ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ ଟେଷ୍ଟରୁ ଅବସର ଉପରେ କଥା ବର୍ଡର ଗାଭାସ୍କର ଟ୍ରଫି ଶେଷ ହେବା ପରେ ହିଁ ଆରମ୍ଭ ହୋଇ ଯାଇ ଥିଲା। ଏହି ସିରିଜ୍ରେ ଟିମ୍ ଇଣ୍ଡିଆକୁ ୧-୩ ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଟିମ୍ କେବଳ ସିରିଜ ହାରି ନଥିଲା, ବରଂ ୱାର୍ଲ୍ଡ ଟେଷ୍ଟ ଚମ୍ପିୟନସିପ୍ର ଫାଇନାଲର ମଧ୍ୟ ସ୍ୱପ୍ନ ଭାଙ୍ଗି ଯାଇଥିଲା। ରୋହିତ ନିଜର ଖରାପ ଫର୍ମକୁ ଦେଖି ଅଷ୍ଟ୍ରେଲିଆ ବିରୋଧରେ ସିରିଜର ଶେଷ ମ୍ୟାଚରୁ ବାହାରେ ବସିବାର ନିଷ୍ପତ୍ତି ନେଇଥିଲେ। ରବି ଶାସ୍ତ୍ରୀ ଏହି ମାମଲାରେ କହିଥିଲେ ଯେ, ଯଦି ଗୌତମ ଗମ୍ଭୀରଙ୍କ ସ୍ଥାନରେ ସେ କୋଚ୍ ହୋଇଥାନ୍ତେ ତ ରୋହିତଙ୍କୁ କେବେ ଏମିତି କରିବାକୁ ଦେଇ ନଥାନ୍ତେ , ସେ ଏହି କଥା ଆଇପିଏଲ ବେଳେ ନିଜେ ହିଟମ୍ୟାନଙ୍କୁ କହିଥିଲେ।
ରବି ଶାସ୍ତ୍ରୀ ଆଇସିସିକୁ ଗୌତମ ଗମ୍ଭୀରଙ୍କ ନାଁ ନନେଇ କହିଛନ୍ତି , ମୁଁ ରୋହିତଙ୍କୁ ଟସ୍ର ସମୟରେ ବହୁତ ଥର ଦେଖିଛି। ଟସ୍ ସମୟରେ ତୁମଙ୍କୁ କହିବା ପାଇଁ ଅଧିକ ସମୟ ମିଳି ନଥାଏ। ହେଲେ ମୁଁ ଗୋଟିଏ ମ୍ୟାଚ୍ରେ ତାଙ୍କ କାନ୍ଧରେ ହାତ ରଖି ଥିଲି। ମୁଁ ଭାବୁଛି ଏହା ମୁମ୍ୱାଇରେ ଥିଲା ଏବଂ ମୁଁ ତାଙ୍କୁ କହି ଥିଲି, ଯଦି ମୁଁ କୋଚ ହୋଇ ଥାନ୍ତି ତ ତୁମେ ଶେଷ ଟେଷ୍ଟ ମ୍ୟାଚେ ବାହାରେ ବସି ନଥାନ୍ତ। ତୁମେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥାନ୍ତ , କାରଣ ସିରିଜ ଶେଷ ହୋଇ ନଥିଲା ଏବଂ ମୁଁ ଏମିତି ବ୍ୟକ୍ତି ନୁହେଁ , ଯିଏ ୨-୧ର ସ୍କୋର ସହ ହାର ମାନିଯାଏ। ଯଦି ତୁମର ମାନସିକତା ଏମିତି ଯେ ତୁମେ ଭାବୁଛ ଯେ ତୁମେ...ଏହା କୌଣସି ଷ୍ଟେଜ୍ ନୁହେଁ, ତ ତୁମେ ଟିମ୍ ଛାଡ଼ି ଦିଅ।
ଶାସ୍ତ୍ରୀ ଆହୁରି କହିଛନ୍ତି, ତାହା ୩୦-୪୦ ରନ୍ର ମ୍ୟାଚ୍ ଥିଲା ଏବଂ ଏହା ମୁଁ ତାଙ୍କୁ କହି ଥିଲି। ସିଡନୀରେ ପିଚ୍ ବହୁତ ଦ୍ରୁତ ଥିଲା। ସେ ଯେଉଁ ଫର୍ମରେ ଥାନ୍ତୁ , ସେ ମ୍ୟାଚ୍ ବିଜୟୀ ଖେଳାଳି। ଯଦି ସେ ଯାଇ ଥାଆନ୍ତେ , ସ୍ଥିତିକୁ ବୁଝି ଥାଆନ୍ତେ ଓ ୩୦-୪୦ ରନ୍ କରିଥାନ୍ତେ , ତ ଆପଣ ଜାଣି ପାରିବେ ନାହିଁ କଣ ହୋଇଥାନ୍ତା। ସେହି ସିରିଜ ଟାଇ ହୋଇ ଥାନ୍ତା। କିନ୍ତୁ ଏହା ସମସ୍ତଙ୍କର ନିଜସ୍ୱ ହୋଇଥାଏ। ଅନ୍ୟ ଲୋକଙ୍କର ଅଲଗା ଅଲଗା ଶୈଳୀ ହୋଇ ଥାଏ। ଏହା ମୋର ଶୈଳୀ ଥିଲା। ମୁଁ ତାଙ୍କୁ ଏହା କହିଥିଲି। ଏହା ବହୁଦିନ ଧରି ମୋ ହୃଦୟରେ ରହିଛି। ମୋତେ ଏହାକୁ ବାହାରକୁ କାଢିବାର ଥିଲା । ମୁଁ ତାଙ୍କୁ ଏହା କହିଥିଲି।
ଯଦି ରୋହିତ ଶର୍ମା ସିଡନୀ ଟେଷ୍ଟ ଖେଳିଥାନ୍ତେ ଏବଂ କିଛି ରନ୍ କରି ଭାରତକୁ ବିଜୟୀ କରିଥାନ୍ତେ ତ ସେ ସିରିଜ ୨-୨ରେ ଡ୍ର ହୋଇଥାନ୍ତା। ଏହି ସ୍ଥିତିରେ ରୋହିତ ଶର୍ମା କି ବିରାଟ କୋହଲି କେହି ପ୍ରଭାବିତ ହୋଇ ନଥାନ୍ତେ।
ହେଲେ ରୋହିତ ଶର୍ମା ଅଷ୍ଟ୍ରେଲିଆର ଖରାପ ଗସ୍ତ ପରେ ମଧ୍ୟ ହାର୍ ମାନି ନଥିଲେ, ସେ ଶେଷ ଟେଷ୍ଟ ବେଳେ କହିଥିଲ ଯେ, ସେ କେଉଁଠିକୁ ଯାଉ ନାହାନ୍ତି। ହେଲେ ଇଂଲଣ୍ଡ ଗସ୍ତ ପୂର୍ବରୁ ସେ ହଠାତ୍ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।