PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ତେଲେଙ୍ଗାନାର ଏହି କୁକୁଡା ଅଣ୍ଡା ଦେବାରେ ସୃଷ୍ଟି କଲା ଇତିହାସ,ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ହାଇଦ୍ରାବାଦ,୨୦।୭: ତେଲେଙ୍ଗାନର ଏକ କୁକୁଡା ସର୍ବାଧିକ ଅଣ୍ଡା ଦେବାରେ ସୃଷ୍ଟି କରିଛି ଇତିହାସ। ନାଗରକର୍ନୁଲ ଜିଲ୍ଲାର ଦେଭଳାତିରମଲାପୁର ନିବାସୀ ରାମକୃଷ୍ଣ ଚାରିଙ୍କ  ଏହି କୁକୁଡାଟି ୧୫୦ଟି ଅଣ୍ଡା ଦେଇ ଇତିହାସ ସୃଷ୍ଟି କରିଛି।  ଏହି ୨ବର୍ଷର କୁକୁଡାଟି ମାତ୍ର ୬ମାସ ଭିତରେ ୧୫୦ଟି ଅଣ୍ଡା ଦେଇଛି। ରାମକୃଷ୍ଣ ନିଜ କୁକୁଡାର ମହାନତା ସମ୍ପର୍କରେ ଯେତେବେଳେ ଗାଁ ଲୋକଙ୍କୁ କହିଥିଲେ ସେତେବେଳେ ତାଙ୍କ ଘରେ ଲୋକଙ୍କର ଭିଡ ଲାଗିଯାଇଥିଲା।

କିଛି ଲୋକ ଏହି କୁକୁଡାର ଅଣ୍ଡାକୁ ନେଇ ନିଜର କୁକୁଡା ପାଖରେ ରଖିଥିଲେ। କୁକୁଡାର ସବୁ ଅଣ୍ଡାରୁ ଚିଆଁ (କୁକୁଡା ଛୁଆ)ବାହାରିବା କୌଣସି ଜରୁରୀ ନୁହେଁ, କାରଣ କୁକୁଡା ଅଣ୍ଡା ଦେବାପରେ ସେ ନିଜେ ଏହାକୁ ଉଷ୍ମତା ଦେଇ ଚିଆଁ ବାହାର କରିଥାଏ। ଯେଉଁ ସବୁ ଅଣ୍ଡା ଗୁଡିକୁ ସଠିକ୍ ଭାବରେ ଉଷ୍ମତା ମିଳିପାରିନଥାଏ ତାହା କଞ୍ଚା ରହିଯାଇଥାଏ ଓ ସେହି ଅଣ୍ଡାରୁ ଚିଆଁ ବାହାରିବା ସମ୍ଭବ ହୋଇନଥାଏ।

ଅନ୍ୟପକ୍ଷେ ପଶୁ ଚିକିତ୍ସକଙ୍କ ମାନେ କହିଛନ୍ତି ଗୋଟିଏ କୁକୁଡା ଏଭଳି ୧୫୦ଟି ଅଣ୍ଡା ଦେବାର ଘଟଣା ଲକ୍ଷାଧିକ ପରିମାଣାରେ ରହିଛି। ଏବେ ଯିଏ ରାମକୃଷ୍ଣଙ୍କ ଏହି କୁକୁଡା ସମ୍ପର୍କରେ ଜାଣୁଛନ୍ତି ସେମାନେ ତାକୁ ଦେଖିବାକୁ ତାଙ୍କ ଘରେ ଭିଡ ଲଗାଇ ଦେଉଛନ୍ତି। ଏପରିକି କିଛି ଲୋକ ଏହି କୁକୁଡାକୁ କିଣିବା ନେଇ ମଧ୍ୟ ରାମକୃଷ୍ଣଙ୍କୁ ପ୍ରସ୍ତାବ ଦେଇସାରିଛନ୍ତି। କିନ୍ତୁ ରାମକୃଷ୍ଣ ନିଜର କୁକୁଡାକୁ ବିକ୍ରି କରିବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧିତ ଖବର