ନୂଆଦିଲ୍ଲୀ,୨୮/୦୩; ଆଇପିଏଲକୁ ଫେରିବ ଆର ଆଶ୍ୱିନ । ଗତ ବର୍ଷ ଅବସର ନେବା ପରେ ପୁଣି ଥରେ କମବ୍ୟାକ କରିବାକୁ ଯାଉଛନ୍ତି ସିଏସକେ ୨ ଥର ଚାମ୍ପିଅନ ପୂର୍ବତନ ବୋଲର ରବିଚନ୍ଦ୍ରନ ଅଶ୍ୱିନ । ହେଲେ ପ୍ଲେୟାର ହିସାବରେ ନୁହେଁ ଜଣେ ଭାଷ୍ୟକାର ଭାବେ । କମେଣ୍ଟେଟର ଭୂମିକାରେ ପଦାର୍ପଣ କରିବେ ରବିଚନ୍ଦ୍ରମ ଅଶ୍ୱିନ । ଆଇପିଏଲ୍‌ର ୧୯ତମ ସଂସ୍କରଣ ପାଇଁ ପ୍ରସାରକ ଷ୍ଟାର୍ ସ୍ପୋର୍ଟ୍ସ ପକ୍ଷରୁ ମୋଟ ୧୨ଟି ଭାଷାରେ ମ୍ୟାଚ୍‌ଗୁଡ଼ିକର ଧାରା ବିବରଣୀ ପ୍ରଦାନ କରାଯିବ । କ୍ରିକେଟ୍ ପ୍ରେମୀ ହିନ୍ଦୀ, ଇଂରାଜୀ, ତାମିଲ, ତେଲୁଗୁ, ବାଂଲା, କନ୍ନଡ଼, ଭୋଜପୁରୀ, ପଞ୍ଜାବୀ, ହରିଆନ୍‌ଭୀ, ମରାଠୀ, ଗୁଜରାଟି, ମଲୟାଲମ ଭାଷାରେ ମ୍ୟାଚର ମଜା ନେଇପାରିବେ । ବିଭିନ୍ନ ଭାଷା ପାଇଁ ଭାଷ୍ୟକାର ତାଲିକା ଘୋଷଣା ହୋଇଛି । ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏଥର ଆଇପିଏଲ୍ ଭାଷ୍ୟକାର ଭାବେ ପଦାର୍ପଣ କରିବାକୁ ଯାଉଛନ୍ତି ।

ଏହା ବି ପଢନ୍ତୁ...ହକି ଇଣ୍ଡିଆ ଅଷ୍ଟମ ବାର୍ଷିକ ପୁରସ୍କାର, ନଭନୀତ, ହାର୍ଦ୍ଦିକ ବର୍ଷର ଶ୍ରେଷ୍ଠ ଖେଳାଳି

ଭାଷ୍ୟକାର ତାଲିକାରେ ମୋଟ ୧୩୯ଜଣ ସାମିଲ ରହିଛନ୍ତି । ହିନ୍ଦୀ ଭାଷ୍ୟକାର ତାଲିକାରେ ଅଶ୍ୱିନଙ୍କ ବ୍ୟତୀତ ବୀରେନ୍ଦ୍ର ସେହୱାଗ, ଇର୍ଫାନ ପଠାନ, ହରଭଜନ ସିଂହ, ନବଜୋତ ସିଂହ ସିଦ୍ଧୁ, ସୁରେଶ ରାଇନା, ଅନିଲ କୁମ୍ବଲେ, ସଞ୍ଜୟ ବାଙ୍ଗର, ପିୟୂଷ ଚାୱଲା, ମହମ୍ମଦ କୈଫ୍, ଅଜୟ ଜାଡେଜା, ଉମେଶ ଯାଦବ, ଚେତେଶ୍ୱର ପୂଜାରା, ଆକାଶ ଚୋପ୍ରା, ସବା କରିବ, ପଦ୍ମଜିତ ସହରାୱତ, ଅନନ୍ତ ତ୍ୟାଗୀ ଓ ଦୀପ ଦାସଗୁପ୍ତାଙ୍କୁ ସ୍ଥାନ ମିଳିଛି । ସେହିପରି ଇଂରାଜୀ ଭାଷ୍ୟକାର ତାଲିକାରେ ୨୫ଜଣ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ସୁନିଲ ଗାଭାସ୍କର, ରବି ଶାସ୍ତ୍ରୀ, ଏବି ଡି ଭିଲର୍ସ, ଡେଲ ଷ୍ଟେନ, କେଭିନ ପିଟରସନ୍, ମାଇକେଲ କ୍ଲାର୍କ, ଅଞ୍ଜୁମ ଚୋପ୍ରାଙ୍କ ଭଳି ପ୍ରତିଷ୍ଠିତ ଭାଷ୍ୟକାର ରହିଛନ୍ତି ।  

​​​​​​​ଅଭିଜ୍ଞ ସ୍ପିନର ଅଶ୍ୱିନ ଗତ ବର୍ଷ ଅଗଷ୍ଟରେ ଆଇପିଏଲରୁ ଅବସର ଘୋଷଣା କରିଥିଲେ । ହୋଷ୍ଟ ବ୍ରଡକାଷ୍ଟର୍ସ ଦ୍ୱାରା ଘୋଷଣା କରାଯାଇଥିବା ଭାଷ୍ୟକାରଙ୍କ ତାଲିକାରେ, ଅଶ୍ୱିନଙ୍କୁ ହିନ୍ଦୀ ବର୍ଗରେ ସୁରେଶ ରାଇନା, ହରଭଜନ ସିଂହ, ସୁନୀଲ ଗାଭାସ୍କରଙ୍କ ପରି ଅନ୍ୟମାନଙ୍କ ସହିତ ନାମ ଦିଆଯାଇଛି । ଅବସରପ୍ରାପ୍ତ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ, ଅଶ୍ୱିନଙ୍କର ସୋସିଆଲ ମିଡିଆରେ ଏକ ଦୃଢ଼ ଉପସ୍ଥିତି ଅଛି, ଯେଉଁଥିରେ YouTubeରେ ୧.୮୩ ମିଲିୟର ସବସ୍କ୍ରାଇବର୍ ଅଛନ୍ତି, ଯେଉଁମାନେ ଖେଳ ଉପରେ ବିଶେଷଜ୍ଞ ମତାମତ ପ୍ରଦାନ କରୁଛନ୍ତି । କେବଳ ବିଶେଷଜ୍ଞ ମତାମତ ନୁହେଁ, ଅଶ୍ୱିନ ବ୍ୟକ୍ତିଗତ ଖେଳାଳିଙ୍କ ବିଶ୍ଳେଷଣ କରନ୍ତି ।

​​​​​​​