ମେଲବର୍ଣ୍ଣ, ୨୧/ ୧୨: ପ୍ରଥମ ଦିବାରାତ୍ର ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଦଳ ପାଇଁ ଏକ ଆଶ୍ବସ୍ତିକର ଖବର। ବକ୍ସିଂ ଡେ ଟେଷ୍ଟରେ ଭଲ ଖେଳ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ସିରିଜକୁ ଫେରିବା ନେଇ ଲକ୍ଷ୍ୟ ରଖିଛି। ଏପରିକି ଏବେଠୁ ବିରାଟ କୋହଲିଙ୍କ ବିନା ବକ୍ସିଂ ଡେ ଟେଷ୍ଟ ଖେଳିବାକୁ ଥିବା ଟିମ୍ ଇଣ୍ଡିଆ ପ୍ଲେଇଙ୍ଗ୍ ଇଲେଭେନକୁ ନେଇ ବିଚାର ବିମର୍ଶ କରୁଛି। ଅନ୍ୟପଟେ ଟିମ୍ ମ୍ୟାନେଜମେଣ୍ଟ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ରବିନ୍ଦ୍ର ଜାଡେଜାଙ୍କ ଉପରେ ନଜର ରଖିଛନ୍ତି। ଆହାତ ଥିବା ଜାଡେଜା ଯଦି ଫିଟ୍ ହୁଅନ୍ତି ତେବେ ବକ୍ସିଂ ଡେ ଟେଷ୍ଟରେ ଖେଳିବା ନେଇ ଆଶଙ୍କା ରହିଛି।
ସୂଚନାଥାଉକି, ଟି-୨୦ ମ୍ୟାଚ୍ ସମୟରେ ଜାଡେଜାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହା ପରେ ତାଙ୍କ ଜଂଘ ମାଂସପେଶୀ ଟାଣି ଧରିଥିଲା। ଏହି କାରଣରୁ ସେ ପ୍ରଥମ ଟେଷ୍ଟରୁ ବାଦ୍ ପଡିଥିଲେ।ବର୍ତ୍ତମାନ ଜାଜେଡା ନେଟ୍କୁ ଫେରିଥିବାର ଖବର ପ୍ରକାଶ ପାଇଛି।
{"id":197003,"sizeSlug":"large","linkDestination":"none"}ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ରବିନ୍ଦ୍ର ଜାଡେଜା ଆହାତ ସମସ୍ୟାରୁ ମୁକୁଳୁଛନ୍ତି। ଯଦି ସେ ପୂରା ଫିଟ୍ ଘୋଷିତ ହୁଅନ୍ତି ତେବେ ବକ୍ସିଂ ଡେ ଟେଷ୍ଟରେ ହନୁମା ବିହାରୀଙ୍କ ସ୍ଥାନ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେୁଛି।
ବିସିସିଆଇ ଜଣେ ଅଧିକାରୀଙ୍କଠୁ ମିଳିଥିବା ସୂଚନା ମୁତାବିକ ଯଦି ଜାଡେଜା ଲମ୍ବା ସ୍ପେଲ କରି ପାରିବେ ତେବେ ସେ ବକ୍ସିଂ ଡେ ଟେଷ୍ଟରେ ଖେଳିବା ଏକ ପ୍ରକାର ନିଶ୍ଚିତ। ସେ କାହା ସ୍ଥାନ ନେବେ ତାହା ଟିମ୍ ମ୍ୟାନେଜମେଣ୍ଟ ବିଚାର କରିବେ ବୋଲି ଅଧିକାରୀ ଜଣକ କହିଛନ୍ତି।
ସୂଚନାଥାଉକି, ଜାଡେଜା ଟେଷ୍ଟ କ୍ୟାରିୟରରେ ୪୯ଟି ଟେଷ୍ଟରେ ୩୫ରୁ ଅଧିକ ହାରରେ ୧୮୬୯ ରନ କରିଛନ୍ତି। ଏଥିରେ ଏକ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ। ଅନ୍ୟପଟେ ବିହାରୀ ୧୦ଟି ଟେଷ୍ଟରେ ୫୭୬ ରନ କରିଛନ୍ତି।