PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ରାଜସ୍ଥାନ ବିପକ୍ଷରେ ରବିନ୍ଦ୍ର ଜାଡେଜା ଧରିଲେ ୪ଟି କ୍ୟାଚ୍, ଭାଇରାଲ ହେଲା ଧୋନୀଙ୍କ ୮ ବର୍ଷର ତଳର ଟ୍ବିଟ୍

ଚେନ୍ନାଇ: ମୁମ୍ବାଇରେ ଖେଳାଯାଇଥିବା ୧୨ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ମାତ୍‌ ଦେଇ ବିଜୟ ହାସଲ କରିଥିଲା। ରାଜସ୍ଥାନ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆର ତଥା ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଖେଳାଳି ରବିନ୍ଦ୍ର ଜାଡେଜା କମାଲ କରିଛନ୍ତି। ବ୍ୟାଟିଂରେ ବିଶେଷ କିଛି କରି ପାରି ନଥିବା ଜାଡେଜା ଫିଲ୍ଡିଂ ଓ ବୋଲିଂରେ ଶାନଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଛନ୍ତି।

ରାଜସ୍ଥାନ ବିପକ୍ଷ ମ୍ୟାଚରେ ରବିନ୍ଦ୍ର ଜାଡେଜା ବାଉଣ୍ଡ୍ରିଂରେ ୪ଟି କ୍ୟାଚ୍‌ ନେଇ ଥିବାବେଳେ ୨ଟି ଓ୍ବିକେଟ ନେଇଥିଲେ। ଜାଡେଜା ୪ଟି କ୍ୟାଚ୍‌ ନେଇ ଚର୍ଚ୍ଚାରେ ଥିବାବେଳେ ଏବେ ମହେନ୍ଦ୍ର ସିଂ ଧୋନୀଙ୍କ ୮ ବର୍ଷର ଏକ ଟ୍ବିଟ୍‌ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ୨୦୧୩ ମସିହାରେ ଏପ୍ରିଲ ୯ ତାରିଖରେ ଧୋନୀ ଜାଡେଜାଙ୍କ ଖେଳକୁ ନେଇ କରିଥିଲେ ଏକ ଟ୍ବିଟ୍। ଧୋନୀ ଟ୍ବିଟରେ ଲେଖିଥିଲେ ଯେ, ସାର ଜାଡେଜା କ୍ୟାଚ୍‌ ନେବାକୁ ଦୌଡ଼ନ୍ତିନି। ବରଂ ବଲ ନିଜେ ଜାଡେଜାଙ୍କୁ ମଇଦାନରେ ଖୋଜି ଖୋଜି ତାଙ୍କ ହାତରେ ଆସି ପଡ଼ିଯାଏ।

ଧୋନୀଙ୍କ ୮ ବର୍ଷ ତଳର ଭବିଷ୍ୟବାଣୀ ରାଜସ୍ଥାନ ବିପକ୍ଷ ମ୍ୟାଚରେ ସତ ପ୍ରମାଣିତ ହୋଇଛି। ରବିନ୍ଦ୍ର ଜାଡେଜା ରାଜସ୍ଥାନର ମନନ ଭୋରା, ରିୟାନ ପରାଗ, କ୍ରିସ୍‌ ମୋରିସ୍‌ ଓ ଜୟଦେବ ଉନଦକାନ୍ତଙ୍କ କ୍ୟାଚ୍‌ ନେବା ପରେ ଅଲଗା ପ୍ରକାର ସେଲିବ୍ରେସନ୍‌ କରିଥିଲେ।

ଜାଡେଜାଙ୍କ ପୂର୍ବରୁ ୬ ଖେଳାଳି ଆଇପିଏଲର ଗୋଟିଏ ମ୍ୟାଚରେ ଖେଳି ୪ଟି କ୍ୟାଚ୍‌ ନେଇଥିଲେ। ୨୦୦୮ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ସଚିନ ତେନ୍ଦୁଲକର କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚରେ ୪ଟି କ୍ୟାଚ୍‌ ଧରିଥିଲେ। ସଚିନଙ୍କ ପରେ ଡେଭିଡ ଓ୍ବାର୍ଣ୍ଣର ୨୦୧୦ ମସିହାରେ ଦିଲ୍ଲୀ ଡେୟାର ଡେଭିଲିସ୍‌ ବିପକ୍ଷରେ ଖେଳି ନେଇଥିଲେ ୪ଟି କ୍ୟାଚ୍। ଏଥିସହିତ ଜ୍ୟାକ୍‌ କାଲିସ୍, ରାହୁଲ ତେଓ୍ବତିଆ, ଡେଭିଡ ମିଲର, ଫାଫ୍‌ ଡୁ ପ୍ଲେସିସ୍‌ ମଧ୍ୟ ଗୋଟିଏ ମ୍ୟାଚରେ ୪-୪ଟି ଲେଖାଏଁ କ୍ୟାଚ୍‌ ନେଇ ସାରିଛନ୍ତି।