ନୂଆଦିଲ୍ଲୀ,୨୯/୦୩; ଭାରତର ପୂର୍ବତନ ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ଆମେରିକାରେ ମେଜର ଲିଗ୍ କ୍ରିକେଟ୍ ଖେଳିବା ପାଇଁ ଚୁକ୍ତି କରିଛନ୍ତି । ତାଙ୍କୁ ସାନ ଫ୍ରାନସିସ୍କୋ ୟୁନିକର୍ଣ୍ଣ ଆଗାମୀ ସିଜନ ପାଇଁ ଚୁକ୍ତି କରିଛି । ଭାରତର ପ୍ରଥମ ଅବସରପ୍ରାପ୍ତ ଖେଳାଳି ଭାବେ ଅଶ୍ୱିନ ଏମଏଲସି ଖେଳିବାକୁ ଯାଉଛନ୍ତି । ଅଶ୍ୱିନ ପୂର୍ବରୁ ବିଗବାସ୍ ଲିଗ୍ ଖେଳିବା ପାଇଁ ମଧ୍ୟ ସିଡନୀ ଥଣ୍ଡର ସହ ଚୁକ୍ତି କରିଥିଲେ । ମାତ୍ର ଏହା ପୂର୍ବରୁ ସେ ଆହତ ହୋଇଥିଲେ । ସିଡନୀ ଥଣ୍ଡର ଦଳରେ ଯୋଗ ଦେବା ପୂର୍ବରୁ ଅଭ୍ୟାସ ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ।

ସୂଚନାଯୋଗ୍ୟ, ସାନ ଫ୍ରାନ୍ସିସ୍କୋ ୟୁନିକର୍ଣ୍ଣ ଦଳ ଏପର୍ଯ୍ୟନ୍ତ ଏମଏଲସି ଟାଇଟଲ ଜିତି ନାହିଁ । କେବଳ ୨୦୨୪ ସିଜନରେ ଦଳ ଫାଇନାଲ୍ ଖେଳିଥିଲା ଓ ପରାଜିତ ହୋଇ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା । ଏମ୍ଏଲ୍‌ସିରେ ଆଇପିଏଲ୍ ଫ୍ରାଞ୍ଚାଇଜମାନେ ଦଳ କିଣିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଏମ୍ଆଇ ନ୍ୟୁୟର୍କ ଦଳ କିଣିଥିବାବେଳେ ଚେନ୍ନାଇ ସୁପରକିଙ୍ଗ୍ସ ଟେକ୍ସାସ ସୁପରକିଙ୍ଗ୍‌ସ ଓ କୋଲକାତା ନାଇଟ୍ ରାଇଡର୍ସ ଏଲଏ ନାଇଟ ରାଇଡର୍ସ ଦଳ କିଣିଛନ୍ତି ।

ଏହା ବି ପଢନ୍ତୁ...IPL ୨୦୨୬ ପାଇଁ କମେଣ୍ଟ୍ରି ପ୍ୟାନେଲ ଘୋଷଣା; ୧୨ଟି ଭାଷାରେ କହିବେ ୧୩୦ରୁ ଅଧିକ କମେଣ୍ଟେଟର  

ଏହି ନିଷ୍ପତ୍ତି ଦ୍ୱାରା ଅଶ୍ୱିନ ଆମେରିକାରେ କ୍ରିକେଟର ବିକାଶରେ ଅବଦାନ ଦେଉଥିବା ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ଯାହା ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ ଗେମ୍ସରେ କ୍ରିକେଟ ପୂର୍ବରୁ ଦୃଷ୍ଟି ଆକର୍ଷଣ କରିବ । ଲିଗ୍ ଆୟୋଜକମାନେ ତାଙ୍କ ଚୁକ୍ତିକୁ ସେମାନଙ୍କ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଭାବରେ ବିବେଚନା କରୁଛନ୍ତି । "ଭାରତ ବାହାରେ ଅଶ୍ୱିନ ପ୍ରଥମ ଥର ପାଇଁ ଏକ ପ୍ରମୁଖ ବିଶ୍ୱ ଫ୍ରାଞ୍ଚାଇଜ୍ ପ୍ରତିଯୋଗିତାରେ ଖେଳିବେ । ଏହି କ୍ଷମତାର ଖେଳାଳିଙ୍କୁ ଆକର୍ଷିତ କରିବାରେ ପ୍ରଥମ ଲିଗ୍ ହେବ । ୨୦୨୪ ମସିହାରେ ଆରମ୍ଭ ହେବା ପରଠାରୁ ଗତ ତିନି ବର୍ଷ ମଧ୍ୟରେ ଲିଗ୍ କିପରି ବିକଶିତ ହୋଇଛି । ଆଗାମୀ ଏମସିଏଲ ସିଜିନ୍ ଜୁନ୍ ୧୮ ରୁ ଜୁଲାଇ ୧୮ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ମ୍ୟାଚଗୁଡିକ ଟେକ୍ସାସ, ଲସ୍ ଆଞ୍ଜେଲସ୍ ଖେଳାଯିବ । ଓକଲ୍ୟାଣ୍ଡରେ ଫାଇନାଲ୍ ଅନୁଷ୍ଠିତ ହେବ ।