PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

୮ ହଜାର ଟଙ୍କାରେ ମିଳୁଛି ରିୟଲମିର ୫ଜି ସ୍ମାର୍ଟଫୋନ୍, ଏମିତି ଉଠାନ୍ତୁ ଅଫରର ଫାଇଦା

ନୂଆଦିଲ୍ଲୀ ୫/୭: ଫ୍ଲିପକାର୍ଟରେ ରିୟଲମି ରିଫ୍ରେଶ୍ ଡେଜ୍ ସେଲ ଚାଲିଛି । ଏହି ସେଲ ୨ ଜୁଲାଇରୁ ଆରମ୍ଭ ହୋଇଥିଲା । ଏହା ଆସନ୍ତାକାଲି ଅର୍ଥାତ୍ ୬ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଏହି ସେଲରେ ରିୟଲମିର ସ୍ମାର୍ଟଫୋନ୍ସରେ ଦମଦାର୍ ଡିସ୍କାଉଣ୍ଟ ମିଳୁଛି । ଭାରତରେ ୫ଜି ସର୍ଭିସ୍ ଆରମ୍ଭ ହେବାକୁ ଯାଉଛି । ଏଭଳି କ୍ଷେତ୍ରରେ ଲୋକମାନେ ୫ଜି ଫୋନ୍ସ ଆଡକୁ ମୁହାଁଉଛନ୍ତି । ଯଦି ଆପଣଙ୍କ ପାଖରେ ୪ଜି ସ୍ମାର୍ଟଫୋନ୍ ଅଛି ଏବଂ ୫ଜି ଫୋନ୍ କିଣିବା ପାଇଁ ଚାହୁଁଛନ୍ତି କିନ୍ତୁ ବଜେଟ୍ କମ୍ ଅଛି ତେବେ ଏହା ଆପଣଙ୍କ ପାଇଁ ଭଲ ସୁଯୋଗ । Realme 9 Pro+ 5G କୁ ଅଧାରୁ ମଧ୍ୟ କମ୍ ଦାମରେ କିଣିପାରିବେ । ଫୋନ୍ ଦମଦାର୍ କ୍ୟାମେରା ପାଇଁ ଜଣାଯାଏ । ଏଥିରେ ୫୦ଏମପିର ଓଆଇଏସ୍ କ୍ୟାମେରା ରହିଛି । ଆସନ୍ତୁ ଜାଣିବା…

Realme 9 Pro+ 5Gର ଲଞ୍ଚ୍ ପ୍ରାଇସ୍ ୨୯,୯୯୯ ଟଙ୍କା । କିନ୍ତୁ ଫ୍ଲିପକାର୍ଟରେ ୨୬,୯୯୯ ଟଙ୍କାରେ ଉପଲବ୍ଧ ଅଛି । ଫୋନରେ ୩ ହଜାର ଟଙ୍କାର ଡିସ୍କାଉଣଟ୍ ମିଳୁଛି । ଏହା ପରେ ଅନେକ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି ଯାହା ଫୋନର ଦାମକୁ ଆହୁରି କମ୍ କରୁଛି । ଯଦି ଆପଣ ଏହାକୁ କୌଣସି ବ୍ୟାଙ୍କ ବା କାର୍ଡ ବ୍ୟବହାର କରି କିଣୁଛନ୍ତି ତେବେ ଆପଣଙ୍କୁ ୫ ହଜାର ଟଙ୍କାର ଡିସ୍କାଉଣ୍ଟ ମିଳିବ । ଯଦି ଆପଣ HDFC ବ୍ୟାଙ୍କର କାର୍ଡ ବ୍ୟବହାର କରୁଛନ୍ତି ତେବେ ହଜାର ଟଙ୍କା ଅତିରିକ୍ତ ଡିସ୍କାଉଣ୍ଟ ମିଳିବ । ଅର୍ଥାତ୍ ପୁରା ୬ ହଜାର ଟଙ୍କାର ରିହାତି ମିଳିବ ।

ଏହା ପରେ ଫୋନର ଦାମ୍ ୨୦,୯୯୯ ଟଙ୍କା ହୋଇଯିବ । ଏଥିରେ ୧୨,୫୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି । ଯଦି ଆପଣ ପୁରୁଣା ଫୋନ୍ ଏକ୍ସଚେଞ୍ଜ କରୁଛନ୍ତି ତେବ ଏହି ଅଫରର ଫାଇଦା ମିଳିଯିବ । ଯଦି ସବୁ ଅଫରର ଫାଇଦା ମିଳେ ତେବେ ଆପଣ ଫୋନକୁ ମାତ୍ର ୮,୪୯୯ ଟଙ୍କାରେ କିଣିପାରିବେ ।