୪୨ଦିନ ଲାଗି ବାହାରକୁ ବାହାରିବେ ସତ୍ୟେନ୍ଦ୍ର ଜୈନ, ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ ମଞ୍ଜୁର

ନୂଆଦିଲ୍ଲୀ, ୨୬/୫ : ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ସୁପ୍ରିମ କୋର୍ଟ ସତ୍ୟେନ୍ଦ୍ର ଜେନଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି । କୋର୍ଟ ମେଡିକାଲ ଗ୍ରାଉଣ୍ଡ ଆଧାରରେ ଜେନଙ୍କୁ ୪୨ଦିନର ଜାମିନ ଦେଇଛନ୍ତି ।
ସତ୍ୟେନ୍ଦ୍ରଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ୩୦ମେ ୨୦୨୨ରେ ଗିରଫ କରିଥିଲା । ତାଙ୍କୁ ୩୬୦ଦିନ ପରେ ଅନ୍ତରୀଣ ଜାମିନ ମିଳିଛି ।