ରାୟଗଡ଼(ଗଜପତି) ୨୫/୧୧ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ବ୍ଲକର ସଦଭାବନା ସଭାଗୃହ ଠାରେ ମଙ୍ଗଳବାର ପଞ୍ଚାୟତ ସମିତିର ୧୫ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ବିଡିଓ ସନ୍ତୋଷ କୁମାର ବାରିକ, ଏବିଡିଓ ପିତାମ୍ବର ବେହେରା, ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ନାୟକ, ସଭ୍ୟା ଗୌତମୀ ଜାନି, ସାଂସଦ ପ୍ରତିନିଧି ପ୍ରଦୀପ ବିଶୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ।

ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ଉନ୍ନୟନ, ପଶୁ ସମ୍ପଦ, କୃଷି, ଖାଦ୍ୟ ଯୋଗାଣ, ଉଦ୍ୟାନ, ସାମାଜିକ ଓ ସୁରକ୍ଷା, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ସମନ୍ୱିତ ଆଦିବାସୀ ଉନ୍ନୟନ ଓ କଲ୍ୟାଣ, ପାନୀୟଜଳ ଓ ପରିମଳ, ବନ ବିଭାଗ ଆଦି ବିଭାଗ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ପଞ୍ଚାୟତ ପ୍ରତିନିଧିମାନେ ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରି ବୈଠକକୁ ସରଗରମ କରିଥିବା ଦେଖିବାକୁ ମିଳିଥିଲା।  ଆଜିର ବୈଠକରେ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଓ ପିଇଓମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିପିଡିଓ ଭଗବାନ ନାୟକ ପରିଚାଳନା କରିଥିଲେ।