PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

କେବଳ ମୋଦୀ ହିଁ ରୋକି ପାରିବେ ଋଷ-ୟୁକ୍ରେନ ଯୁଦ୍ଧ: ମସ୍କୋ ବିଦେଶ ମନ୍ତ୍ରୀ

Image Courtesy: News18

ନୂଆଦିଲ୍ଲୀ,୨୩/୦୯: ରୁଷ-ୟୁକ୍ରେନ ଯୁଦ୍ଧକୁ ରୋକିବା ପାଇଁ ଏକ କମିଟି ଗଠନ କରିବାକୁ ମେକ୍ସିକୋ ମିଳିତ ଜାତିସଂଘକୁ ପ୍ରସ୍ତାବ ଦେଇଛି। ଋଷ ଏବଂ ୟୁକ୍ରେନ ମଧ୍ୟରେ ସ୍ଥାୟୀ ଶାନ୍ତିର ମଧ୍ୟସ୍ଥତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୋପ୍ ଫ୍ରାନ୍ସିସ୍ ଏବଂ ଜାତିସଂଘର ସେକ୍ରେଟେରୀ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ ସାମିଲ କରିବାକୁ କମିଟି ପ୍ରସ୍ତାବ ଦେଇଛି। ନ୍ୟୁୟର୍କରେ ୟୁକ୍ରେନ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବିତର୍କରେ ଏହି ସଂକଳ୍ପ ନିଆଯାଇଛି। ମେକ୍ସିକୋର ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଲୁଇସ୍ ଏବାର୍ଡ କେସାବୋନ୍ ଏହି ପ୍ରସ୍ତାବ ଦେଇଛନ୍ତି।

ପିଟିଆଇୀ ରିପୋର୍ଟ ଅନୁଯାୟୀ, ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ୨୨ତମ ସାଂଘାଇ ସହଯୋଗ ସଂଗଠନ ବୈଠକରେ ପୁଟିନଙ୍କୁ ମୋଦୀ ଭେଟିଥିବେ ବେଳେ କହିଛନ୍ତି ଯେ ଆଜିର ସମୟ ଯୁଦ୍ଧ ପାଇଁ ନୁହେଁ। ଭାରତ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ସମେତ ପାଶ୍ଚାତ୍ୟ ଦେଶମାନେ ସ୍ୱାଗତ କରିଥିଲେ।

ଜାତିସଂଘକୁ କେସାବୋନ୍ ପ୍ରସ୍ତାବ ଦେଇ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଆଭିମୁଖ୍ୟ ଉପରେ ଆଧାର କରି ମେକ୍ସିକୋ ବିଶ୍ବାସ କରୁଛି ଯେ ଅନ୍ତର୍ଜାତୀୟ ସମୁଦାୟ ବର୍ତ୍ତମାନ ଚେଷ୍ଟା କରିବ ଯୁଦ୍ଧରୁ ବନ୍ଦ କରିବା ପାଇଁ ଚେଷ୍ଟା କରିବ। ଏହି ପରିପ୍ରେକ୍ଷୀରେ, ମୁଁ ୟୁକ୍ରେନରେ ଶାନ୍ତି ପାଇଁ ଏକ କମିଟି ଗଠନ ମାଧ୍ୟମରେ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍‌ଙ୍କ ମଧ୍ୟସ୍ଥତା ପ୍ରୟାସକୁ ମଜବୁତ କରିବାକୁ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋରଙ୍କ ପ୍ରସ୍ତାବକୁ ଆପଣଙ୍କ ସହ ବାଣ୍ଟିବାକୁ ଚାହେଁ। ଯଦି ସମ୍ଭବ, ଏଥିରେ ମାନ୍ୟବର ନରେନ୍ଦ୍ର ମୋଦୀ ଏବଂ ପୋପ୍ ଫ୍ରାନ୍ସିସ୍‌ଙ୍କ ସମେତ ଅନ୍ୟ ରାଜ୍ୟ ତଥା ସରକାରଙ୍କ ମୁଖ୍ୟ ଜଡ଼ିତ ରହିବା ଜରୁରୀ।

ସମ୍ବନ୍ଧିତ ଖବର