PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବିଜେପିରେ ମିଶିବେ RCP ସିଂହ: କହିଲେ, ‘ସାତ ଜନ୍ମ ପଳେଇଲେ ବି ପ୍ରଧାନମନ୍ତ୍ରୀ ହୋଇପାରିବେନି ନୀତିଶ କୁମାର’

File Pic

ପାଟନା ୧୮/ ୦୮: ବିଜେପିରେ ମିଶିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂହ । ଏ ନେଇ ଗୁରୁବାର ସେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଦୁଇ ଦିନ ପୂର୍ବରୁ ସେ ନାଳନ୍ଦା ସିଲାଓ୍ବରେ ନଜର ଆସିଥିଲେ । ସେବେଠାରୁ ଚର୍ଚ୍ଚା ହେଉଥିଲା ଯେ , ସେ ବିଜେପିରେ ମିଶିବେ । ତେବେ ଗୁରୁବାର ଏ ନେଇ ସ୍ପଷ୍ଟ କରିଛନ୍ତି ଆରସିପି ସିଂହ । ସେ ଗତ ଅଗଷ୍ଟ ୬ରେ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)ରୁ ଇସ୍ତଫା ଦେଇଥିଲେ ।

ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ଘୋଷଣା କରିବା ସହିତ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି ରାମଚନ୍ଦ୍ର ପ୍ରସାଦ ସିଂହ । ସେ କହିଛନ୍ତି, ‘ସାତ ଜନ୍ମ ପଳେଇଲେ ବି ନୀତିଶ କୁମାର ଭାରତର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ନୀତିଶ କୁମାରଙ୍କ ସହମତିରେ ମୁଁ କେନ୍ଦ୍ରମନ୍ତ୍ରୀ ହୋଇଥିଲି । ଏବେ ସେ ଦୋଷ ଛଡାଇବା ପାଇଁ ମିଛ କହୁଛନ୍ତି । ଲଲନ୍‌ ସିଂହ ବି ଏ ବାବଦରେ ଜାଣିଥିଲେ’।

ସୂଚନାଯୋଗ୍ୟ, ବିଜେପି ସହ ମେଣ୍ଟ ସରକାର ଭାଙ୍ଗିବା ପରେ ନୀତିଶ କୁମାର କହିଥିଲେ ଯେ ‘ଆରସିପି ସିଂହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ନେଇ ସେ କୌଣସି ଅନୁମତି ଦେଇନଥିଲେ । କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଗଠନ କରାଯିବା ବେଳେ ସେତେବେଳେ ବିଜେପି ଜେଡିୟୁକୁ କହିଥିଲା ଯେ କେବଳ ଗୋଟିଏ ହିଁ ମନ୍ତ୍ରୀ ପଦ ମିଳିପାରିବ କାରଣ ଶିବ ସେନାକୁ ବି ଗୋଟିଏ ମନ୍ତ୍ରୀ ପଦ ଦିଆଯାଇଛି।’

ଏକଦା ନୀତିଶ କୁମାରଙ୍କ ଘନିଷ୍ଠ ସହଯୋଗୀ ଥିଲେ ରାମଚନ୍ଦ୍ର ପ୍ରସାଦ ସିଂହ । ତାଙ୍କ ନେତୃତ୍ବରେ ବିହାରେ ଜେଡିୟୁ ମଜବୁତ ହୋଇପାରିଥିଲା । କିନ୍ତୁ ହଠାତ୍‌ ସେ ଗତ ଅଗଷ୍ଟ ୬ ତାରିଖରେ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଅନ୍ୟପଟେ ଜେଡିୟୁ ମଧ୍ୟ ତାଙ୍କୁ ପୁଣି ଥରେ ରାଜ୍ୟସଭା ପଠାଇବାକୁ ମନା କରିଦେଇଥିଲା । ତେଣୁ ତାଙ୍କୁ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ପଡିଥିଲା ।

ପୂର୍ବରୁ ୨୦୧୬ ମସିହାରେ ଆରସିପି ସିଂହଙ୍କୁ ଦ୍ବିତୀୟ ଥର ପାଇଁ ରାଜ୍ୟସଭାକୁ ପଠାଇଥିଲା ଜେଡିୟୁ । ଏହା ସହିତ ଶରଦ ଯାଦବଙ୍କ ସ୍ଥାନରେ ତାଙ୍କୁ ରାଜ୍ୟସଭାରେ ଦଳୀୟ ନେତା ମଧ୍ୟ ମନୋନୀତ କରାଯାଇଥିଲା । କେବଳ ସେତିକି ନୁହେଁ ନୀତିଶ କୁମାର ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାମଚନ୍ଦ୍ର ପ୍ରସାଦ ସିଂହଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇଥିଲା ।

ସମ୍ବନ୍ଧିତ ଖବର