PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଏକନାଥ ଶିନ୍ଦେଙ୍କୁ ଶିବସେନା ନେତା ପଦରୁ ହଟାଇବା ନିଷ୍ପତ୍ତିକୁ ବିଦ୍ରୋହୀ ବିଧାୟକଙ୍କ ନାପସନ୍ଦ , କହିଲେ ଉଦ୍ଧବ ଠାକରେଙ୍କୁ ଦେବୁ ଆଇନଗତ ଜବାବ…

ମୁମ୍ବାଇ : ଶିବସେନାର ଜଣେ ବିଦ୍ରୋହୀ ବିଧାୟକ ଆଜି (ଶନିବାର) କହିଛନ୍ତି ଯେ ଯଦି ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ‘ଶିବସେନା ନେତା’ ପଦରୁ ହଟାଇବା ନିଷ୍ପତ୍ତି ଯଦି ପ୍ରତ୍ୟାହାର ନକରନ୍ତି ତେବେ ସେ (ସିନ୍ଦେ) ଆଇନଗତ ଭାବରେ ଏହି ପଦକ୍ଷେପକୁ ଚ୍ୟାଲେଞ୍ଜ କରିବେ । ଏଠାରେ ସୂଚନାଥାଉକି, ଶିବସେନା ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ଦିନ ଶିନ୍ଦେଙ୍କୁ “ଶିବସେନା ନେତା” ପଦରୁ ଦଳବିରୋଧୀ କାର୍ଯ୍ୟରେ ସାମିଲ୍ ହେବା ଅଭିଯୋଗରେ ହଟାଇ ଦେଇଛନ୍ତି ।

ଠାକରେ ଏକ ଚିଠିରେ କହିଛନ୍ତି ଯେ ଶିନ୍ଦେ ଇଜ ଇଛାରେ ଦଳର ସଦସ୍ୟତା ପଦ ଛାଡି ଦେଇଛନ୍ତି, ଆଉ ଏଥିପାଇଁ “ଶିବସେନା ଦଳର ଅଧ୍ୟକ୍ଷ ଭାବରେ ମୋର କ୍ଷମତା ବ୍ୟବହାର କରି ମୁଁ ଆପଣଙ୍କୁ ଦଳ ସଂଗଠନର ଶିବସେନା ନେତା ପଦରୁ ହଟାଇ ଦେଉଛି । ଆଉ ଏହାକୁ ବିରୋଧ କରି ଗୋଆରେ ଦୀପକ କେସରକର ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ଠାକରେ ଏହି ନିଷ୍ପତ୍ତି ପ୍ରତ୍ୟାହାର ନକରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କେସରକାର କହିଛନ୍ତି ଯେ ସମସ୍ତ ନିର୍ବାଚିତ ବିଧାୟକ ସିନ୍ଦେଙ୍କୁ ଦଳର ନେତା ଭାବରେ ନିଯୁକ୍ତ କରିଛନ୍ତି । ବିଧାନସଭାର ନେତା ଭାବରେ ତାଙ୍କର ହଟାଇବାକୁ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି । ଆମେ ଠାକରେଙ୍କୁ ଏକ ଆଇନଗତ ଉତ୍ତର ଦେବୁ ।  

ସେ କହିଛନ୍ତି ଯେ ସିନ୍ଦେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭାବରେ ବିଧାନସଭାର ନେତା ଅଟନ୍ତି । “ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ଉଦ୍ଧବ ଠାକରେଙ୍କ କୌଣସି ପ୍ରଶ୍ନର ଉତ୍ତର ଦେବୁ ନାହିଁ । ସେ ଆମର ନେତା ଏବଂ ଆମେ ତାଙ୍କୁ ସମ୍ମାନ ଦେଉଛୁ । ରବିବାର ଠାରୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେବା ପାଇଁ ସିନ୍ଦେ ଦଳର ବିଧାୟକମାନେ ଆଜି ରାତିରେ ମୁମ୍ବାଇ ଫେରିବେ ବୋଲି ଆଶା କରାଯାଉଛି ।