PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

ଅନୁଚ୍ଛେଦ ୩୭୦କୁ ହଟାଇଲେ ଭାରତର ଜମ୍ମୁ-କଶ୍ମୀର ସହ ସମ୍ପର୍କ ଶେଷ ହୋଇଯିବ: ମେହବୁବା

ନୂଆଦିଲ୍ଲୀ,୩୦।୩: ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡିପି ପ୍ରମୁଖ ମେହବୁବା ମୁଫତି ଅନୁଚ୍ଛେଦ ୩୭୦କୁ ନେଇ ବଡ ଧରଣର ବୟାନ ଦେଇଛନ୍ତି। ମେହବୁବା କହିଛନ୍ତି, ଯଦି ଧାରା ୩୭୦କୁ ହଟାଇ ଦିଆଯାଏ ତେବେ ଭାରତ ସହ ଜମ୍ମୁ-କାଶ୍ମୀରର ସମସ୍ତ ସର୍ମ୍ପକ ଶେଷ ହୋଇଯିବ । ଅନୁଚ୍ଛେଦ ୩୭୦ ଅନୁଯାୟୀ ଜମ୍ମୁ-କାଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଛି।

ପିଡିପି ପ୍ରମୁଖ ମେହବୁବା କହିଛନ୍ତି, ଯଦି ଧାରା ୩୭୦କୁ ହଟାଇ ଦିଆଯାଏ ତେବେ ମୁସଲିମ ବହୁଳ ରାଜ୍ୟ ଭାରତ ସହ ମିଶି ରହିବାକୁ ପସନ୍ଦ କରିବ ନାହିଁ।  ଯଦି  ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯାଏ ତେବେ ଭାରତ ସହ ଜମ୍ମୁ-କାଶ୍ମୀରର ସମ୍ବନ୍ଧକୁ ପୁଣିଥରେ ସଙ୍ଗଠିତ କରିବାକୁ ପଡିବ । ଯେଉଁଥିରେ କିଛି ସର୍ତ୍ତ ରହିବ । ଏହାଦ୍ୱାରା କଣ ମୁସଲିମ ବହୁଳ ରାଜ୍ୟ, ଆପଣଙ୍କ ସାଥୀରେ ରହିବାକୁ ଚାହିଁବେ ବୋଲି ପ୍ରଶ୍ନ କରିଛନ୍ତି  ମେହବୁବା।

ଏହାପୂର୍ବରୁ ମେହବୁବା ମୁଫତି  ସମ୍ବିଧାନର ଅନୁଚ୍ଛେଦ ୩୫ ଏ ଓ ଅନୁଚ୍ଛେଦ ୩୭୦କୁ ଅନେକ ସମୟରେ ବିବାଦୀୟ ବୟାନ ଦେଇ ଆସିଛନ୍ତି । ଏପରିକି ଯଦି ଅନୁଛେଦ ୩୫ଏ ଉପରେ ହଟାଇ ଦିଆଯାଏ ତେବେ କାଶ୍ମୀରର ଲୋକ ତ୍ରିରଙ୍ଗା ବଦଳରେ କେଉଁ ପତାକା ଉଠାଇ ଦେବେ ତାହା ତାଙ୍କୁ ଜଣାନାହିଁ । ଏପରିକି ୧୯୪୭ ମସିହାରୁ ଯାହା ହୋଇନାହିଁ ତାହା ଦେଖିବାକୁ ପଡିପାରେ ବୋଲି ଧମକ ଦେଇଥିଲେ।

ଉଲ୍ଳେଖନୀୟ ଯେ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୫ଏର ସମ୍ବିଧାନିକ ମାନ୍ୟତାକୁ ଚ୍ୟାଲେଞ୍ଜ ଦେଇଥିବା ଅନେକ ଗୁଡିଏ ପିଟିଶନର  ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। କିନ୍ତୁ ୧୪ ଫେବୃଆରୀ ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ପୁଣିଥରେ ଏହାକୁ ହଟାଇବା ପାଇଁ ଦାବି ଜୋର ଧରିଛି।