PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

‘ଫିଲଡ୍‌ ନିୟନ୍ତ୍ରଣ କରିବାରେ ଧୋନି ହେଉଛନ୍ତି ମାଷ୍ଟର’, ଗୁଜରାଟ ବିପକ୍ଷ ବିଜୟ ପରେ ମାହିଙ୍କୁ ରବି ଶାସ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ ୨୪/ ୦୫: କ୍ବାଲିଫାୟର-୧ ମୁକାବିଲାରେ ଗୁଜରାଟକୁ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି ଚେନ୍ନାଇ ସୁପର୍‌ କିଙ୍ଗସ୍‌ । ମଙ୍ଗଳବାର ଖେଳାଯାଇଥିବା ମୁକାବିଲାରେ ଗୁଜରାଟକୁ ୧୫ ରନରେ ପରାସ୍ତ କରି ୧୦ମ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ଧୋନି ବାହିନୀ ।

ସିଏସ୍‌କେର ବିଜୟକୁ ନେଇ ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି, ୨୦୨୨ ସିଜିନରେ ୯ମ ସ୍ଥାନରେ ରହିଥିଲା ଚେନ୍ନାଇ ସୁପର କିଙ୍ଗସ୍‌ । ଚଳିତ ବର୍ଷ ନିଜ ପ୍ରୟାସ ବଳରେ ଦଳ ଫାଇନାଲରେ ପହଞ୍ଚି ଯାଇଛି । ଯୁବ ଖେଳାଳି ଓ ଅଭିଜ୍ଞଙ୍କ ମିଳିତ ପ୍ରୟାସରେ ଏହା ସମ୍ଭବପର ହୋଇପାରିଛି । ପୂର୍ବରୁ ୩ ଥର ଗୁଜରାଟ ଟାଇଟନ୍ସ ଠାରୁ ପରାସ୍ତ ହୋଇଥିଲେ ବି କ୍ବାଲିଫାୟର ମୁକାବିଲାରେ ଦମଦାର ବିଜୟ ହାସଲ କରିଛି ଚେନ୍ନାଇ । ୧୬୦ ରନ୍‌ ଉପରକୁ ସ୍କୋର କରିଲେ ତାହା ଚେନ୍ନାଇ ପାଇଁ ବୋନସ୍‌ ଭଳି ଲାଗେ । ଅର୍ଥାତ୍‌ ଦଳ ୧୬୦ ମଧ୍ୟରେ ବି କୌଣସି ଟିମକୁ ରୋକିବାରେ ସକ୍ଷମ ।

ମହେନ୍ଦ୍ର ସିଂହ ଧୋନୀଙ୍କୁ ପ୍ରଶଂସା କରି ଶାସ୍ତ୍ରୀ କହିଛନ୍ତି, ‘ପଡିଆ ମଧ୍ୟରେ ନିୟନ୍ତ୍ରଣ କରିବାରେ ଧୋନି ହେଉଛନ୍ତି ମାଷ୍ଟର୍‌ । ଫିଲଡ୍‌ ସେଟ୍‌ କରିବା ହେଉ କିମ୍ବା ବୋଲରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ବିପକ୍ଷ ଦଳର ବ୍ୟାଟର୍‌ଙ୍କୁ ରୋକିବା ହେଉ ସବୁଥିରେ ପାରଙ୍ଗମ ଧୋନି । ପାଓ୍ବାର ପ୍ଲେ ପରେ ସ୍ପିନର୍‌ଙ୍କ ବ୍ୟବହାର କରିବା, ସ୍ଥିତି ଅନୁଯାୟୀ ବୋଲିଂରେ ପରିବର୍ତ୍ତନ କରିବାରେ ଧୋନି ହେଉଛନ୍ତି ମାହିର୍‌’।

IPL 2023: How MS Dhoni keeps assessing the situation from behind the wicket  | Cricket News - Times of India

କ୍ବାଲିଫାୟର ମୁକାବିଲାରେ ଚେନ୍ନାଇକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ଋତୁରାଜ ଗାଏକ୍ବାଡଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ରବି ଶାସ୍ତ୍ରୀ । ସେ କହିଛନ୍ତି, ‘ଅନ୍ୟ ବ୍ୟାଟରମାନେ ଖେଳିବାକୁ ସଂଘର୍ଷ କରୁଥିବା ବେଳେ ଋତୁରାଜ ଗାଏକ୍ବାଡ କିନ୍ତୁ ଅତି ସହଜରେ ବ୍ୟାଟିଂ ଜାରି ରଖିଥିଲେ’।