ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଅନନ୍ତଙ୍କ ପ୍ରାର୍ଥିପତ୍ର କାଏମ, ଅଭିଯୋଗକୁ ଖାରଜ କଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର,୬ା୪(ବ୍ୟୁରୋ): ଅଫିସ୍‌ ଅଫ ପ୍ରପଟି ଓ ମିଥ୍ୟା ସତ୍ୟପାଠକୁ ପ୍ରସଙ୍ଗ କରି ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଆଜି ଘେରିଛି ବିଜେପି । ଭୁବନେଶ୍ୱର ମଧ୍ୟ ନର୍ବିାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଅନନ୍ତଙ୍କ ପ୍ରାର୍ଥୀପତ୍ର ଖାରଜ କରିବା ଦାବିରେ ଏଡିଏମ୍‌ ଅଫିସ ଆଗରେ ଜୋରଦାର ବିକ୍ଷୋଭ ହୋଇଛି । କିନ୍ତୁ ରିଟର୍ଣ୍ଣିଂ ଅଫିସର ଏହାର ଶୁଣାଣି କରି ଜଗନ୍ନାଥ ପ୍ରଧାନ ଆଣିଥିବା ପିଟିସନ୍‌କୁ ଖାରଜ କରିବା ସହ ଅନନ୍ତଙ୍କ ପ୍ରାର୍ଥୀପତ୍ରକୁ କାଏମ ରଖିଛନ୍ତି । ଏହାକୁ ବିରୋଧ କରି ରାସ୍ତାରୋକ, ଧସ୍ତାଧସ୍ତି ଓ ନାରାବାଜିରେ ୪ଘଣ୍ଟା ଧରି ହୁଲସ୍ତୁଲ ହୋଇଛି ଏଡିଏମ୍‌ ଅଫିସ ।

ବିଧାୟକ ପ୍ରାର୍ଥୀ ଅନନ୍ତ ବିଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇନାହାନ୍ତି । ନାମାଙ୍କନ ଦାଖଲ ସମୟରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନେଇ କୌଣସି ତଥ୍ୟ ନାହିଁ । ଲାଭଜନକ ପଦବୀରେ ଥିବା ସତ୍ତ୍ୱେ ସେ ତାଙ୍କ ସତ୍ୟପାଠରେ ଏ ନେଇ ସୂଚନା ଦେଇନାହାନ୍ତି । ଖାଲି ସେତିକି ନୁହେଁ, ମେୟରଙ୍କ ବିରୋଧରେ କିଛି ଅପରାଧିକ ମାମଲା ଅଛି । କିନ୍ତୁ ସେ ସତ୍ୟପାଠରେ ସେ ସବୁକୁ ଉଲ୍ଲେଖ କରିନାହାନ୍ତି । ଏଣୁ ତାଙ୍କ ପ୍ରାର୍ଥୀପତ୍ରକୁ ଖାରଜ କରାଯାଉ ବୋଲି ଦାବି କରି ଗତକାଲି ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ରିଟର୍ଣ୍ଣିଂ ଅଫିସରଙ୍କୁ ପିଟିସନ ଦେଇଥିଲେ । ଆଜି ଦିନ ୧୦ଟାରେ ଏହାର ଶୁଣାଣି ଥିଲା । ଶୁଣାଣିକୁ ଆଖି ଆଗରେ ରଖି ଏଡିଏମ୍‌ ଅଫିସ ସମ୍ମୁଖକୁ ପୁଲିସ ଛାଉଣୀ କରାଯାଇଥିଲା । ଶୁଣାଣି ସାମାନ୍ୟ ବିଳମ୍ବ ହୋଇଥିଲା । ପ୍ରାୟ ୧୧ଟା ବେଳକୁ ଜଗନ୍ନାଥ ପ୍ରଧାନ ତାଙ୍କ ଓକିଲଙ୍କ ସହ ଆସି ପହଞ୍ଚିଥିଲେ । ଉଭୟେ ରଟିର୍ଣ୍ଣିଂ ଅଫିସରଙ୍କ ପାଖକୁ ଯାଇ ଆଲୋଚନା କରିଥିଲେ । ରିଟର୍ଣ୍ଣିଂ ଅଫିସର ଶୁଣାଣି ଆରମ୍ଭ କରିବା ସହ ଶ୍ରୀପ୍ରଧାନଙ୍କ ପିଟିସନ୍‌କୁ ଖାରଜ କରିଥିଲେ ।

ଏହାକୁ ନେଇ ଶ୍ରୀପ୍ରଧାନଙ୍କ ସମର୍ଥକମାନେ ପ୍ରତିକ୍ରିୟ୍ରାଶୀଳ ହୋଇ ଉଠିଥିଲେ । ଏଡିଏମ୍‌ ଅଫିସ ଆଗରେ ଶ୍ରୀପ୍ରଧାନ ନିଜେ ଧାରଣାରେ ବସିଥିଲେ । ତାଙ୍କ ସମର୍ଥକମାନେ ଏଡିଏମ୍‌ ଅଫିସ ସମ୍ମୁଖ ରାସ୍ତାକୁ ବନ୍ଦ କରିଥିଲେ । ରାସ୍ତାରୋକ ଯୋଗୁ ପ୍ରାୟ ଅଧ ଘଣ୍ଟା ଯାଏ ରାସ୍ତାରେ ଗାଡି ଚଳାଚଳ ଠପ୍ ହୋଇ ଯାଇଥିଲା । ପରେ ଡିସିପି ଅନୁପ ସାହୁ ଆସି ସେଠାରେ ପହଞ୍ଚିଥିଲେ ।

ସେ ଉତ୍ୟକ୍ତ ବିଜେପି କର୍ମୀଙ୍କୁ ବୁଝାସୁଝା କରି ରାସ୍ତାରୁ ହଟାଇଥିଲେ । ଏତିକି ବେଳେ ଅନନ୍ତଙ୍କ କିଛି ସମଥର୍କ କାଗଜପତ୍ର ଆଣି ଏଡିଏମ୍‌ ଅଫିସି ଆସଛନ୍ତି ବୋଲି କିଛି ବିଜେପି କର୍ମୀ ହୋହଲ୍ଲା କରିଥିଲେ । ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ବିଜେପି କର୍ମୀମାନେ ଏଡିଏମ୍‌ ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲା ।

ପୁଲିସ ଶ୍ରୀ ପ୍ରଧାନଙ୍କୁ ବୁଝାସୁଝା କରିଥିଲା । କିନ୍ତୁ ସେମାନେ ଏଡିଏମ୍‌ ଅଫିସ ଆଗରେ ଧାରଣାରେ ବସିଥିଲେ । ପୁଲିସ ସହ ଆଲୋଚନା ପରେ ଶ୍ରୀ ପ୍ରଧାନ ଭିତରକୁ ଯାଇଥିଲେ । ରିଟର୍ଣ୍ଣିଂ ଅଫିସରଙ୍କ ସହ ଆଲୋଚନା ପରେ ତାଙ୍କ ସମର୍ଥକମାନେ ଶାନ୍ତ ପଡ଼ିଥିଲେ । ତେବେ ରିଟର୍ଣ୍ଣିଂ ଅଫିସର ଜାଣଶିୁଣ ଅନନ୍ତଙ୍କୁ ସମର୍ଥନ କରୁଛନ୍ତି ବୋଲି ଶ୍ରୀପ୍ରଧାନ ଅଭିଯୋଗ କରିଛନ୍ତି । ଅନନ୍ତ ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି । କିନ୍ତୁ ରଟିର୍ଣ୍ଣିଂ ଅଫସିର ଏହାକୁ ଦେଖି ଖାରଜ କରିବା ବଦଳରେ ଏଥିରେ କାରସାଦି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପଟେ ରିଟର୍ଣ୍ଣିଂ ଅଫିସର ଏହି ଅଭେିଯାଗକୁ ଖଣ୍ଡନ କରିଛନ୍ତି । ଫର୍ମ-୨(ବି) ରେ ଅନନ୍ତ ନାରାୟଣ ଜେନା ଅଫିସ ଅଫ ପପ୍ରଟିରେ ନାହାନ୍ତି ବୋଲି ଲେଖିଛନ୍ତି । ଏଥିସହ ସତ୍ୟପାଠର ଫର୍ମ-୨୬ରେ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ଲେଖିଛନ୍ତି । ଏହାକୁ ଆମେ ଯାଞ୍ଚ କରିଛୁ । କନ୍ତିୁ ଏହା ସତ କି ମିଛ, ତାକୁ ଜାଣିବା ମୋ କ୍ଷମତା ପରିସରରେ ଆସୁନି । ଏଣୁ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଣିଥିବା ପିଟିସନ୍‌କୁ ଆମେ ଖାରଜ କରିଛୁ ବୋଲି ରିଟର୍ଣ୍ଣିଂ ଅଫିସର ଅରୁଣ କୁମାର ବେହେରା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.