ଋତୁ ପରିବର୍ତ୍ତନ ହେବା ସହ କାଶ-ଥଣ୍ଡା ଓ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ଆଜିକାଲି ବଢିଚାଲିଛି । ଶୀତଦିନେ ଆମର ରୋଗ ପ୍ରତିରୋଧକ ଶକ୍ତି ପ୍ରାୟତଃ କମ୍ ରହିଥାଏ । ଥଣ୍ଡା ପବନ ଓ ଶୁଷ୍କତା ଆମ ଶ୍ୱାସନଳୀର ଆର୍ଦ୍ରତାକୁ ନଷ୍ଟ କରିଦେଇଥାଏ । ବିଶେଷକରି ଆମର ବାୟୁମାର୍ଗରେ ଏକ ସୁରକ୍ଷାତ୍ମକ ତରଳ ପଦାର୍ଥ ରହିଥାଏ, ଯାହା ଭାଇରସ୍ ଓ ବ୍ୟାକ୍ଟେରିଆକୁ ରୋକିବା ସହ ବାହାରକୁ ବାହାର କରି ଦେଇଥାଏ । କିନ୍ତୁ ଶୀତଦିନେ ବିଶେଷକରି ହିଟର୍ ଓ ବ୍ଲେୟାର୍ର ବ୍ୟବହାର ଯୋଗୁ ଏହି ସୁରକ୍ଷାତ୍ମକ ବ୍ୟାରିଗେଟ୍ ଶୁଷ୍କ ହୋଇପଡିଥାଏ । ଫଳରେ ବ୍ୟାକ୍ଟେରିଆ ଓ ଭାଇରସ୍ ଭିତରକୁ ଯିବା ସହ ଶ୍ୱାସନଳୀରେ ଦୀର୍ଘ ସମୟ ଯାଏ ରହିଥାନ୍ତି । ତେଣୁ ସଂକ୍ରମଣର ଆଶଙ୍କା ବଢିଚାଲେ । ଏହାବ୍ୟତୀତ ଥଣ୍ଡାଦିନେ ଶ୍ୱାସନଳୀରେ ଭାଇରସ୍ ଅଧିକ ସମୟ ଯାଏ ଜୀବିତ ରହିବା ସହ ବଢିଥାନ୍ତି ମଧ୍ୟ । ଥଣ୍ଡା ଯୋଗୁ ଗୋଟିଏ ଘରେ ଏକାସାଙ୍ଗରେ ଅନେକ ଲୋକ ଦୀର୍ଘ ସମୟ ରହିଥାନ୍ତି । ଫଳରେ ସଂକ୍ରମଣ ବଢି ଚଲେ ।

କେଉଁମାନେ ସାବଧାନ ରହିବା ଜରୁରି?

ଋତୁ ପରିବର୍ତ୍ତନର ପ୍ରଭାବ ସମସ୍ତଙ୍କୁ ପ୍ରଭାବିତ କରି ନଥାଏ । କିଛି ଲୋକ ବିଶେଷକରି ଅଧିକ ସତର୍କ ରହିବା ଜରୁରି । ଯେପରିକି ଙ୍କ ୧୦ରୁ କମ୍ ବୟସର ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତ ସମ୍ପୂର୍ଣ୍ଣ ବିକଶିତ ହୋଇ ନଥାଏ । ସେହିପରି ୬୫ ବର୍ଷରୁ ଅଧିକ ବୟସଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡିଥାଏ । ଏହାବ୍ୟତୀତ ମଧୁମେହ ଓ ହୃଦ୍ରୋଗୀଙ୍କୁ ମଧ୍ୟ ସମସ୍ୟା ହୋଇପାରେ । ଙ୍କ ଶ୍ୱାସରୋଗୀଙ୍କ ପାଇଁ ମଧ୍ୟ ଏହି ସାଧାରଣ ସଂକ୍ରମଣ ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ଲକ୍ଷଣକୁ କରନ୍ତୁନି ଅଣଦେଖା

ଋତୁ ପରିବର୍ତ୍ତନ ସମୟରେ ଶରୀରରେ ଦେଖା ଦେଉଥିବା ସଙ୍କେତକୁ ଅଣଦେଖା କରନ୍ତୁନି । ଲଗାତାର କାଶ-ଛିଙ୍କ୍ ହେଉଥିଲେ କିମ୍ବା ଶ୍ୱାସ ନେବାରେ ସମସ୍ୟା ଦେଖା ଦେଉଥିଲେ ତୁରନ୍ତ ଡାକ୍ତର ପରାମର୍ଶ କରାଇ ନିଅନ୍ତୁ ।

ଆପଣାନ୍ତୁ ସହଜ ଉପାୟ

ସାମାନ୍ୟ ସାବଧାନ ରହିଲେ ଫୁସଫୁସକୁ ସୁରକ୍ଷିତ ରଖିପାରିବେ । ଶରୀରକୁ ଜଳଶୁଷ୍କ କରନ୍ତୁନି । ଶ୍ୱାସନଳୀରେ ଆର୍ଦ୍ରତା ବଜାୟ ରହିବ । ବୟସ ଓ ଅନ୍ୟାନ୍ୟ ରୋଗ ଥିବା ଲୋକମାନଙ୍କୁ ଇନଫ୍ଲୁଏଞ୍ଜା ଟୀକା ନିଶ୍ଚୟ ଲଗାନ୍ତୁ । ଥଣ୍ଡା ଦିନେ ବାହାରକୁ ବାହାରିବା ସମୟରେ ଗରମ ପୋଷାକ ନିଶ୍ଚୟ ପିନ୍ଧନ୍ତୁ।