PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆଉ ୨୪ ଘଣ୍ଟା ଶୀତ ଲହରି: ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ରାତି ତାପମାତ୍ରା

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରି । ଜାଡ଼ରେ ଥରିବେ ରାଜ୍ୟବାସୀ । ଏହି ଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗବିତ୍‌ । ଗୁରୁବାର ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହେବ । ବିଶେଷକରି ନବରଙ୍ଗପୁର, ନୂଆପଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଶୀତ ଲହରି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହି ଭଳି ପାଗ ଜାରି ରହିବ । ରାତି ବେଳା ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ ବୋଲି କେନ୍ଦ୍ର ଆକଳନ କରିଛି ।
ବୁଧବାର ସାରା ରାଜ୍ୟରେ ଶୀତର ଲହରି ଦେଖାଦେଇଛି । ଦାରିଙ୍ଗବାଡ଼ିରେ ତୁଷାରପାତ ହେବା ସହିତ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍‌କୁ ଖସି ଆସିଛି । ସେହିପରି ରାଜ୍ୟର ୧୨ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌କୁ ଖସିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬.୩ ଡିଗ୍ରୀ, ଅନୁଗୁଳରେ ୬.୬, କେନ୍ଦୁଝରରେ ୭.୪, ଝାରସୁଗୁଡ଼ା ଓ ସୋନପୁରରେ ୭.୬ ଡିଗ୍ରୀ ସେଲସିୟସ୍‌ ରହିଥିଲା । ଆଜି ସୁଦ୍ଧା ଉତ୍ତର ଭାରତରୁ ଥଣ୍ଡା ପବନ ବୋହୁଥିବାରୁ ଅଧିକ ଶୀତ ଅନୁଭୂତ ହେଉଥିଲା । ମାତ୍ର ଆସନ୍ତାକାଲିଠାରୁ ପାଗ କ୍ରମଶଃ ପରିବର୍ତ୍ତନ ହେବ ବୋଲି ପାଣିପାଗବିତ୍‌ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ୩୧ ତାରିଖରୁ ସାରା ରାଜ୍ୟରେ ଉଭୟ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ବଢିବ । ୩ ତାରିଖ ପର୍ଯ୍ୟନ୍ତ ଆସ୍ତେ ଆସ୍ତେ ବଢିବ । କିନ୍ତୁ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଦ୍ରୁତଗତିରେ ତାପମାତ୍ରା ବଢିବ । ଭୁବନେଶ୍ୱରରେ ଆସନ୍ତା ୭ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲସିୟସ୍‌ ଓ ସର୍ବୋଚ୍ଚ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍‌ ବଢିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । ସେହିପରି ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଆସନ୍ତାକାଲିଠାରୁ ଧୀରେ ଧୀରେ ବଢିବା ସହିତ ୪ ତାରିଖରୁ ଅଧିକ ବଢିବ ।
ଅପରପକ୍ଷେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ୍‌ ପୂର୍ବାନୁମାନ କରିଛନ୍ତି, ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଧୀରେ ଧୀରେ ପାଗ ବଦଳିବ । ସୋଆ ପାଣିପାଗ ତଥା ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଆସନ୍ତାକାଲିଠାରୁ ତାପମାତ୍ରା ବଢ଼ିବା ସହିତ ଶୀତର ପ୍ରକୋପ କମିବ । ଏବେ ରାଜ୍ୟରେ କାଁ ଭାଁ କୁହୁଡ଼ି ରହିବ । ମାତ୍ର ୧ ଓ ୨ ତାରିଖ ଆଡ଼କୁ କୁହୁଡ଼ି ଦେଖା ଦେଇପାରେ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି ।