PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ସୁଧହାର କମାଇଲା ରିଜର୍ଭ ବ୍ୟାଙ୍କ: ଶସ୍ତା ହୋଇପାରେ ଘର ଓ ଗାଡ଼ି ଋଣ

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ମନିଟାରି ପଲିସି କମିଟି ସୁଧହାର ୨୫ ବେସିସ୍‌ ପଏଣ୍ଟ୍‌ କମାଇ ୬. ୨୫% କରିଛନ୍ତି। ଏହା ଫଳରେ ବ୍ୟାଙ୍କ୍‌ ସବୁ ଗ୍ରାହକମାନଙ୍କୁ କମ୍‌ ସୁଧହାରରେ ଖାଉଟି ଓ ଗୃହ ଋଣ ଯୋଗାଇ ଦେଇ ପାରନ୍ତି। ଶକ୍ତିକାନ୍ତ ଦାସ କେନ୍ଦ୍ରୀୟ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ପ୍ରଥମ ସମୀକ୍ଷା ବୈଠକ। ଦାସଙ୍କ ନେତୃତ୍ୱଧୀନ ୬ ସଦସ୍ୟବିଶିଷ୍ଟ ମନିଟାରି ପଲିସି କମିଟି ରେପୋ ରେଟ୍‌ ବା ସର୍ଟ ଟର୍ମ ରେଟ୍‌, ଯେଉଁ ହାରରେ କେନ୍ଦ୍ରୀୟ ବ୍ୟାଙ୍କ୍‌ ଅନ୍ୟ ବ୍ୟାଙ୍କ୍‌ଗୁଡ଼ିକୁ ଋଣ ଦିଏ, ତାହାକୁ ୬. ୨୫%କୁ କମାଇ ଦେଇଛନ୍ତି। ଫଳତଃ, ଶତକଡ଼ା ସେହି ହାରରେ ରିଜର୍ଭ ରେପୋ ହାର ମଧ୍ୟ ୬%କୁ ହ୍ରାସ ପାଇଛି।ଆର୍ଥିକ ବ୍ୟବସ୍ଥାରେ ୨୫ ବେସିସ୍‌ ପଏଣ୍ଟ୍‌ରେ ରେପୋ ରେଟ୍‌ ଦୁଇଗୁଣା ବଢ଼ାଇବା ପରେ ଗତ ତିନିଟି ଦ୍ୱିମାସିକ ନୀତି ସମୀକ୍ଷା ପରେ ମଧ୍ୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ହାରରେ ସ୍ଥିତାବସ୍ଥା ବଜାୟ ରଖି ଆସିଥିଲା।

ସମ୍ବନ୍ଧିତ ଖବର