ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ରୁ ଆର୍ସିପି ସିଂହଙ୍କ ଇସ୍ତଫା

newsd.in
ପାଟଣା : ନରେନ୍ଦ୍ର ମୋଦି ସରକାରରେ ଷ୍ଟିଲ୍ ମନ୍ତ୍ରୀ ତଥା ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଆରସିପି ସିଂହଙ୍କର କେନ୍ଦ୍ରୀୟ କ୍ୟାବିନେଟ୍ରୁ ତାଙ୍କର ଜନ୍ମଦିନ ୬ ଜୁଲାଇରୁ ହିଁ ବିଦାୟ ହୋଇ ଯାଇଛି। ଆରସିପି ସିଂହଙ୍କ ନାଁରୁ ପ୍ରସିଦ୍ଧ ଜେଡିୟୁ ନେତା ରାମଚନ୍ଦ୍ର ପ୍ରସାଦ ସିଂହଙ୍କର ରାଜ୍ୟସଭା କାର୍ଯ୍ୟକାଳ ୭ଜୁଲାଇରେ ସରିବାକୁ ଯାଉଛି ଏବଂ ଏହା ପୂର୍ବରୁ ବୁଧବାର ଦିନ ସେ ମୋଦି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି।
ଆରସିପିଙ୍କର ଜନ୍ମ ୬ ଜୁଲାଇ , ୧୯୫୮ରେ ହୋଇଥିଲା । ଆଜି ବୁଧବାର ତାଙ୍କର ଜନ୍ମଦିନ ଥିଲା । ଆରସିପି ସିଂହଙ୍କୁ ତାଙ୍କର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦ୍ୱିପ୍ରହର ୧ଟା ୨୭ରେ ଟ୍ୱିଟରରେ ଏକ ପୋଷ୍ଟ ମାଧ୍ୟମରେ ଦୀର୍ଘାୟୁ ଓ ସୁସ୍ଥ ଜୀବନର ଶୁଭକାମନା ଜଣାଇଥିଲେ ।
श्रद्धेय प्रधानमंत्री श्री @narendramodi जी का
— RCP Singh (@RCP_Singh) July 6, 2022
सहृदय धन्यवाद ।
आपकी शुभकामनाओं के साथ राष्ट्रधर्म का अनुपालन करते हुए राष्ट्र सेवा सतत जारी रहेगी। https://t.co/HqKBvZErDP
ଏହାର ଜବାବରେ ଆରସିପି ସିଂହ ଦ୍ୱିପ୍ରହର ୨ଟା୦୭ରେ ପିଏମ୍ ମୋଦିଙ୍କୁ ଧନ୍ୟବାଦ ପୂର୍ବକ ଲେଖିଥିଲେ ଯେ, ସେ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା ସହ ରାଷ୍ଟ୍ରଧର୍ମର ପାଳନ କରି ରାଷ୍ଟ୍ର ସେବା ଜାରି ରଖିବେ । ଆରସିପି ସିଂହଙ୍କ ଜବାବରୁ ତାଙ୍କର ଭବିଷ୍ୟତର ରାଜନୀତିର ସଙ୍କେତ ମଧ୍ୟ ଜଣାପଡ଼ୁଛି କି ତାଙ୍କର ରାସ୍ତା ଭାରତୀୟ ଜନତା ପାର୍ଟି ଆଡ଼କୁ ଯିବାର ଦେଖାଯାଉଛି ।
ଆରସିପି ସିଂହ ଏବେ ଆଉ ମନ୍ତ୍ରୀ ଭାବେ ରହିବେ ନାହିଁ । ଗୁରୁବାର ଠାରୁ ସେ ସାଂସଦ ବି ରହିବେ ନାହିଁ । ଏହା ଏଥିପାଇଁ ହୋଇଛି ,କାରଣ ତାଙ୍କର ନୀତୀଶ କୁମାରଙ୍କ ସହ ସଂପର୍କ ବିଗିଡ଼ି ସାରିଛି । ଏମିତି ସ୍ଥିତିରେ ଜେଡିୟୁରେ ତାଙ୍କର ରହିବା ବା ନରହିବାରେ ଆଉ କୌଣସି ଅର୍ଥ ରହିବ ନାହିଁ । ଗୋଟେ ସମୟରେ ଜେଡିୟୁ ଓ ବିହାର ସରକାରରେ ନୀତୀଶଙ୍କର ଡାହାଣ ହାତ ଭାବେ ବୁଝାଯାଉଥିବା ଓ କିଛି ଦିନ ପାର୍ଟି ଅଧ୍ୟକ୍ଷ ପଦରେ ରହିଥିବା ଆରସିପି ସିଂହଙ୍କ ରାଜନୀତିକ ସମୀକରଣ ଦଳ ଓ ଦଳର ନେତାଙ୍କ ସହ ପୂରା ଖରାପ ହୋଇ ସାରିଛି ।