ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

‘ମୁଁ ଭଗବାନ ଶିବଙ୍କୁ ପାହାଡ଼ ଉପରେ ଚାଲିବାର ଦେଖିଛି’ ଫିଲ୍ମ ସୁଟିଂ ବେଳର ଅନୁଭୂତି ବଖାଣିଲେ ଅଭିନେତା ରବି କିଶନ…

Published By : Ladu Kishor | January 23, 2025 7:30 PM

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରବି କିଶନ, ଜଣେ ସଫଳ ରାଜନେତା ଏବଂ ଅଭିନେତା ମଧ୍ୟ। ଗୋଟିଏ କି ଦୁଇଟି ନୁହେଁ ବରଂ ବିଭିନ୍ନ ଭାଷାରେ ୭୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ସେ। ନିକଟରେ ଏକ ସାକ୍ଷାତକାରରେ ସେ ଦାବି କରିଛନ୍ତି ଯେ, ସେ ଭଗବାନ ଶିବଙ୍କୁ ଦେଖିଛନ୍ତି। ସେ ମନାଲି ଯାଇଥିବା ସମୟରେ ସେ ଭଗବାନ ଶିବଙ୍କୁ ଭେଟିଛନ୍ତି ।  ସେ ଭୋଳା ବାବାଙ୍କୁ ପର୍ବତ ଉପରେ ଚାଲିବାର ଦେଖିଛନ୍ତି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବାବଦରେ…

ରବି କିଶନ ଏକ ୟୁଟ୍ୟୁବ୍ ଚ୍ୟାନେଲର ଏକ ପୋଡ କାଷ୍ଟରେ ଏହା ବିଷୟରେ କହିଛନ୍ତି। ଯେଉଁଠାରେ ସେ କହିଛନ୍ତି ଯେ ସେ ଏକ ଯୁଦ୍ଧ ଚଳଚ୍ଚିତ୍ରର ସୁଟିଂ କରୁଥିଲେ। ଆଉ ସେଠାରେ ତାଙ୍କ ସହିତ ଏହି ଘଟଣା ଘଟିଗଲା। ସେ ଆଜି ପର୍ଯ୍ୟନ୍ତ ସେହି କଥାକୁ ମନେ ରଖିଛନ୍ତି।

ରବି କିଶନ କହିଛନ୍ତି କି, 'ମୁଁ ମନେ ରଖିଛି ଆମେ '୧୯୭୧'ର ସୁଟିଂ କରୁଥିଲୁ। ମୋ ସହିତ' ମନୋଜ ବାଜପେୟୀ, ମାନବ କୌଲ ଏବଂ ପୀୟୁଷ ମିଶ୍ର ମଧ୍ୟ ଥିଲେ। ଆମେ ମନାଲୀରେ ସୁଟିଂ କରୁଥିଲୁ। ଆମେ ସାରା ରାତି ସୁଟିଂ କରିଥିଲୁ ଏବଂ ପରଦିନ ସକାଳ ପର୍ଯ୍ୟନ୍ତ ଏହାକୁ ଜାରି ରଖିଥିଲୁ। ତା’ପରେ ଆମେ ଏକ ଦୃଶ୍ୟ ପାଇଁ ସୂର୍ଯ୍ୟୋଦୟକୁ ଅପେକ୍ଷା କରୁଥିଲୁ। ଚାରିପାଖରେ ବରଫ ଆଚ୍ଛାଦିତ ପର୍ବତମାନ ଥିଲା।

ସେ ଆହୁରି କହିଛନ୍ତି କି, 'ମୁଁ ମୋର ସର୍ଟ ଦେଉଥିଲି।' ସେହି ସମୟରେ ମୁଁ ପର୍ବତ ଗୁଡ଼ିକ ଆଡକୁ ଦେଖୁଥିଲି । ମୁଁ ଭଗବାନ ଶିବଙ୍କୁ ପର୍ବତ ଉପରେ ଚାଲିବାର ଦେଖିଲି। ସେ ବହୁତ ବଡ଼ ଦେଖାଯାଉଥିଲେ। ମନୋଜ ବାଜପାୟୀ ମୋ ପାଖରେ ଥିଲେ। ଦୀପକ ଡୋବ୍ରିୟାଲ ମଧ୍ୟ ସେଠାରେ ଥିଲେ । ମୁଁ ସଙ୍ଗେ ସଙ୍ଗେ ତାଙ୍କୁ ପଚାରିଲି, ତୁମେ ଦେଖିଲ କି? ଏବେ ମୁଁ ଜାଣିନାହିଁ ଯେ ସେ ଏହା ଦେଖିଛନ୍ତି କି ନାହିଁ। କିମ୍ବା ମନୋଜ ଜୀ ଭାବୁଥିବେ ଯେ ମୁଁ ଅନ୍ୟ କିଛି ଦେଖୁଛି । କିନ୍ତୁ ସେହି ସମୟରେ, ମୁଁ ତାଙ୍କର ଦର୍ଶନ କରିଥିଲି, ଯେଉଁଠାରେ ମୁଁ ତାଙ୍କୁ ଚାଲିବାର ଦେଖିଲି। ମୁଁ ଶିବଙ୍କ ପ୍ରେମରେ ସମ୍ପୂର୍ଣ୍ଣ ଭାବରେ ପଡ଼ିଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.