ନୂଆଦିଲ୍ଲୀ,୨୮।୬: ଭାରତ-ଆମେରିକା ସମ୍ପର୍କରେ ଉତ୍ଥାନ-ପତନ ମଧ୍ୟରେ, ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ରାସ୍ତାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ କରାଯାଇଛି। ଟ୍ରମ୍ପ ଏହି ରାସ୍ତାର ନାମକରଣକୁ ନେଇ ଟ୍ରମ୍ପ ନିଜେ ପ୍ରତିକ୍ରିୟା ଦେଇଛନ୍ତି। ସେ ଏହାକୁ ଏକ ଅଦ୍ଭୁତ କ୍ଷଣ ବୋଲି କହିଛନ୍ତି। ସେ ଏଥିପାଇଁ ପାଇଁ ଭାରତ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଆମେରିକା ରାଷ୍ଟ୍ରପତି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଉଦଘାଟନ ଉତ୍ସବର ଏକ ଫଟୋ ସେୟାର କରି ଏହାକୁ ଏକ ଅଭୂତପୂର୍ବ ସମ୍ମାନ ବୋଲି କହିଛନ୍ତି।
ଟ୍ରମ୍ପ ‘ଟ୍ରୁଥ୍ ସୋସିଆଲ’ରେ ଲେଖିଛନ୍ତି ଯେ ହାଇଦ୍ରାବାଦର ଡୋନାଲ୍ଡ ଟ୍ରମ୍ପ ଆଭେନ୍ୟୁ ଭାରତରେ ଜଣେ ଆମେରିକୀୟ ନେତାଙ୍କ ପାଇଁ ଇତିହାସରେ ପ୍ରଥମ ଏପରି ସମ୍ମାନ। ଜୁନ୍ ୨୪ (ବୁଧବାର) ତେଲେଙ୍ଗାନାର ରେଭନ୍ଥ ରେଡ୍ଡୀ ସରକାର ହାଇଦ୍ରାବାଦରେ ଆମେରିକୀୟ ରାଷ୍ଟ୍ରପତିଙ୍କ ନାମରେ ନାମିତ ଏକ ରାସ୍ତାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଆମେରିକୀୟ ରାଷ୍ଟ୍ରଦୂତ ସେର୍ଗିଓ ଗୋର୍ ମଧ୍ୟ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ।
ଟ୍ରମ୍ପଙ୍କ ନାମରେ ତିଆରି ଏହି ଆଭେନ୍ୟୁ ହାଇଦ୍ରାବାଦର ନାନକରାମଗୁଡାରେ ରହିଛି। ଏହି ସଡକ ଆମେରିକାର ବାଣିଜ୍ୟ ଦୂତାବାସ ସହ ଲାଗି ରହିଛି। ଏହି ଅଞ୍ଚଳରେ ବହୁ ଅନ୍ତର୍ଜାତୀୟ ଟେକ୍ନୋଳୋଜି କମ୍ପାନୀ ରହିଛି। ଏଥିରେ ମାଇକ୍ରେସଫ୍ଟ, ଗୁଗୁଲ ଓ ଆମାଜନ୍ ଭଳି ବଡ କମ୍ପାନୀ ରହିଛି। ଆମେରିକା ଅଧିକାରୀମାନେ ଏହି ଘଟଣାକୁ ହାଇଦ୍ରାବାଦ ଓ ଆମେରିକା ଭିତରେ ସମ୍ପର୍କର ଏକ ପ୍ରତୀକାତ୍ମକ ମାନ୍ୟତା ବୋଲି କହିଛନ୍ତି।
ତେଲେଙ୍ଗାନା ଡେପୁଟି ସିଏମ୍ ମଲ୍ଲୁ ଭଟ୍ଟି ଭିକ୍ରମାର୍କ ଓ ଆମେରିକା ଦୂତ ସର୍ଜିଆ ଗୌର ବୁଧବାର ଏହି ସଡକୁ ଟ୍ରମ୍ପଙ୍କ ନାମରେ ଔପଚାରିକ ଭାବରେ ଉଦଘାଟନ କରିଥିଲେ। ଟ୍ରମ୍ପ ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, ଏଭଳି ପୂର୍ବରୁ କୌଣସି ଆମେରିକା ରାଷ୍ଟ୍ରପତିଙ୍କୁ ସମ୍ମାନିତ କରାଯାଇ ନାହିଁ। ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ହୀ ଡିସେମ୍ବର ୨୦୨୫ ରେ ଆମେରିକା ରାଷ୍ଟ୍ରପତିଙ୍କ ନାଁରେ ସଡକ ନାମକରଣ କରିବାର ପ୍ରସ୍ତାବ ରଖିଥିଲେ। ଆମେରିକା ବାଣିଜ୍ୟ ଦୂତାବାସକୁ ଲାଗିଥିବା ଏହି ସଡକକୁ ପୂର୍ବରୁ ଆମେରିକା କସୁଲେଟ୍ ରୋଡ୍ ନାମରେ ଜଣା ଯାଉଥିଲା। ଏଭଳି ସ୍ଥିତିରେ ନାଁ ବଦଳାଇବାର ଉଦେଶ୍ୟ ହାଇଦ୍ରାବାଦର ବଢୁଥିବା ଅନ୍ତର୍ଜାତୀୟ ପରିଚୟ ଓ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବ।
ଆହୁରି ପଢନ୍ତୁ :ବାହାଘରରେ ବର-କନିଆ କଲେ ପୁରା ଗାଁ ଲୋକଙ୍କ ଦୁର୍ଘଟଣା ବୀମା, ‘ମନ କୀ ବାତ୍’ରେ ପିଏମ୍ ମୋଦିଙ୍କ ପ୍ରଶଂସା