ନୂଆଦିଲ୍ଲୀ: ୱାଶିଂଟନ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ଭାରତ ସହିତ ଆମେରିକାର ବନ୍ଧୁତାକୁ ପ୍ରଭାବିତ କରିବ ନାହିଁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବେ ଏହା କହିଛନ୍ତି । ରୁବିଓ ସ୍ପଷ୍ଟ କରିଛନ୍ତି ଯେ, ଆମେରିକାର ଲକ୍ଷ୍ୟ ପାକିସ୍ତାନ ସହିତ ସମ୍ପର୍କକୁ କେବଳ ଆତଙ୍କବାଦ ବିରୋଧୀ ସହଯୋଗ ପର୍ଯ୍ୟନ୍ତ ସୀମିତ ରଖିବା ନୁହେଁ, ବରଂ ଆର୍ଥିକ ଏବଂ ରଣନୈତିକ ସ୍ତରରେ ମଧ୍ୟ ସହଭାଗୀତାକୁ ବିସ୍ତାର କରିବା ଦିଗରେ ହେବ

ରୁବିଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, "ଭାରତ ସହିତ ଆମର ସମ୍ପର୍କ ଗଭୀର, ଐତିହାସିକ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପାକିସ୍ତାନ ସହିତ ଆମର ଆଲୋଚନା ଭାରତର ଖର୍ଚ୍ଚ ଉପରେ ହେଉନାହିଁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ଏକ ବାସ୍ତବବାଦୀ ବୈଦେଶିକ ନୀତି ଅନୁସରଣ କରୁଛି ଏକାଧିକ ଦେଶ ସହିତ ସମ୍ପର୍କକୁ ଏକକାଳୀନ ଭାବରେ ମଜବୁତ କରୁଛି। ଭାରତ ଏକ ଅତ୍ୟନ୍ତ ପରିପକ୍ୱ ଦେଶ ଏବଂ ଏବଂ ଏହା ବିଭିନ୍ନ ଦେଶ ସହିତ ସମ୍ପର୍କର ଆବଶ୍ୟକତାକୁ ବୁଝେ।

ଆମେରିକାର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଆମେରିକା ପାକିସ୍ତାନ ସହିତ ଏକ ନୂତନ ରଣନୈତିକ ମେଣ୍ଟ ଗଠନ କରିବାକୁ ଚାହୁଁଛି। ସେ କହିଛନ୍ତି, "ଆମେ ପାକିସ୍ତାନ ସହିତ କାମ କରିବାକୁ ଇଛୁକ ।" ଆମେ ଜାଣୁ ଯେ ଚ୍ୟାଲେଞ୍ଜ ରହିବ, କିନ୍ତୁ ଆମେ ଯେଉଁ ପ୍ରସଙ୍ଗ ଗୁଡ଼ିକୁ ସମାଧାନ କରିପାରିବୁ ସେଥିରେ ଏକାଠି କାମ କରିବାର ସୁଯୋଗ ଖୋଜୁଛୁ।" ରୁବିଓ ଏହା ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ବିରୋଧୀ ସହଯୋଗରେ ଆମେରିକା ଏବଂ ପାକିସ୍ତାନର ଦୀର୍ଘକାଳୀନ ସହଭାଗୀତା ଅଛି, ଏବଂ ୱାଶିଂଟନ୍ ଏବେ ଏହାକୁ ଆହୁରି ବିକଶିତ କରିବାକୁ ଚାହୁଁଛି।