ଆଜି ଭୁବନେଶ୍ୱର ଆସିବେ ଆରବିଆଇ ଗଭର୍ଣ୍ଣର

ଭୁବନେଶ୍ୱର,୨୨ା୨(ବ୍ୟୁରୋ): ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆର୍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆସନ୍ତାକାଲି ଭୁବନେଶ୍ୱର ଆସିବେ । ଆଞ୍ଚଳିକ ଶିକ୍ଷା ଗବେଷଣା କେନ୍ଦ୍ର ଅଧିନରେ ଥିବା ଡେମୋନ୍ଷ୍ଟ୍ରେଟିଭ୍ ମଲ୍ଟିପର୍ପସ୍ ସ୍କୁଲ (ଡିଏମଏସ୍)ର ବାର୍ଷିକ ଉତ୍ସବରେ ଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ପ୍ରଖ୍ୟାତ ନ୍ୟୁରୋ ସର୍ଜନ ଡାକ୍ତର ବସନ୍ତ କୁମାର ମିଶ୍ର । ଆରବିଆଇ ଗଭର୍ଣ୍ଣର ଶ୍ରୀ ଦାସ ଡିଏମ ସ୍କୁଲର ପୁରାତନ ଛାତ୍ର । ‘ବ୍ୟାକ୍ ଟୁ ସ୍କୁଲ’ ନାମରେ ଆୟୋଜିତ ହେଉଥିବା ଏହି ବାର୍ଷିକ ଉତ୍ସବରେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଗ ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି ।