PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ବାଣିପଙ୍ଗା ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା, ଜାତୀୟ ମାନବ ଅଧିକାର କମିଶନରୁ ଏସ୍‌ପିଙ୍କୁ ପୁଣି ରିପୋର୍ଟ ତଲବ

ଭବାନୀପାଟଣା,୨୪ା୫: ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଲାଞ୍ଜିଗଡ଼ ବ୍ଲକ୍ ବାଣିପଙ୍ଗା ଆଶ୍ରମ ସ୍କୁଲର ୬ବର୍ଷିୟ ଛାତ୍ରୀ ରୀମା ମାଝୀ ମୃତ୍ୟୁ ମାମଲାରେ କଳାହାଣ୍ଡି ଏସ୍‌ପିଙ୍କୁ ତଦନ୍ତ ରିପୋର୍ଟ ମାଗିଥିଲେ ଜାତୀୟ ମାନବ ଅଧିକାର କମିଶନ । ତେବେ ଗତ ଦୁଇ ମାସ ଉପରାନ୍ତ ମଧ୍ୟ ଏସ୍‌ପି କୌଣସି ରିପୋର୍ଟ ଦେଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ପୁଣି ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ୪ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହି ନୋଟିସ୍‌ର ନକଲ ରାଜ୍ୟ ପୁଲିସ୍ ନିର୍ଦ୍ଦେଶକଙ୍କ ନିକଟକୁ ମାନବ ଅଧିକାର କମିଶନରୁ ପ୍ରେରଣ କରାଯାଇଥିବା ବେଳେ ଏଦିଗରେ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି ।

ପ୍ରକାଶ ଥାଉକି, ଗତ ୨୦୨୨ ଡିସେମ୍ବରରେ ବାଣୀପଙ୍ଗା ଆଶ୍ରମ ବିଦ୍ୟାଳୟର ୬ବର୍ଷିୟ ଛାତ୍ରୀ ରୀମା ମାଝୀ ଜ୍ମରରେ ଆକ୍ରାନ୍ତ ହୋଇଥିବାରୁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଉଥିବା ବେଳେ ମୃତ୍ୟୁ ହୋଇସାରିଥିଲା । ଶିଶୁଟିର ଶବ ବ୍ୟବଚ୍ଛେଦ କରାନଯାଇ ମୃତ ଶରୀର ହସ୍ତାନ୍ତର ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଜାତୀୟ ମାନବ ଅଧିକାର କମିଶନ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କଳାହାଣ୍ଡି ଏସ୍‌ପିଙ୍କୁ ନୋଟିସ୍ ଜାରି କରିଥିଲେ ।