ଏହି ଗାଁ ନାଗାଲାଣ୍ଡର ମୌନ ଜିଲ୍ଲାରେ ସ୍ଥିତ । ଏହି ଗାଁ ମଧ୍ୟ ଦେଇ ଆନ୍ତର୍ଜାତୀୟ ସୀମା ଗତି କରିଥାଏ । ଆନ୍ତର୍ଜାତୀୟ ସୀମାରେ ରହିଥିବା ଏହି ଗାଁର ନାମ ଲୋଙ୍ଗୱା ଓ ଏହା ଭାରତର ନାଗାଲାଣ୍ଡର ପ୍ରାନ୍ତରେ ସ୍ଥିତ । ଏହି ଗାଁ ଉପରେ ପ୍ରକୃତି ମଧ୍ୟ ବହୁତ ଖୁସି ଅଛି । ଏହି ଜନଜାତିର ରାଜାଙ୍କ ନାମ ଅଙ୍ଗ ନଗୋୱାଙ୍ଗ ଓ ତାଙ୍କ ଅଧିନରେ ଲୋଙ୍ଗୱା ସମେତ ସମୁଦାୟ ୭୫ ଗାଁ ଆସିଥାଏ । ଏହି ଗାଁ ସହିତ ଜଡିତ ଏକ ରୋଚକ କଥା ହେଉଛି ଯେ ଆନ୍ତର୍ଜାତୀୟ ସୀମା ରେଖା ଗାଁର ମୁଖିଆଙ୍କ ଘର ଦେଇ ଅତିକ୍ରମ କରିଥାଏ ।
{"id":3212}
ତାଙ୍କର ଅଧା ଘର ଭାରତରେ ଏବଂ ଅନ୍ୟ ଅଧା ମିଆଁମାରରେ ଯାଉଛି । ଏହି ପରିବାରର ଲୋକଙ୍କ ରୋଷେଇ ମିଆଁମାରରେ ହୁଏ ଏବଂ ରାତିରେ ଭାରତରେ ଶୁଅନ୍ତି । ଏଭଳି ଅନେକ ପରିବାରଙ୍କ ସହିତ ମଧ୍ୟ ହୋଇଥାଏ । କେବଳ ଏହି ଏଜବ ଜିନିଷ ପାଇଁ ଏହି ଗାଁଟି ଅନ୍ୟ ଗାଁଠୁ ଭିନ୍ନ ହୋଇଥାଏ ।
{"id":3215,"width":756,"height":525}
ଲୋଙ୍ଗୱା ଗାଁର ଗ୍ରାମବାସୀଙ୍କ ପାଖରେ ୨ଟି ଦେଶର ନାଗରିକତା ରହିଛି ଅର୍ଥାତ୍ ସେମାନେ ଭାରତର ନାଗରିକ ଓ ମିଆଁମାରର ନାଗରିକ ମଧ୍ୟ । ଗାଁର ମୁଖିଆଙ୍କ ପୁଅ ମଧ୍ୟ ମିଆଁମାରର ସେନାରେ ଅଛନ୍ତି । ଏଠାରେ ଦେଶର ନାଁ ପାଇଁ ତିଳେ ମାତ୍ର ବିବାଦ ଦେଖାଯାଏନାହିଁ । ସମସ୍ତେ ଖୁସିରେ ରୁହନ୍ତି । ଏହି ଗାଁରେ ଅନେକ ପ୍ରାଚୀନ ପରମ୍ପରା ରହିଛି ଏବଂ ଏହି ଆଦିବାସୀମାନେ ସେହି ପରମ୍ପରା ସହିତ ଜଡିତ ରହିଛନ୍ତି ।
{"id":3214}
source:http://wahgazab.com
ଏଠାର ମୁଖିଆ ଏକାଧିକ ବିବାହ କରିଥାନ୍ତି । ଏପରିକି ତାଙ୍କ ପତ୍ନୀଙ୍କ ସଂଖ୍ୟା ୬୦ ମଧ୍ୟ ରହିଥିବା ନଜର ଆସିଛି । ବହୁ ପୂର୍ବରୁ ଏଠାରେ ଯେତେବେଳେ ୨ ଦଳ ମଧ୍ୟରେ ଯୁଦ୍ଧ ହେଉଥିଲା ଜଣେ ଅନ୍ୟ ଜଣଙ୍କ ମୁଣ୍ଡ କାଟି ବିଜୟର ପ୍ରତୀକ ରୂପେ ରଖୁଥିଲେ । ଏବେ ଏହି ପରମ୍ପରା ବନ୍ଦ ହୋଇସାରିଛି କିନ୍ତୁ ଆଜି ବି ଅନେକ ଖପୁରୀ ଏହି ପୂରୁଣା ପରମ୍ପରାକୁ ସ୍ମରଣ କରାଇଥାଏ ।