କଂଗ୍ରେସ ମୁଖ୍ୟାଳୟ ଆଗରେ ‘ରାଫେଲ’ ରଖିଲେ ବାୟୁସେନା ମୁଖ୍ୟ!

ନୂଆଦିଲ୍ଲୀ,୩୧।୫: ଲୋକସଭା ନିର୍ବାଚନରେ ୨୦୧୯ରେ ରାଫେଲ ଡିଲକୁ ବଡ ପ୍ରସଙ୍ଗ କରି ଦିଆଯାଇଥିଲା। ରାଫେଲ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପ୍ରସଙ୍ଗରେ ଯୋରଦାର ଟାର୍ଗେଟ କରୁଥିଲେ। କିନ୍ତୁ ଏବେ ଦିଲ୍ଲୀରେ ୨୪ ଅକବର ରୋଡରେ ବାୟୁସେନାର ମୁଖ୍ୟ ବିଏସ୍ ଧନୋଓ୍ବାଙ୍କ ବାସଭବନ ବାହାରେ ରାଫେଲ ବିମାନର ପ୍ରତିକୃତି ଲଗାଯାଇଛି। ଧନୋଆଙ୍କ ବାସଭବନ କଂଗ୍ରେସ ମୁଖ୍ୟାଳୟ ନିକଟରେ ରହିଛି। ଏହି ପ୍ରତିକୃତି ସେ ସମୟରେ ଦିଲ୍ଲୀବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ସେପ୍ଟେମ୍ବରରେ ରାଫେଲ ବିମାନ ଭାରତ ଆସିବାର ଥିଲା। ରାହୁଲ ଗାନ୍ଧି ଲୋକସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଚୋରି କରିବାର ଅଭିଯୋଗ ଆଣିଥିଲେ। ଏହା ସହ ସେ ମୋଦିଙ୍କୁ ବାରମ୍ବାର ‘ଚୌକିଦାର ଚୋର ହେ‘ ସ୍ଲୋଗାନ ଦେଉଥିଲେ।