ନୂଆଦିଲ୍ଲୀ,୨୩/୦୪: ଏବେ ନେଟ୍ଫ୍ଲିକ୍ସ ଏବଂ ୟୁଟ୍ୟୁବ ଭଳି ବିଦେଶୀ ଆପ୍ଲିକେସନ ସବ୍ସ୍କ୍ରିପଶନ ଲାଗି ଅଟୋମେଟିକ ପେମେଣ୍ଟକୁ କୌଣସି ସମୟରେ ବି ରୋକି ପାରିବେ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ବିଦେଶୀ କମ୍ପାନି ଗୁଡ଼ିକୁ କରାଯାଉଥିବା ଅଟୋମେଟିକ ପେମେଣ୍ଟ ନିୟମରେ ପରିବର୍ତ୍ତନ କରିଛନ୍ତି । ଯଦି କୌଣସି ୟୁଜର କାର୍ଡ କିମ୍ବା ୟୁପିଆଇରେ ବିଦେଶୀ କମ୍ପାନିଙ୍କ ସେବା ଲାଗି ଇ-ମ୍ୟାଣ୍ଡେଟ୍ ବା ପ୍ରତି ମାସ ଟଙ୍କା କଟିବା ସିଷ୍ଟମ ସେଟ୍ କରିଥାନ୍ତି, ତେବେ ପେମେଣ୍ଟର ୨୪ ଘଣ୍ଟା ଆଗରୁ ନୋଟିଫିକେସନ ମିଳିବ । ଏଥିଲାଗି ବ୍ୟାଙ୍କ ଗୁଡ଼ିକୁ ଆଡିସିନାଲ ଫ୍ୟାକ୍ଟର ଅଥେଣ୍ଟିକେସନ (ଏଏଫ୍ଏ) ବା ଓଟିପି ଜରିଆରେ ଯାଞ୍ଚ କରାଇବାକୁ ପଡିବ । ଡିଜିଟାଲ ଠକେଇରୁ ୟୁଜରଙ୍କୁ ରକ୍ଷା କରିବା ଏହାର ଲକ୍ଷ୍ୟ । ଏହା ସହ ନେଣଦେଣ ଉପରେ ୟୁଜର ଅଧିକ ନିୟନ୍ତ୍ରଣ ରଖିପାରିବେ ।
ସେହିଭଳି ନୂଆ ଇ-ମ୍ୟାଣ୍ଡେଟ ଟ୍ରାଞ୍ଜାକ୍ସନ ଲାଗି ନୂଆ ସୀମା ନିର୍ଦ୍ଧାରଣ କରାଯାଇଛି । ପ୍ରତି ମାସ ଏକ ନିଶ୍ଚିତ ରାଶି କଟିବା କିମ୍ବା ଏକ ସର୍ବୋଚ୍ଚ ରାଶି କଟିବା ସୀମା ନିର୍ଦ୍ଧାରଣ କରିପାରିବେ । ଯଦି ଭିନ୍ନ ଭିନ୍ନ ସୀମା ଚୟନ କରିଥାନ୍ତି ବ୍ୟାଙ୍କ ଗୁଡ଼ିକୁ ସର୍ବୋଚ୍ଚ ମୂଲ୍ୟ ସୀମା ସମ୍ପର୍କରେ ପଚାରିବାକୁ ହେବ । ଏହାବାଦ ଇ-ମ୍ୟାଣ୍ଡେଟରେ କୌଣସି ପରିବର୍ତ୍ତନ କିମ୍ବା ଏହାକୁ ପ୍ରତ୍ୟାହାର କରିବା ଲାଗି ବ୍ୟାଙ୍କ ଗୁଡ଼ିକ ୟୁଜରଙ୍କ ପୁଣି ଥରେ ଯାଞ୍ଚ କରିବା ଅନିବାର୍ଯ୍ୟ । ସାମାନ୍ୟ ନେଣଦେଣ ଲାଗି ଇ-ମ୍ୟାଣ୍ଡେଟ ସୀମା ୧୫ ହଜାର ଟଙ୍କା ରହିଛି ।
ଅଧିକ ପଢ଼ନ୍ତୁ :- Fire Safety Alert : ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷାକୁ ଗୁରୁତ୍ବ, ଦୁଇ ଦିନରେ ଅଗ୍ନି ନିରାପତ୍ତା ଯାଞ୍ଚ, ମାସେ ଭିତରେ ସବୁଠି ମକ୍ଡ୍ରିଲ୍
କ୍ରେଡିଟ କାର୍ଡ ବିଲ୍, ବୀମା ପ୍ରିମିୟମ, ମ୍ୟୁଚୁଆଲ ଫଣ୍ଡ୍ ଦେୟ ଲାଗି ସୀମା ୧ ଲକ୍ଷ ରହିଛି । ଭୁଲ ନେଣଦେଣ ମାମଲାରେ ଗ୍ରାହକଙ୍କୁ ଜବାବଦେହୀ କରିବା ଲାଗି ଆର୍ବିଆଇ ନିୟମ ଇ-ମ୍ୟାଣ୍ଡେଟ କ୍ଷେତ୍ରରେ ଲାଗୁ ହେବ । ଭୁଲ ନେଣଦେଣରେ ୩ ଦିନ ଭିତରେ ରିପୋର୍ଟ କଲେ ସମ୍ପୂର୍ଣ୍ଣ ରିଫଣ୍ଡ ମିଳିବ । ୪ରୁ ୭ ଦିନ ବିଳମ୍ବ କଲେ ଲାଏବିଲିଟି ସେଭିଂ ଆକାଉଣ୍ଟ କ୍ଷେତ୍ରରେ ୫ ହଜାର ଟଙ୍କା ଏବଂ କ୍ରେଡିଟ କାର୍ଡ କ୍ଷେତ୍ରରେ ୨୫ ହଜାର ଟଙ୍କା ରହିଛି । ୭ ଦିନ ପରେ ରିପୋର୍ଟିଂ କଲେ ବ୍ୟାଙ୍କ ନିୟମ ଅନୁସାରେ ନିଷ୍ପତ୍ତି ହେବ । ସେହିଭଳି ଇ-ମ୍ୟାଣ୍ଡେଟ ସୁବିଧା ମାଗଣାରେ ମିଳିବ ।