PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ସତ ହୋଇଗଲା ପିତାଙ୍କ ଫିଲ୍ମ କାହାଣୀ, ରିଲ୍ ଲାଇଫ୍ ଭଳି ରିୟଲ ଲାଇଫରେ ପାକିସ୍ତାନରେ ଫସିଛନ୍ତି ଅଭିନନ୍ଦନ

ଚେନ୍ନାଇ ୨୮/୨: ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏବେ ପାକିସ୍ତାନ ସେନା କଷ୍ଟଡିରେ ଅଛନ୍ତି । ସାରା ଦେଶ ତାଙ୍କ ପାଇଁ ଚିନ୍ତିତ । ସୋସିଆଲ ମିଡିଆରେ ଉଠିଛି ତାଙ୍କୁ ଫେରାଇ ଆଣିବାର ଅଭିଯାନ । ଦେଶର ଏହି ବୀର ପୁତ୍ର ପାଇଁ ସାରା ଦେଶବାସୀ ଚିନ୍ତିତ । ତେବେ ଅଭିନନ୍ଦନଙ୍କ ସମ୍ପର୍କିତ ଏମିତି ଏକ ସତ କାହାଣୀ ରହିଛି ଯାହା ଆପଣ ଜାଣିବା ଉଚିତ୍ । ତାଙ୍କ ପିତା ହେଉଛନ୍ତି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଏସ୍.ବର୍ତ୍ତମାନ । ୨ ବର୍ଷ ପୂର୍ବେ ସେ ଏକ ଫିଲ୍ମରେ ଆଡଭାଇଜର୍ ଭୂମିକା ସମ୍ପାଦନ କରିଥିଲେ । ଫିଲ୍ମରେ କାହାଣୀ ଅନୁସାରେ ଜଣେ ପାଇଲଟ୍ ପାକିସ୍ତାନୀ ସାମାରେ ଖସିପଡେ । ଏହି ଫିଲ୍ମର କାହାଣୀ ଏବେ ପ୍ରକୃତରେ ଦେଖିବାକୁ ମିଳିଛି । ସତ ଜୀବନରେ ଘଟିଯାଇଛି ଏହି କାହାଣୀ । ଦେଶର ଏହି ବୀର ପୁତ୍ର ଏବେ ପାକିସ୍ତାନ କବଜାରେ ।

source:www.deccanherald.com

୨୦୧୭ରେ ଫେମସ ଫିଲ୍ମ ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘କାତ୍ରୁ ଭେଲିୟିଦାଇ’ରେ ଆକ୍ଟର କାର୍ତ୍ତି, ଭାରତୀୟ ବାୟୁସେନାର ଏକ ସ୍କ୍ୱାର୍ଡନ ଲିଡର ଭୂମିକାରେ ନଜର ଆସିଥିଲେ । ଫିଲ୍ମରେ କାର୍ତ୍ତିଙ୍କ ଜେଟ୍ ବିମାନ ସୀମା ପାର୍ ହୋଇ ପାକିସ୍ତାନରେ ଖସିପଡୁଛି ଏବଂ ସେ ପାକିସ୍ତାନ ଜେଲରେ ବନ୍ଦୀ ହୋଇଯାଉଛନ୍ତି । ଫିଲ୍ମରେ ହିରୋ ଶେଷରେ ବହୁତ କଷ୍ଟରେ ନିଜ ଫ୍ୟାମିଲି ପାଖକୁ ଫେରିଆସୁଛି । ରିଟାୟର୍ଡ ଏୟାର ମାର୍ଶାଲ ଏସ. ବର୍ତ୍ତମାନ ଏହି ଫିଲ୍ମ ପାଇଁ ଆଡଭାଇଜର ଭୂମିକା ସମ୍ପାଦନ କରିଥିଲେ । କିନ୍ତୁ ଏବେ ତାଙ୍କ ପୁଅ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସହିତ ଫିଲ୍ମର କାହାଣୀ ଅସଲ ଜୀବନରେ ଘଟିଗଲା ।

source:www.indiatoday.in

ଚେନ୍ନାଇର ତାମ୍ବରମ୍ ଅଞ୍ଚଳରେ ଏକ ଡିଫେନ୍ସ କଲୋନୀରେ ରହୁଥିବା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଏସ୍.ବର୍ତ୍ତମାନଙ୍କୁ ସମ୍ପୂର୍ଣ୍ଣ ଭରସା ଅଛି ଯେ ତାଙ୍କ ପୁଅ ନିଶ୍ଚିତ ସୁରକ୍ଷିତ ଘରକୁ ଫେରିଆସିବ । ସେ ନିଜ ଅବସର ପରଠୁ ଏଠାରେ ରହିଆସୁଛନ୍ତି । ଏବେ ତାଙ୍କର ଏହି ଦୁଃଖଦ ପରିସ୍ଥିତିରେ ତାଙ୍କର କିଛି ଆତ୍ମୀୟସ୍ୱଜନ ତାଙ୍କ ସହିତ ଅଛନ୍ତି । ମିଡିଆ ଓ ସ୍ଥାନୀୟ ଲୋକଙ୍କୁ ତାଙ୍କ ଘରଠୁ ଦୂରେଇ ରଖାଯାଇଛି । ସ୍ଥାନୀୟ ବିଧାୟକ ଓ ସାଂସଦ ବହୁତ କଷ୍ଟରେ ପରିବାର ସହିତ ଆଲୋଚନା କରି ତାଙ୍କ ଅବସ୍ଥା ବୁଝିଛନ୍ତି ।

source:navbharattimes.indiatimes.com

ମୋ ପୁଅ ନିଶ୍ଚୟ ଫେରିବ
ଅବସରପ୍ରାପ୍ତ ଏୟାର ମାର୍ଶାଲ ଏସ୍,ବର୍ତ୍ତମାନ ଏହି ସଙ୍କଟ ସ୍ଥିତିରେ ତାଙ୍କ ସହିତ ଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ‘ମୋ ପୁଅ ସଚ୍ଚା ସିପାହୀ । ସେ ନିଶ୍ଚୟ ଘରକୁ ଫେରିଆସିବ ।’
କହିରଖୁଛୁ ଇଣ୍ଡିଆନ୍ ଏୟାରଫୋର୍ସର କଡା କାର୍ଯାନୁଷ୍ଠାନ ପରେ ବୁଧବାର ପଡୋଶୀ ଦେଶ ଭାରତୀୟ ସୀମାରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଭାରତ ଏହାର ଜବାବ ଦେଇ ପାକିସ୍ତାନର ଏକ ଲଢୁଆ ବିମାନ ଏଫ୍-୧୬କୁ ଖସାଇଦେଲା କିନ୍ତୁ ଦେଶର ଏକ ମିଗ-୨୧ ଜେଟ୍ ନଷ୍ଟ ହୋଇଗଲା । ଜେଟର ପାଇଲଟ୍ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସୀମାରେ ଖସିପଡିଥିଲେ । ଏହାପରଠାରୁ ସେ ପାକିସ୍ତାନୀ ସେନାର କଷ୍ଟଡୀରେ ଅଛନ୍ତି । ତାଙ୍କର ଅନେକ ଫଟୋ ଓ ଭିଡିଓ ଭାଇରାଲ ହେଉଛି ।

source:newsd.in

ପିତା ୪୦ ପ୍ରକାର ଏୟାରକ୍ରାଫ୍ଟ୍ସ ଚଳାଇବାରେ ଦକ୍ଷତା ହାସଲ କରିଛନ୍ତି
ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ପିତା ୧୯୭୩ରେ ଫାଇଟର ପାଇଲଟ୍ ରୂପେ ବାୟୁସେନା ଜଏନ୍ କରିଥିଲେ । ୪୦ ପ୍ରକାର ଏୟାରକ୍ରାଫ୍ଟକୁ ଚଳାଇବାର ମାହିର ଏସ୍. ବର୍ତ୍ତମାନଙ୍କ ପାଖରେ ୪ ହଜାର ଘଣ୍ଟା ଏୟାରକ୍ରାଫ୍ଟ ଉଡାଇବାର ଅନୁଭବ ଅଛି । ସେ କାର୍ଗିଲ ଯୁଦ୍ଧ ସମୟରେ ଗ୍ୱାଲିୟରରେ ଚିଫ୍ ଅପରେସନ ଅଫିସର ଥିଲେ, ଯେଉଁଠି ସେ ମିରାଜ ୨୦୦୦ ଏୟାରକ୍ରାଫ୍ଟ ଅପରେଟ୍ କରିଥିଲେ । ଏହି ଏୟାରକ୍ରାଫ୍ଟ ଯୁଦ୍ଧରେ ମିଳିଥିବା ବିଜୟରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ଥିଲା ।

ଅଧିକ ପଢନ୍ତୁ ୱିଙ୍ଗ କମାଣ୍ଡରଙ୍କୁ ଶୁକ୍ରବାର ଛଡାଯିବ ବୋଲି ପାକିସ୍ତାନ ସଂସଦରେ କହିଲେ ଇମ୍ରାନ୍

ସମ୍ବନ୍ଧିତ ଖବର