୧୦ଲକ୍ଷରୁ ଊର୍ଦ୍ଧ୍ବ ଘୋଟାଲା; ବନ୍ଧା ହେଲେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ

ଜଗତସିଂହପୁର,୩/୧୨ : ଆମ ଗାଁ ଆମ ବିକାଶ ଯୋଜନାରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଘୋଟାଲାରେ ବନ୍ଧା ହେଲେ ରଘୁନାଥପୁର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅମୀୟ ଚାନ୍ଦ ମଲ୍ଲିକ l ନିକଟରେ ସାମାଜିକ କର୍ମୀ ଗୋବିନ୍ଦ ଓଝା ଜାଲିଆତି ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ l
କୋର୍ଟ ନିର୍ଦ୍ଦେଶରେ ରଘୁନାଥପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା l ତଦନ୍ତ ପରେ ଫାଇନାଲ ବିଲରେ ଶ୍ରୀ ମଲିକଙ୍କ ଦସ୍ତଖତ ରହିଥିବା ଜାଣି ଆଜି ରଘୁନାଥପୁର ପୁଲିସ ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ରାଜ କିଶୋର ବେହେରା l ଏହି ଦୁର୍ନୀତିରେ ଆହୁରି କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଆଭାସ ଦେଇଛନ୍ତି ଥାନାଧିକାରୀ ଶ୍ରୀ ବେହେରା ।