ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଚୋରକୁ ଆକୁଳ ନିବେଦନ,ମା’ଙ୍କ ସ୍ମୃତିଜଡି଼ତ ସ୍କୁଟର ଫେରାଇଲେ ଦେବେ ନୂଆ ଗାଡି

Published By : Anindita Ratha | October 17, 2024 11:06 AM

ନୂଆଦିଲ୍ଲୀ,୧୭/୧୦:  ନିଜର କିଛି ମୂଲ୍ୟବାନ ଜିନିଷ ହଜିଗଲେ କିମ୍ବା ଚୋରି ହୋଇଗଲେ ସମସ୍ତଙ୍କୁ କଷ୍ଟ ଲାଗେ । ତେବେ ଯଦି ତାହା ପ୍ରିୟଜନଙ୍କ ସ୍ମୃତି ସହ ଜଡ଼ିତ ହୋଇଥାଏ ତା’ ହେଲେ କଷ୍ଟ ବହୁଗୁଣିତ ହୋଇଯାଏ । ପୁନେର ଅଭୟ ଚୌଗୁଲେଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି । ତାଙ୍କର କଳା ରଙ୍ଗର ସ୍କୁଟରଟି ଦଶହରା ଦିନ କୋଥ୍ରୁଡ୍‌ ନିକଟରେ ଥିବା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ପାଖରୁ ଚୋରି ହୋଇଯାଇଥିଲା । ନିକଟବର୍ତ୍ତୀ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ପରେ ବି ସ୍କୁଟର ନ ମିଳିବାରୁ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ତାଙ୍କ ମା’ କର୍କଟରେ ପ୍ରାଣ ହରାଇବା ପୂର୍ବରୁ ସ୍କୁଟରଟି ତାଙ୍କୁ ଉପହାର ଦେଇଥିଲେ । 

ଏଭଳିସ୍ଥଳରେ ସ୍କୁଟର ଚୋରି ହୋଇଯିବାରୁ ଅଭୟ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି । ନିକଟରେ ଜେଏମ୍‌ ରୋଡ୍‌ରେ ଛିଡ଼ା ହୋଇ ହାତରେ ଏକ ପ୍ଲାକାର୍ଡ ଧରି ସେ ଲୋକଙ୍କୁ ସ୍କୁଟର ଖୋଜିବାରେ ସହାୟତା କରିବାକୁ ନିବେଦନ କରିଥିଲେ । ଏପରିକି ଚୋର ଯଦି ତାଙ୍କ ସ୍କୁଟରକୁ ଫେରାଇ ଦିଅନ୍ତି ତେବେ ତାଙ୍କୁ ସେ ଏକ ନୂଆ ସ୍କୁଟର କିଣିଦେବା କଥା ପ୍ଲାକାର୍ଡରେ ଲେଖିଥିଲେ । ଅଭୟ ମଧ୍ୟ ସୋସିଆଲ ମିଡିଆରେ ଏଥିଲାଗି ଆକୁଳ ନିବେଦନ କରି ଏକ ପୋଷ୍ଟ କରିଛନ୍ତି । ବହୁ ସଂଖ୍ୟାରେ ଲୋକ ତାଙ୍କ ପୋଷ୍ଟକୁ ସେୟାର କରି ସମର୍ଥନ ଜଣାଉଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.