନିଆ ୬୫ କେଜି ବର୍ଗ ଫାଇନାଲରେ ଇରାନର ରେହମାନ ମୋସାଙ୍କ ଠାରୁ ୧-୩ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ସେହିଭଳି ୭୦ କେଜି ବର୍ଗର ବ୍ରୋଞ୍ଜ ପଦକ ରେସରେ ଭାରତୀୟ କୁସ୍ତି ଯୋଦ୍ଧା ନବୀନ ତେମୁଉଲିନ୍‌ ଏନଖତୁୟାଙ୍କୁ ୪-୦ରେ ହରାଇଥିଲେ ।


ପ୍ରଥମରୁ ହିଁ ଦବଦବା ଦେଖାଇଥିଲେ ରବି ଦାହିଆ । ଭାରତୀୟ ସମକକ୍ଷଙ୍କୁ ପଏଣ୍ଟ ନେବାକୁ ଆଦୌ ସୁଯୋଗ ନଦେଇ ତୀବ୍ର ପ୍ରତିଦ୍ବନ୍ଦିତା କରିଥିଲା ରବି । ଲଗାତାର ଦୁଇଟି ଟୁ-ପଏଣ୍ଟର ହାସଲ କରିବା ସହିତ ନିଜକୁ ଲେଫ୍ଟ ଲେଗ୍‌ ଆଟାକ୍‌ରୁ ମଧ୍ୟ ବଞ୍ଚିତ ରଖିଥିଲେ । ଯାହା ଫଳରେ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ହିଁ ସେ ପ୍ରତିପକ୍ଷ କୁସ୍ତୀ ଯୋଦ୍ଧାଙ୍କୁ ପରାସ୍ତ କରିଥିଲେ । ଫଳରେ ଭାରତକୁ ଚଳିତ ବର୍ଷର ପ୍ରଥମ ଗୋଲ୍ଡ ମେଡାଲ ମିଳିଛି । ଦିଲ୍ଲୀରେ ୨୦୨୦ରେ ଅନୁଷ୍ଠିତ ଅଲମାଟୀରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲେ ରବି ଦାହିଆ ।