ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

‘ରେଡି ଟୁ ଇଟ୍‌’ ଖାଇବାକୁ ପସନ୍ଦ କରନ୍ତି କି? ସାବଧାନ

Published By : Anindita Ratha | October 18, 2024 10:46 AM

ଆପଣ ‘ରେଡି ଟୁ ଇଟ୍‌’ ଖାଇବାକୁ ପସନ୍ଦ କରନ୍ତି କି? ଯଦି ହଁ, ତେବେ ସତର୍କ ହୋଇଯାଆନ୍ତୁ । ନଚେତ୍‌ ହୋଇପାରେ କ୍ଷତିକାରକ । ଧୀରେ ଧୀରେ ‘ରେଡି ଟୁ ଇଟ୍‌’ ଖାଦ୍ୟର ଲୋକପ୍ରିୟତା ବଢୁଛି । କାରଣ ଏହାକୁ ଖୁବ୍‌ କମ୍‌ ସମୟରେ ପ୍ରସ୍ତୁତ କରାଯାଇପାରୁଛି । ତେଣୁ ଲୋକମାନେ ଏହାକୁ ପସନ୍ଦ କରୁଛନ୍ତି । ପ୍ୟାକେଟ୍‌ରେ ଆସୁଥିବା ଏହି ଖାଦ୍ୟର ସ୍ୱାଦ ଲୋକମାନଙ୍କୁ ନିଜ ଆଡ଼କୁ ଟାଣିଥାଏ । କିଛି ଲୋକ ଏହାକୁ ଡାଏଟ୍‌ର ଏକ ଅଭିନ୍ନ ଅଙ୍ଗ ମଧ୍ୟ କରିସାରିଲେଣି । ଏହା ଶରୀର ପାଇଁ କେତେ କ୍ଷତିକାରକ ଜାଣନ୍ତି କି? ଜାଣିବା ଏହାର ନକାରାତ୍ମକ ପ୍ରଭାବ । 

ପ୍ରିର୍ଜଭେଟିଭ୍‌ ସାମିଲ୍‌ ହେବା: ରେଡି ଟୁ ଇଟ୍‌ ଖାଦ୍ୟକୁ ପ୍ରସ୍ତୁତ କରାଯିବା ବେଳେ ସେଥିରେ କେତେ ପ୍ରକାରର ପ୍ରିର୍ଜଭେଟିଭ୍‌ସ୍‌, କୃତ୍ରିମ ରଙ୍ଗ ଓ ସୁଗନ୍ଧ ଆଦି ବ୍ୟବହାର କରାଯାଇଥାଏ । ଏଥିରେ ଦିଆଯାଉଥିବା ସଂରକ୍ଷକ ଓ ପ୍ରୋସେସ୍‌ଡ ଉପାଦାନ କାରଣରୁ ଆଲର୍ଜି କିମ୍ବା ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍‌ ସମସ୍ୟା ସୃଷ୍ଟି ହୋଇଥାଏ । 

ଅଧିକ ସୋଡିୟମ୍‌ଯୁକ୍ତ: ରେଡି ଟୁ ଇଟ୍‌ ଖାଦ୍ୟର ସ୍ୱାଦ ଓ ସଂରକ୍ଷଣ ପଦ୍ଧତିକୁ ବଢାଇବା ପାଇଁ ଅଧିକ ଲୁଣର ବ୍ୟବହାର କରାଯାଇଥାଏ । କିନ୍ତୁ ଅଧିକ ସୋଡିୟମ୍‌ର ବ୍ୟବହାର ଦ୍ୱାରା ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଓ ଷ୍ଟ୍ରୋକ୍‌ ଆଦି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଯଥାସମ୍ଭବ ରେଡି ଟୁ ଇଟ୍‌ଠାରୁ ଦୂରେଇ ରହିବା ଭଲ । 

ନଥାଏ ପୋଷକ ତତ୍ତ୍ୱ: ଏହି ଖାଦ୍ୟରେ ସ୍ୱାଦ ଅଧିକ ରହିଥାଏ, କିନ୍ତୁ ପୋଷକ ତତ୍ତ୍ୱ ନାହିଁ କହିଲେ ଚଳେ । ଯାହା ଆମ ଶରୀର ପାଇଁ ଖୁବ୍‌ ଜରୁରି । ଏଥିରେ ଫାଇଭର, ଭିଟାମିନ୍‌ ଓ ମିନେରାଲ୍ସର ଅଭାବ ରହିଥାଏ । କେବଳ ବଢାଏ କ୍ୟାଲୋରୀର ମାତ୍ରା । ଅସ୍ୱାସ୍ଥ୍ୟକର ଫ୍ୟାଟ୍‌: ଏସବୁ ଖାଦ୍ୟରେ ଅସ୍ୱାସ୍ଥ୍ୟକର ସାଚ୍ୟୁରେଟେଡ୍‌ ଓ ଟ୍ରାନ୍ସ ଫ୍ୟାଟ୍‌ର ମାତ୍ରା ଅଧିକ ରହିଥାଏ, ଯାହାକୁ ଖାଇବା ଦ୍ୱାରା କୋଲେଷ୍ଟେରଲ୍‌ ବଢିବା ସହ ଷ୍ଟ୍ରୋକ୍‌ ରିସ୍କ ଅଧିକ ରହିଥାଏ ।

 ଓଜନ ବଢାଏ: ଯଦି ଆପଣ ନିଜର ଓଜନ ନିୟନ୍ତ୍ରିତ ରଖିବାକୁ ଚାହାନ୍ତି, ତେବେ ରେଡି ଟୁ ଇଟ୍‌ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । କାରଣ ଏହାକୁ ଲୋକମାନେ ଲୋଭରେ ଆବଶ୍ୟକଠାରୁ ଅଧିକ ଖାଇଥାନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.