ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରୀନା ଦତ୍ତାଙ୍କ ବାପାଙ୍କ ନିଧନ, ଅନ୍ତିମ ବିଦାୟ ଦେବାକୁ ଏକ୍ସ ଓ୍ବାଇଫଙ୍କ ଘରେ ପହଞ୍ଚିଲେ ଅମିର ଖାନ

Published By : Gurupada Nath | October 2, 2024 6:08 PM

ମୁମ୍ବାଇ, ୨/୧୦ : ବଲିଉଡ଼ର ସୁପରଷ୍ଟାର ଅମିରଖାନଙ୍କ ଏକ୍ସ ଓ୍ବାଇଫ ରୀନା ଦତ୍ତାଙ୍କ ବାପାଙ୍କ ନିଧନ ହୋଇଯାଇଛି । ଆଜି ୨ଅକ୍ଟୋବରରେ ରୀନାଙ୍କ ବାପା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏଭଳି ସ୍ଥଳେ ରୀନାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।  ଏହି ଘଡ଼ି ସନ୍ଧି ମୁହୁର୍ତ୍ତରେ ଅମିର ଖାନ ଏକ୍ସ ଓ୍ବାଇଫ ରୀନା ଦତ୍ତାଙ୍କୁ ଏକାକୀ ଛାଡ଼ି ନାହାନ୍ତି । ସେ ନିଜ ଏକ୍ସ ଶ୍ବଶୁରଙ୍କ ନିଧନ ଖବରପାଇ ରୀନା ଦତ୍ତାଙ୍କ ଘରେ ପହଞ୍ଚିଛନ୍ତି ।

ରୀନାଙ୍କ ଘର ବାହାରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅମିର ଖାନ ନିଜ କାରରେ ବସି ରୀନାଙ୍କ ଘରୁ ବାହାରୁଛନ୍ତି । ଏହି ସମୟରେ ଅମିର ନାଲି ଏବଂ ଧଳା କୁର୍ତ୍ତା ସହ ଏକ ଧୋତି ପିନ୍ଧିଥିଲେ । ସେ ନିଜ ହାତ ନିଜ ଛାତି ଉପରେ ରଖିଥିବା ଦେଖାଯାଉଛନ୍ତି । ସେହିଭଳି ଅମିର ଖାନଙ୍କ ମା’ ଜୀନତ ହୁସେନ ବି ନିଜ ଏକ୍ସ ବୋହୁଙ୍କ ଘରେ ତାଙ୍କୁ ସାନ୍ତ୍ବନା ଦେବାକୁ ପହଞ୍ଚିଥିଲେ ।

ଅମିର ଖାନଙ୍କ ମା’ ଜୀନତ ହୁସେନଙ୍କୁ ଧଳା ରଙ୍ଗର ସୁଟ୍ ପିନ୍ଧି ରୀନା ଦତ୍ତାଙ୍କ ଘରକୁ ଯାଉଥିବା ଦେଖାଯାଇଥିଲା । ଏହି ସମୟରେ ତାଙ୍କ ସହ ତାଙ୍କର ହେଲପର ଥିଲେ ଯାହାଙ୍କ ହାତ ଧରି ଅମିରଙ୍କ ମା’ଯାଉଥିବା ନଜର ଆସୁଛନ୍ତି । ପ୍ରକାଶ ଯେ, ଅମିର ଖାନ ଏବଂ ରୀନା ଦତ୍ତା ୧୯୮୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ଏକ ଝିଅ ଆୟରା ଖାନ ଏବଂ ତାଙ୍କ ଝିଅ ଜୁନେଦ ଖାନ ବି ଅଛନ୍ତି । ବିବାହର ୧୬ବର୍ଷ ପରେ ଅମିର ଖାନ ରୀନା ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ୨୦୦୨ରେ ସେମାନେ ତଲାକ ନେଇ ନିଜ ରାସ୍ତା ଅଲଗା କରି ନେଇଥିଲେ । ଏହାପରେ ଅମିର ୨୦୦୫ରେ କିରଣ ରାଓଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ୧୫ବର୍ଷ ପରେ ୨୦୨୧ରେ ତାଙ୍କଠାରୁ ବି ଅଲଗା ହୋଇଯାଇଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.