ସାଧାରଣ ଲୋକଙ୍କୁ ଆରବିଆଇର ବଡ଼ ସ୍ଲୋଗାନ୍; ଏନ୍ଇଏଫ୍ଟି ଓ ଆର୍ଟିଜିଏସରେ ଲାଗିବ ନାହିଁ କୌଣସି ଅତିରିକ୍ତ ଶୁକ୍ଳ

ନୂଆଦିଲ୍ଲୀ ୬।୬ : ଗୁରୁବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସାଧରଣ ଜନତାଙ୍କ ଉପରେ ଲାଗୁଥିବା ଅତିରିକ୍ତ ଚାର୍ଜକୁ ବନ୍ଦ କରିବାର ଘୋଷଣା କରିଛି। ରେପୋ ରେଟ କମ କରିବା ପରେ ଏହି ନିଷ୍ପତ୍ତି ମଧ୍ୟ ଆରବିଆଇର ମୋଦ୍ରିକ ସମିକ୍ଷା ନୀତିରେ ଗ୍ରହଣ କରାଯାଇଛି। ଡିଜିଟାଲ ବ୍ୟାଙ୍କିଂକୁ ବଢ଼ାଇବା ପାଇଁ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।
ଆରବିଆଇ ଖୁବ ଶୀଘ୍ର ବ୍ୟାଙ୍କ ଗୁଡିକରେ ଏହି ନିୟମ ଲାଗୁ କରିବ ବୋଲି ଜଣାପଡିଛି। ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ଆରଟିଜିଏସର ସମୟକୁ ବଢ଼ାଇ ସନ୍ଧ୍ୟା ୬ଟା କରାଯାଇଥିଲା। ତେବେ ଏହି ସୁବିଧାର ସମୟକୁ ବଢ଼ାଇ ୨୪ଘଣ୍ଟା କରାଯିବ ବୋଲି କୁହାଯାଇଛି।
ଏବେ ଅଧିକାଂଶ ବ୍ୟାଙ୍କ ରିୟଲ ଟାଇମ୍ ସେଟଲମେଣ୍ଟ(ଆରଟିଜିଏସ୍) ଏବଂ ନ୍ୟାସନାଲ ଇଲେକଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି) କରିବା ଦ୍ୱାରା ଗ୍ରାହକଙ୍କ ନିକଟରୁ ଅତିରିକ୍ତ ଚାର୍ଜ ନେଇଥାଏ। ଏମିତିରେ ଗ୍ରାହକଙ୍କ ଖାତାରେ ସେହି ଅତିରିକ୍ତ ରାଶି କଟିଥାଏ। ତେବେ ବର୍ତ୍ତମାନ ବଦଳିଥିବା ନିୟମ ବ୍ୟାଙ୍କ ଗୁଡିକୁ ମାନିବାକୁ ପଡିବ। ଯାହାର ଲାଭ ଗ୍ରାହକ ଉଠାଇପାରିବେ।
ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧହାର କମାଇଥିବା ବେଳେ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ହ୍ରାସ ହୋଇଛି। ଫଳରେ ରେପୋ ରେଟ୍ ୬ ପ୍ରତିଶତରୁ ଖସି ୫. ୭୫ ପ୍ରତିଶତ ହୋଇଛି। ରେପୋ ରେଟ୍ ହ୍ରାସ ଫଳରେ ଏଣିକି ସୁଧ ହାର କମିବା ସମ୍ଭାବନା ରହିଛି। ଯେଉଁ ଗ୍ରାହକମାନେ ଘର ଓ ଗାଡ଼ି ଲୋନ୍ କରିଛନ୍ତି, ସେମାନଙ୍କ ପାଇଁ ଋଣ ବାବଦରେ ଦେବାକୁ ପଡୁଥିବା ଇଏମ୍ଆଇ କମ୍ ପଡ଼ିପାରେ। ଏହା ବ୍ୟତୀତ ଆରବିଆଇ ନେଟ୍ ବ୍ୟାଙ୍କିଂ କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ରିୟଲ୍ ଟାଇମ୍ ଗ୍ରସ୍ ସେଟଲ୍ମେଣ୍ଟ୍ (ଆର୍ଟିଜିଏସ୍) ଟ୍ରାଞ୍ଜାକ୍ସନ୍ ଏବଂ ନେସ୍ନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡ୍ସ୍ ଟ୍ରାନ୍ସଫର (ଏନ୍ଇଏଫ୍ଟି) ପାଇଁ ଦେବାକୁ ପଡୁଥିବା ଦେୟକୁ ଉଠାଇକୁ ନିଷ୍ପତ୍ତି ନେଇଛନ୍ତି । ଏହା ମାଧ୍ୟମରେ ବ୍ୟକ୍ତି ବିଶେଷ, କମ୍ପାନୀ ଗୁଡ଼ିକ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ନେଣଦେଣ କରିଥାନ୍ତି