ପୁରୀ,୨୮/୦୬: ମହାପ୍ରଭୁଙ୍କ ସ୍ନାନଯାତ୍ରା ପରେ ଠାକୁରଙ୍କ ଅନବସର ସେବାପୂଜା ଆରମ୍ଭ ହେବ । ଶ୍ରୀମନ୍ଦିରରେ ଏହି ସମୟରେ ପୂଜାପାଇବେ ପଟିଦିଅଁ । ଜଗମୋହନରେ ବିଜେ ହେବେ ପଟିଦିଅଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପଟିଦିଅଁରୂପେ ପୂଜା କରାଯାଏ । ଏଣୁ ଠାକୁରଙ୍କ ପାରମ୍ପରିକ ଚିତ୍ରକର ସେବକଙ୍କ ତୂଳୀରେ ରୂପ ନେଉଛନ୍ତି ‘ପଟିଦିଅଁ’ ।

ଅଧିକ ପଢ଼ନ୍ତୁ :-  Anavasara Darshan: ମହାପ୍ରଭୁ ଅଲାରନାଥଙ୍କ ପୀଠରେ ଟ୍ରାଫିକ୍ କଟକଣା, ୩୦ରୁ ୧୩ ଯାଏଁ ଭାରୀ ଯାନ ଚଳାଚଳ ମନା

ଅନବସରକାଳୀନ ଗୁପ୍ତ ପୂଜା ସମୟରେ ଶ୍ରୀବିଗ୍ରହ ଭକ୍ତଙ୍କୁ ଦର୍ଶନ ଦେଇନଥାନ୍ତି । ଏହି ସମୟରେ ପଟିଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଏ । ଏଥିସହ ପଟିଦିଅଁ ଶ୍ରୀ ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା ଭୁବନେଶ୍ୱରୀଙ୍କ ସମ୍ମୁଖରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ଶ୍ରୀ ଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମୂତ୍ତି ର୍ ଅଧିଷ୍ଠିତ ହୋଇଥାନ୍ତି । ଭକ୍ତମାନେ ପଟିଦିଅଁକୁ ଦର୍ଶନକରି ପୂଜାର୍ଚ୍ଚନା କରନ୍ତି । ଏଣୁ ଠାକୁରଙ୍କ ପାରମ୍ପରିକ ସେବକମାନେ ପଟିଦିଅଁଙ୍କୁ ପ୍ରସ୍ତୁତ କରୁଛନ୍ତି । ସମ୍ପୂର୍ଣ୍ଣ ରୂପ ପାଇବା ପରେ ପଟିଦିଅଁଙ୍କୁ ଶ୍ରୀମନ୍ଦିରରେ ବିଜେ କରାଯିବ ।